Advertisment

Indian Railway: ଭାରତୀୟ ରେଳରେ କାହିଁକି ବ୍ୟବହାର ହୁଏ ନୀଳ ଓ ନାଲି ରଙ୍ଗ ବଗି; ଜାଣନ୍ତୁ କିଏ ଅଧିକ ସୁରକ୍ଷିତ

ଆପଣ ନିଶ୍ଚୟ ଦେଖିଥିବେ ଯେ ଭାରତର କିଛି ଟ୍ରେନ୍ ନୀଳ ରଙ୍ଗର ହୋଇଥିବାବେଳେ ଆଉ କିଛି ଲାଲ ରଙ୍ଗର ହୋଇଥାଏ। ଆପଣ ଜାଣନ୍ତି କି ଏହି ରଙ୍ଗର ସଂକେତ କ’ଣ? ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Difference between blue and red coach in Indian railways

Difference between blue and red coach in Indian railways

Advertisment

ସାଧାରଣତଃ ପର୍ବପର୍ବାଣୀ  ସମୟରେ ଭାରତୀୟ ରେଳବାଇ ଉପରେ ବହୁତ ଚାପ ପଡିଥାଏ। ସେ କାମ ହେଉ କିମ୍ବା ପାଠ ହେଉ ଅନେକ ବ୍ୟକ୍ତି ଘର ଛାଡି ବାହାରେ ରୁହନ୍ତି। ପର୍ବପର୍ବାଣୀ ସମୟରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ନିଜ ଘରକୁ ଆସିବା ନେଇ ଉତ୍ସାହ ଦେଖାନ୍ତି।

Advertisment

ଏହି କାରଣରୁ, ଟ୍ରେନରେ ସିଟ୍ ୱେଟିଂ ଲିଷ୍ଟକୁ ଚାଲିଯାଏ। ଏହି କାରଣରୁ ପ୍ରତିବର୍ଷ ପର୍ବପର୍ବାଣୀ ସମୟରେ, ଭାରତୀୟ ରେଳ ସବୁଠାରୁ ବ୍ୟସ୍ତବହୁଳ ମାର୍ଗରେ ଅନେକ ନୂଆ ଟ୍ରେନ୍ ଚଲାଇଥାଏ। ଏହା ପରେ ମଧ୍ୟ ଚାପ କମି ନଥାଏ।

ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏହା ସହିତ ଅନେକ ଜିନିଷ ମଧ୍ୟ ଅଛି ଯାହା ଟ୍ରେନ୍‌ରେ ବୁହାହୁଏ। ଆପଣ ନିଶ୍ଚୟ ଦେଖିଥିବେ ଯେ ଭାରତର କିଛି ଟ୍ରେନ୍ ନୀଳ ରଙ୍ଗର ହୋଇଥିବାବେଳେ ଆଉ କିଛି ଲାଲ ରଙ୍ଗର ହୋଇଥାଏ। ଆପଣ ଜାଣନ୍ତି କି ଏହି ରଙ୍ଗର ସଂକେତ କ’ଣ? ଆସନ୍ତୁ ଜାଣିବା…

Advertisment

ରଙ୍ଗର ପାର୍ଥକ୍ୟ କ’ଣ:

ଭାରତୀୟ ରେଳବାଇରେ ICF ଏବଂ LHB କୋଚ୍ ରହିଛି। ନୀଳ ରଙ୍ଗର ବଗିଗୁଡ଼ିକ ICF ହୋଇଥିବାବେଳେ ଲାଲ୍ ରଙ୍ଗର ବଗିଗୁଡ଼ିକ LHB ହୋଇଥାଏ। ଏଗୁଡିକ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଭାରତରେ ଏକ୍ସପ୍ରେସ ଟ୍ରେନ୍‌ଗୁଡିକର ବଗି ରଙ୍ଗ ନୀଳ ରଙ୍ଗର ହୋଇଥିବା ବେଳେ ରାଜଧାନୀ ଏବଂ ସୁପରଫାଷ୍ଟ୍‌ ପ୍ରିମିୟମ ଟ୍ରେନର ବଗିଗୁଡିକ ଲାଲ ରଙ୍ଗର ହୋଇଥାଏ। ତେବେ ନୀଳ ରଙ୍ଗ ବଗି ଅପେକ୍ଷା ଲାଲ୍ ବଗିଗୁଡିକ ନିରାପଦ ହୋଇଥାଏ।

ଲାଲ୍ ବଗିର ଫାଇଦା:

ଲାଲ୍ କମ୍ପାର୍ଟମେଣ୍ଟଗୁଡିକ ଆଣ୍ଟିଟେଲିସ୍କୋପିକ୍ ଡିଜାଇନ୍ ସହିତ ପ୍ରସ୍ତୁତ ହୋଇଥାଏ। ଏଭଳି ପରିସ୍ଥିତିରେ ସେଗୁଡିକ ପରସ୍ପର ସହ ବାଡାବାଡି ହୋଇ ନଥାନ୍ତି ଏବଂ ସହଜରେ ଟ୍ରାକ୍‌ରୁ ବାହାରି ଯାଏ ନାହିଁ। କେବଳ ଏତିକି ନୁହେଁ, ଧକ୍କା ହେଲେ ବି ଏହାର ବଗି ଗୁଡିକ ଉପରକୁ ଉପର ଚଢି ଯାଆନ୍ତି ନାହିଁ। ଏହି କୋଚ୍‌ଗୁଡିକ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଚାଲୁଥିବା ଟ୍ରେନରେ ଲଗାଯାଏ।

Advertisment

ନୀଳ ରଙ୍ଗ ଟିକିଏ ବିପଦପୂର୍ଣ୍ଣ:

ଯଦି ଆମେ ନୀଳ ରଙ୍ଗ କୋଚ୍ ବିଷୟରେ କହିବା, ଏହା ନିର୍ମାଣ ଚେନ୍ନାଇରେ ହୋଇଥାଏ। ଏହା ଲୁହାରୁ ତିଆରି ହୋଇଥାଏ। ଏଥିରେ ଏୟାର ବ୍ରେକ୍ ବ୍ୟବହୃତ ହୁଏ। ଏହାର ରକ୍ଷଣାବେକ୍ଷଣରେ ଅଧିକ ଖର୍ଚ୍ଚ ହୁଏ।

ଏଥିରେ ବସିବାର କ୍ଷମତା ବହୁତ କମ ଏବଂ ଦୁର୍ଘଟଣା ହେଲେ ଅଧିକ କ୍ଷତି ଘଟାଏ। ଏହାର ଲାଇଫ ପଚିଶ ବର୍ଷ। ଏହା ପରେ ଏହା ସେବାରୁ ହଟାଯାଉଥିବାବେଳେ ଲାଲ୍ କୋଚ୍ ତିରିଶ ବର୍ଷ ପାଇଁ ବ୍ୟବହୃତ ହୁଏ।

Indian Railways Knowledge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ