Advertisment

ମହାଜାଗତିକ ଦୃଶ୍ୟ: ରାଜଧାନୀ ଆକାଶରେ ଦେଖାଗଲା ଧୂମକେତୁ

ଜାନୁଆରୀ ଶେଷ ସପ୍ତାହରେ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଏହା ଖାଲି ଆଖିରେ ଦେଖାଯିବ।

ଅଦ୍ୟତନ ହୋଇଛି
C/2022 E3 (ZTF) Comet Captured By Camera Lens

C/2022 E3 (ZTF) comet captured by camera lens

Advertisment

ରାଜଧାନୀ ଆକାଶରେ ଦେଖାଦେଲାଣି ଉଜ୍ଜ୍ୱଳ ବସ୍ତୁ। ଆପଣ ଏଇ ଫଟୋକୁ ଦେଖି ଭାବୁଥିବେ, ଏତେ ଉଜ୍ଜ୍ୱଳ ବସ୍ତୁଟି କଣ ହୋଇଥିବ। ଏହେଉଛି ଧୂମକେତୁ C/2022 E3 (ZTF)। ୫୦ ହଜାର ବର୍ଷ ପରେ ଆକାଶରେ ଦେଖା ଦେଉଛି ଏଇ ଧୂମକେତୁ। ଏଇ ଫଟୋକୁ ନିଜ କ୍ୟାମେରା ଲେନ୍ସରେ କଏଦ କରିଛନ୍ତି ଫଟୋଗ୍ରାଫର ରାକେଶ ରାଉଳ।

Advertisment

ଏହି ଧୂମକେତୁର ନାଁ C/2022 E3 (ZTF) ରଖାଯାଇଛି। ଗତବର୍ଷ ମାର୍ଚ୍ଚରେ ୱାଇଡ୍‌-ଫିଲ୍ଡ ସର୍ଭେ କ୍ୟାମେରା ବ୍ୟବହାର କରାଯାଇ ଏହାକୁ ପ୍ରଥମେ ଆବିଷ୍କାର କରାଯାଇଥିଲା। ଏହାର ଆବିଷ୍କାର ପରଠୁ ଏହି ଧୂମକେତୁ ଆହୁରି ଉଜ୍ଜ୍ୱଳ ହେବାରେ ଲାଗିଛି। ହେଲେ ବିନା ଟେଲିସ୍କୋପରେ ଏହା ଅନ୍ଧାର ଭଳି ଦିଶୁଥିବା ଗତମାସରେ ନାସା କହିଥିଲା। 

ସୂଚନା ଅନୁସାରେ, ଫେବୃଆରୀ ୧ରେ ପୃଥିବୀ ନିକଟ ଦେଇ ଏହା ଅତିକ୍ରମ କରିବ। ହେଲେ ଏହା କେତେ ଉଜ୍ଜ୍ୱଳ କରିବ ତାହା ଏବେଠୁ କହିବା ସମ୍ଭବପର ନୁହେଁ। ନାସା ସୂଚନା ଅନୁସାରେ, ‘ଫେବୃଆରୀ ୧ ସୁଦ୍ଧା ରାତିରେ ଆକାଶରେ ଏହା ଦୃଶ୍ୟମାନ ହୋଇପାରେ।’ ଧୂମକେତୁର ଏହି ଉଜ୍ଜ୍ୱଳ ଆଲୋକ ସହରର ଲାଇଟ୍‌ ଓ ଜହ୍ନ ଆଲୋକର ଦୃଶ୍ୟତା ଉପରେ ପ୍ରଭାବ ପକାଇପାରେ। 

Advertisment

ଅପରପଟେ ଜାନୁଆରୀ ୩୦, ୩୧ ଓ ଫେବ୍ରୁଆରୀ ୧, ୨ ରେ ଏହା ଖାଲି ଆଖିରେ ଦେଖାଯିବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି। ସପ୍ତର୍ଷିମଣ୍ଡଳ ଓ ଧ୍ରୁବତାରା ମଧ୍ୟରେ ଏହା ଦେଖାଯିବ। ତେବେ ବାୟୁ ପ୍ରଦୁଷଣ ଓ କୁହୁଡି ଯୋଗୁ ରାଜଧାନୀରେ ଦେଖିବାକୁ ସମସ୍ୟା ଉପୁଜିବ। କିନ୍ତୁ ବାହାର ସ୍ଥାନରେ ଦେଖିଲେ ଟେଲି ଲେନ୍ସରେ ଦେଖାଯିବ। ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼ିବ ନାହିଁ ବୋଲି ପଠାଣିସାମନ୍ତ ପ୍ଲାନେଟୋରିଅମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।   

Rare Comet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ