Journalist Reporting In Neck Deep Water Using Of NDRF Equipments
ବେକେ ପାଣିରେ ପଶି ରିପୋର୍ଟିଂ। ତା’ବି ପୁଣି ଏନ୍ଡିଆର୍ଏଫ୍ ଟିମ୍କୁ ପ୍ରଦାନ କରାଯାଇଥିବା ଉପକରଣକୁ ବ୍ୟବହାର କରି। ଜଣେ ମହିଳା ସାମ୍ବାଦିକା ବନ୍ୟା ପାଣିରେ ପଶି ଏନ୍ଡିଆର୍ଏଫ୍ ଉପକରଣ ବ୍ୟବହାର କରି ରିପୋର୍ଟିଂ କରୁଥିବା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସାମ୍ବାଦିକା ଜଣକ କିଭଳି ଭାବେ NDRF ଟିମ୍କୁ ପ୍ରଦାନ କରାଯାଇଥିବା ଉପକରଣ ବ୍ୟବହାର କରି ରିପୋର୍ଟିଂ କଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିବା ସହ ଅନେକ ୟୁଜର୍ସ ଟ୍ରୋଲ୍ ମଧ୍ୟ କରିଛନ୍ତି। ତେବେ ଏହି ମହିଳା ସାମ୍ବାଦିକ ଜଣକ ଏକ ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା କୁହାଯାଉଛି।
ଭିଡିଓଟି ଟ୍ୱିଟର୍ରେ ରତନ ଧିଲନ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ମହିଳା ସାମ୍ବାଦିକା ସେଫ୍ଟି ଟ୍ୟୁବ୍ ପିନ୍ଧି ବନ୍ୟା ପାଣିରେ ପଶି ରିପୋର୍ଟିଂ କରୁଥିବା ବେଳେ ତାଙ୍କ ଚାରିପାଖେ ଖାଲି ପାଣି ହିଁ ପାଣି। ଏହି ସମୟରେ କିଛି ଏନ୍ଡିଆର୍ଏଫ୍ କର୍ମଚାରୀ ଏକ ଉଦ୍ଧାରକାରୀ ଡଙ୍ଗାରେ ସାମ୍ବାଦିକାଙ୍କ ନିକଟରେ ଥିବା ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରୁ ଜଣେ କେହି ସାମ୍ବାଦିକାଙ୍କ ରିପୋର୍ଟିଂ ବେଳର ଦୃଶ୍ୟକୁ ଭିଡିଓ କରୁଥିବା ଜଣାପଡ଼ୁଛି। ସେହିପରି ଆଉ ଜଣେ ଏନ୍ଡିଆର୍ଏଫ୍ କର୍ମଚାରୀ ସାମ୍ବାଦିକାଙ୍କ ଫଟୋ ଉଠାଇବାରେ ବ୍ୟସ୍ତ।
ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ୟୁଜର୍ସମାନେ ସାମ୍ବାଦିକାଙ୍କୁ ଟ୍ରୋଲ୍ କରିଛନ୍ତି। ନିଜର ବ୍ୟକ୍ତିଗତ କାମ ପାଇଁ କିଭଳି ଭାବେ ସେ ଏନ୍ଡିଆର୍ଏଫ୍ ଉପକରଣ ବ୍ୟବହାର କରିପାରିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଆଉ କିଛି ୟୁଜର୍ସ ସାମ୍ବାଦିକାଙ୍କ ଏଭଳି ରିପୋର୍ଟିଂକୁ ସମାଲୋଚନା କରିଛନ୍ତି।
इनको चाहिए था सही से अपना काम करे जनता को बताये दिल्ली मे कौन सा रास्ता बंद है कहाँ का खुला है। बेवकूफ खुद ही पानी मे जा कर बैठे गये है। 🤦♀️
— Rajinder kaur (@Rajinder181) July 14, 2023
ତିନି ଦିନ ହେଲାଣି ଜଳ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ। ଏବେ ବି ଜଳମଗ୍ନ ହୋଇ ରହିଛି ପ୍ରମୁଖ ରାସ୍ତା। ଫଳରେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଆଇଟିଓଠାରୁ ରାଜଘାଟ, ଯମୁନା ବଜାରଠୁ ୱାଜିରାବାଦ୍ ସବୁଠି ରାସ୍ତାରେ ଲହଡି ଭାଙ୍ଗୁଛି ପାଣି। ଯମୁନା ନଦୀର ଜଳସ୍ତର ଖସିଥିଲେ ମଧ୍ୟ ଜଳ ନିଷ୍କାସିତ ହୋଇପାରୁ ନଥିବାରୁ ଜଳବନ୍ଦୀ ଜୀବନ ଜୀଉଁଛନ୍ତି ତଳି ଅଞ୍ଚଳ ବାସିନ୍ଦା।
ଖାଲି ଲୋକେ କାହିଁକି ପୋଷା ଜୀବଜନ୍ତୁ ମଧ୍ୟ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ଅନେକ ଅଞ୍ଚଳରୁ ଏନଜିଓ ସଂସ୍ଥାମାନେ ପୋଷା ଜୀବଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି। ଅନ୍ୟପକ୍ଷେ, ଯମୁନା ନଦୀ କୂଳରେ ଏକ ତଳିଆ ଅଞ୍ଚଳରେ ପାଣି ପଶିବା ବେଳେ ବାଲି ବସ୍ତା ପକାଇ ଉଦ୍ଧାରକାରୀ ଟିମ୍ ଏହାର ମରାମତି କରିଛନ୍ତି। ରାତି ଅଧରେ ଦିଲ୍ଲୀ ଉପରାଜ୍ୟପାଳ ଘଟଣାସ୍ଥଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
୩ଟି ୱାଟର୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବନ୍ଦ ଥିବାରୁ ପାନୀୟ ଜଳ ସଙ୍କଟ ବଢ଼ିଯାଇଛି। ଏଭଳି ଦୟନୀୟ ସ୍ଥିତି ଭିତରେ ରେସ୍କ୍ୟୁ ଆଉ ରିଲିଫ୍ ଅପରେସନରେ ଭାରତୀୟ ସେନା ସାମିଲ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689400674.jpg)