ଅଶ୍ୱିନୀ ମଲ୍ଲିକଙ୍କ ବୟାନ ରେକର୍ଡ: ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଗତ ୧୧ ତାରିଖରେ ବାରିପଦାରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ଆଜି ୧୬୪ ଅନୁସାରେ ବାରିପଦା ଜେଏମ୍ଏଫ୍ସି କୋର୍ଟରେ ବୟାନ ରେକର୍ଡ କରାଯାଇଛି । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକଙ୍କୁ ନେଇ ପୋଲିସ କୋର୍ଟରେ ବୟାନ ରେକର୍ଡ କରାଇଛି ।

Union Minister Bisheswar Tudu

ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଟୁ ମାଡ଼ ମାରିବା ଅଭିଯୋଗରେ ଆଜି ୧୬୪ ଅନୁସାରେ ବାରିପଦା ଜେଏମ୍ଏଫ୍ସି କୋର୍ଟରେ ବୟାନ ରେକର୍ଡ କରାଯାଇଛି । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକଙ୍କୁ ନେଇ ପୋଲିସ କୋର୍ଟରେ ବୟାନ ରେକର୍ଡ କରାଇଛି । ଏହା ସହିତ ପୋଲିସ ମଧ୍ୟ ନିଜର ବୟାନ କୋର୍ଟରେ ଦାଖଲ କରିଛି ।

ଗତ ୧୧ ତାରିଖରେ ବାରିପଦାରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଆଗରୁ ଖଣ୍ଡନ କରିଥିଲେ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବଂ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତ ୨୧ ତାରିଖରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ପରେ ବାରିପଦା ଟାଉନ ଥାନା ପୋଲିସ ମାମଲା ରୁଜୁ କରିଥିଲା। ତେବେ ଆକ୍ରମଣ ଅଭିଯୋଗକୁ ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଖଣ୍ଡନ କରିଥିଲେ।

ଅଫିସରେ ପୋଲିସ ପଶିବା ପ୍ରସଙ୍ଗ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଥିଲେ । ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ ସେ କହିଥିଲେ ଯେ, ‘ମୁଁ ନଥିବା ଅବସ୍ଥାରେ ମୋ ବିନା ଅନୁମତିରେ ପୋଲିସ ପଶିବା ଦୁର୍ଭାଗ୍ୟଜନକ। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ବିନା ଅନୁମତିରେ ପଶିବା ନିନ୍ଦନୀୟ ଘଟଣା। ଶାସକ ଦଳ ବିଜେଡି ହତୋତ୍ସାହିତ ହୋଇ ଏଭଳି କରୁଛି। ଆମର ବିକାଶ ଧାରାରେ ହତୋତ୍ସାହିତ ହୋଇ ବିଜେଡି ଏଭଳି କରୁଛି। ବିଗତ ନିର୍ବାଚନରେ ମୟୂରଭଞ୍ଜରେ ସେମାନଙ୍କ ପରାଜୟ ଯୋଗୁ ହତୋତ୍ସାହିତ ହୋଇପଡ଼ିଛନ୍ତି। ତେବେ ଆସିଥିବା ଅଭିଯୋଗ ମିଥ୍ୟା ଓ ରାଜନୈତିକ ଅଭିସନ୍ଧିମୂଳକ ବୋଲି ବିଶ୍ୱେଶ୍ୱର ଟୁଡୁ କହିଥିଲେ।