Astrospeak
  • Live TV
  • Read In English

OBCଙ୍କ ସ୍ୱାର୍ଥ ରକ୍ଷାରେ ରାଜ୍ୟ ସରକାର ବିଫଳ: ବିଜେପି

ଏହାର ଜବାବ ରଖିଛି ବିଜେଡି। ପିତାମ୍ବରଙ୍କୁ ପାଲଟା ମିଛୁଆ କହିବା ସହ ବିଜେଡିର ନିଷ୍ପତ୍ତି ଐତିହାସିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଆସନ୍ତା ପଞ୍ଚାୟତ ଓ ପରବର୍ତ୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀ ଦେବା ନେଇ ଗତକାଲି ଘୋଷଣା କରିଥିଲା ବିଜେଡି। 

pitambar Acharya
pitambar Acharya

ଭୁବନେଶ୍ୱର: ୨୭ ପ୍ରତିଶତ ପଛୁଆ ବର୍ଗଙ୍କୁ ବିଜେଡି ଦଳୀୟ ଟିକେଟ୍ ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି। ମୁଖ୍ୟମନ୍ତ୍ରୀ ଓ ବିଜେଡି ମିଛ କହୁଛନ୍ତି ବୋଲି କହିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ା ଓବିସିଙ୍କ ସ୍ବାର୍ଥ ରକ୍ଷାରେ ରାଜ୍ୟ ସରକାର ବିଫଳ। ସଂରକ୍ଷଣ କୌଣସି ନୂଆ କଥା ନୁହେଁ, ପଞ୍ଚାୟତ ନିର୍ବାଚନରେ ଏନେଇ ଆଇନରେ ପ୍ରାବଧାନ ଥିଲା କିନ୍ତୁ ତାକୁ ମାନି ନାହିଁ ବିଜେଡି। ସେ ନିଜ ଦଳ ପାଇଁ ଟିକେଟ୍ ଦେବେ ଏଥିରେ ଓବିସି ବର୍ଗଙ୍କ ସ୍ବାର୍ଥ ରକ୍ଷା କିପରି ହେବ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି।

ସେପଟେ ଏହି ନିଷ୍ପତ୍ତିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ। ତେବେ ଏହାର ଜବାବ ରଖିଛି ବିଜେଡି। ପିତାମ୍ବରଙ୍କୁ ପାଲଟା ମିଛୁଆ କହିବା ସହ ବିଜେଡିର ନିଷ୍ପତ୍ତି ଐତିହାସିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଆସନ୍ତା ପଞ୍ଚାୟତ ଓ ପରବର୍ତ୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀ ଦେବା ନେଇ ଗତକାଲି ଘୋଷଣା କରିଥିଲା ବିଜେଡି।