ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ ଜୁଏଲଙ୍କ ଟାର୍ଗେଟ : ସୌନ୍ଦର୍ଯ୍ୟକରଣ ନାଁରେ ଚାଲିଛି ଓଲଟା ସିଧା କାମ

ପ୍ରକଳ୍ପ କାମ ସ୍ଥଗିତ ରହିବା ଦରକାର କହିଲେ ଜୁଏଲ ଓରାମ

Jual Oram

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ବେଆଇନ ନିର୍ମାଣ ହୋଇଛି କହି ତୀବ୍ର ସମାଲୋଚନା କରିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ ।  ମୁଖ୍ୟମନ୍ତ୍ରୀଙ୍କୁ ଲୁଚେଇ ଅଫିସରମାନେ ପ୍ରକଳ୍ପ କାମ ଚଳାଇଛନ୍ତି । ତେବେ ବର୍ତ୍ତମାନ ପ୍ରକଳ୍ପ କାମ ସ୍ଥଗିତ ରହିବା ଦରକାର ବୋଲି କହିଛନ୍ତି ଜୁଏଲ ଓରାମ । 

ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି  ଜୁଏଲ ଓରାମ । ସଂସଦରେ ସାଂସଦ ପିନାକୀ ମିଶ୍ର ଡାହା ମିଛ କହିଛନ୍ତି ।  ସୌନ୍ଦର୍ଯ୍ୟକରଣ ନାଁରେ ଏମାନେ ଓଲଟା ସିଧା କାମ କରୁଛନ୍ତି । ସେଠାରେ ହେଉଥିବା କାମ ବେଆଇନ, ହାଇକୋର୍ଟ ଷ୍ଟେ ଅର୍ଡର ଦେବା କଥା ।  ସେପଟେ ବିଜେଡି କହିଛି ଏହି ପ୍ରସଙ୍ଗକୁ ଅଯଥା ରାଜନୀତି କରାଯାଉଛି , ଯେତେ ରାଜନୀତି କଲେବି କାମ ଅଟକିବନି ।

ସେପଟେ ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ୨୦୦ ମିଟର ପରିଧି ଭିତରେ ନିର୍ମାଣ କାମ ଚାଲୁଥିବାରୁ ଏନେଇ ଏନେଇ National Monuments Authority(NMA) ଆପତ୍ତି ଜଣାଇଛନ୍ତି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। 

ଏହି ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ୨୦୦ ମିଟର ପରିଧି ଭିତରେ ନିର୍ମାଣ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବିଲଡିଂ ପ୍ଲାନ୍‌ରେ ସଂଶୋଧନ ପାଇଁ NMA କହିସାରିଛି । ଶ୍ରୀମନ୍ଦିରର ସୁରକ୍ଷା ଆମର ପ୍ରାଥମିକତା। ତେଣୁ ଆଇନ୍ ଅନୁସାରେ କାମ ହେଉ ବୋଲି ସେ କହିଛନ୍ତି ।