Advertisment

ଝାରସୁଗୁଡ଼ାରେ ସମସ୍ୟା ମାଳମାଳ, ହେଲେ ତିନୋଟି ପ୍ରସଙ୍ଗକୁ ନେଇ ଚାଲିଛି ପ୍ରଚାର

ବଡ଼ ପ୍ରଶ୍ନ କାହିଁକି ପ୍ରସଙ୍ଗକୁ ନେଇ ପ୍ରଚାର ହେଲାନି? ପ୍ରସଙ୍ଗ ଗୌଣ ହୋଇ ଭାବପ୍ରବଣତାକୁ କାହିଁକି ଗୁରୁତ୍ୱ ଦିଆଗଲା? ସାଧାରଣ ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ଥିବାରୁ ଏହି ଉପନିର୍ବାଚନକୁ ନେଇ ରାଜନୈତିକ ଦଳ ସେତେଟା ସିରିୟସ୍ ହେଲେନି କି ?

Jharsuguda Bypoll lacks proper election propaganda

Jharsuguda Bypoll lacks proper election propaganda

Advertisment

ପ୍ରଚାର ଜୋରଦାର, ହେଲେ ପ୍ରସଙ୍ଗବିହୀନ। ଝାରସୁଗୁଡ଼ା ଉପନିର୍ବାଚନରେ ଦେଖିବାକୁ ମିଳିଛି କିଛି ଏଭଳି ସ୍ଥିତି। ନବ ଦାସ ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଭଳି ଗୋଟିଏ ଦୁଇଟି ଇସ୍ୟୁ ଛାଡ଼ି ଦେଲେ ସ୍ଥାନୀୟ ପ୍ରସଙ୍ଗ ଆଦୌ ସ୍ଥାନ ପାଇନି କହିଲେ ଚଳେ। ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ଯେଭଳି ପ୍ରସଙ୍ଗର ଲମ୍ବା ତାଲିକାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ ହୋଇଥିଲେ ଏଠି କିନ୍ତୁ ତାହା ଦେଖିବାକୁ ମିଳିନାହିଁ। 

Advertisment

ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରସଙ୍ଗ ଗାଏବ। ସମସ୍ୟା ମାଳମାଳ, ହେଲେ ଗୋଟେ ଦୁଇଟି ପ୍ରସଙ୍ଗକୁ ନେଇ ଚାଲିଛି ପ୍ରଚାର। କାହିଁକି ମୁଦ୍ଦାରୁ ଦୂରେଇ ଯାଇଛନ୍ତି ରାଜନୈତିକ ଦଳ? ପ୍ରସଙ୍ଗ ଦେଉନି କି ଭୋଟ୍? ଶେଷ ପର୍ଯ୍ୟାୟରେ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର। ହେଲେ ତୃଣୂମଳସ୍ତରର ସମସ୍ୟାକୁ ଛୁଇଁଲେନି ରାଜନୈତିକ ଦଳ। କିଛି ମାସ ତଳେ ହୋଇଥିବା ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ କିନ୍ତୁ ମୁଖ୍ୟ ପ୍ରସଙ୍ଗ ହୋଇଥିଲା ସ୍ଥାନୀୟ ସମସ୍ୟା। ଭ୍ରଦକ-ଯାଜପୁର ଫିଲିଂ, ବନ୍ୟା ସମସ୍ୟା, ଚାଷୀ ପ୍ରସଙ୍ଗ, ରେଳ ପ୍ରକଳ୍ପ ବିବାଦ, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଆଦି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି।

ତେବେ ଝାରସୁଗୁଡ଼ାରେ କିନ୍ତୁ କିଛି ସୀମିତ ପ୍ରସଙ୍ଗ ଉପରେ ହୋଇଛି ପ୍ରଚାର। ମୁଖ୍ୟ ପ୍ରସଙ୍ଗ ଯେମିତିକି, ଲଇକେରା, କିର୍ମିରା, କୋଲାବିରାକୁ ନେଇ ସବଡିଭିଜନ୍ ପ୍ରତିଷ୍ଠା, ତିନି ବ୍ଲକରେ ଯୁକ୍ତି ତିନି ବିଜ୍ଞାନ କଲେଜ ପ୍ରତିଷ୍ଠା, କୋଲାବିରା ବ୍ଲକକୁ ସିଡ୍ୟୁଲ୍ ବ୍ଲକ ମାନ୍ୟତା, ଚାଷୀଙ୍କ ସମସ୍ୟା, ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରାକୃତିକ ସଂପଦର ଅବକ୍ଷୟ, ବେକାରୀ ସମସ୍ୟା ଉପରେ ଚର୍ଚ୍ଚା ହେଲା ନାହିଁ। ସତେ ଯେମିତି ପ୍ରଚାରକୁ ଡାଇଭର୍ଟ କରି ଦିଆଗଲା।

Advertisment

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ସମ୍ବଲପୁର ହିଂସାକୁ ହିଁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ। ତା ସହ ଆଦାବାସୀ ଓ ଅଗ୍ରିଆ ଭୋଟ୍ ନେବାକୁ ଜାତି ରାଜନୀତି ବି ଦେଖିବାକୁ ମିଳିଛି। ସେପଟେ ବିଜେଡି ବି ବିକାଶକୁ କମ୍ ଗୁରୁତ୍ୱ ଦେଇ ନବ ଦାସ ହତ୍ୟା ପ୍ରସଙ୍ଗରେ ଅନୁକମ୍ପା କାର୍ଡ ହିଁ ଖେଳିଥିବା ଦେଖିବାକୁ ମିଳିଛି।

ବଡ଼ ପ୍ରଶ୍ନ କାହିଁକି ପ୍ରସଙ୍ଗକୁ ନେଇ ପ୍ରଚାର ହେଲାନି? ପ୍ରସଙ୍ଗ ଗୌଣ ହୋଇ ଭାବପ୍ରବଣତାକୁ କାହିଁକି ଗୁରୁତ୍ୱ ଦିଆଗଲା? ସାଧାରଣ ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ଥିବାରୁ ଏହି ଉପନିର୍ବାଚନକୁ ନେଇ ରାଜନୈତିକ ଦଳ ସେତେଟା ସିରିୟସ୍ ହେଲେନି କି ? ଗୋଟିଏ ପଟେ ଶାସକ ଦଳ ପକ୍ଷରୁ ଖୋଲାଖୋଲି ଆଦର୍ଶ ଆଚରଣ ବିଧିର ଅଭିଯୋଗ, ଅନ୍ୟପଟେ ପ୍ରସଙ୍ଗରୁ ସବୁ ଦଳ ଦୂରେଇ ଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଝାରସୁଗୁଡ଼ାବାସୀ କାହାକୁ ସମର୍ଥନ କରୁଛନ୍ତି ତା ଉପରେ ନଜର ରହିଛି।

Advertisment
BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ