ପ୍ରଚାରକୁ ଯାଇଥିବା ବେଳେ ରମେଶ ମାଝୀଙ୍କୁ ଅଣ୍ଡାମାଡ଼ !

ସାଂସଦ ଓ ତାଙ୍କ ସହଯୋଗୀଙ୍କୁ ପିଟିବାକୁ ଗୋଡ଼ାଇଲେ ଲୋକେ ।

ରମେଶ ମାଝୀଙ୍କୁ ଅଣ୍ଡା ମାଡ଼

ନିର୍ବାଚନ ପ୍ରଚାରକୁ ଯାଇଥିବା ବେଳେ ସାଂସଦ ରମେଶ ମାଝୀଙ୍କୁ ଅଣ୍ଡା ମାଡ଼ । ଠେଙ୍ଗା ଧରି ଗୋଡ଼ାଇଲେ ଗାଁଲୋକେ । ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଝରିଗାଁ ଇଚ୍ଛାପୁର ଗାଁରୁ । ଆଜି ସେଠାକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ ସାଂସଦ ଓ ତାଙ୍କ ସହଯୋଗୀ । ତେବେ ଏହାକୁ ନେଇ ଲୋକେ ବିରୋଧ କରିବା ସହ ମାଡ଼ ମାରିବାକୁ ଗୋଡ଼ାଇ ଥିଲେ ।

କିଛି ଦିନ ପୂର୍ବରୁ ସାଂସଦଙ୍କୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟନକୁ ଡାକିଥିଲେ । ହେଲେ ସେତେବେଳେ ସେ ନଆସି ଏବେ କାହିଁକି ଭୋଟ୍ ପାଇଁ ଆସିଲେ ବୋଲି ଲୋକେ ଅଭିଯୋଗ କରି ଏପରି କରିଛନ୍ତି । ଘଟଣାକୁ ନେଇ ରମେଶ ମାଝୀଙ୍କ ପ୍ରତିକ୍ରିୟା ମିଳିପାରିନି ।