Advertisment

ସିଟ୍ ଭାଗବଣ୍ଟା ଛିଣ୍ଡୁନଥିବାରୁ ଡେରି ହେଉଛି ମେଣ୍ଟ ଘୋଷଣା !

୨୦୦୦ ମସିହାର ଫର୍ମୁଲା ଦାବି କରୁଛି ବିଜେପି  । ବିଜେଡି କିନ୍ତୁ ଅଧିକ MLA ସିଟ୍ ଛାଡ଼ିବାକୁ ରାଜି ନୁହେଁ  ।

Odisha Politics

Odisha Politics

Advertisment

ଛିଡୁନି ସିଟ୍ ଭାଗବଣ୍ଟା । ବଢ଼ି ଚାଲିଛି ମେଣ୍ଟ ସସପେନ୍ସ । ବିଜେଡି କହୁଛି ଏମପି ନିଅ, ଏମ୍ଏଲ୍ଏ ଛାଡ । ଆଉ ରାଜ୍ୟ ବିଜେପିର ଦାବି ଏମଏଲଏ ସିଟ୍ ଭାଗ ବଣ୍ଟାରେ ବି ୨୦୦୦ ମେଣ୍ଟ ବେଳର ପୁରୁଣା ଫର୍ମୁଲା (63-84) ବଜାୟ ରହୁ । କିନ୍ତୁ ବିଜେଡି ଶହେ ପ୍ଲସ୍ ସିଟରେ ଲଢିବାକୁ ଅଡ଼ି ବସିବାରୁ ଅଡୁଆ ଛିଡୁ ନଥିବା କୁହାଯାଉଛି।

Advertisment

ଏପରିସ୍ଥଳେ ଗତକାଲି ବିଜେଡି ନେତା ତଥା ଫାଇଭ୍ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି। ମେଣ୍ଟ ବାବଦରେ ଆଲୋଚନା ହୋଇଥିଲେ ବି କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଆଜି ଉଭୟ ନେତା ଭୁବନେଶ୍ୱର ଫେରି ପ୍ରଥମେ ଶଙ୍ଖ ଭବନ ଓ ପରେ ନବୀନ ନିବାସ ଯାଇଥିଲେ। ଅପରପକ୍ଷେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ରାଜ୍ୟ ଶୀର୍ଷ ନେତୃତ୍ୱ ବି ଦିଲ୍ଲୀରେ ଡେରା ପକାଇଛନ୍ତି।

ହେଲେ ଏତେ କସରତ ପରେ ବି ଭାଗବଣ୍ଟା ସଂଖ୍ୟା ସ୍ଥିର ହୋଇପାରୁନଥିବାରୁ ସରଗରମ ରାଜ୍ୟ ରାଜନୀତି। ଏସବୁ ଭିତରେ ରାଜ୍ୟ ବିଜେପି ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ କିନ୍ତୁ ରାଜ୍ୟ ବିଜେପି ଏକାକୀ ନିର୍ବାଚନ ଲଢ଼ିବାକୁ ଚାହେଁ ବୋଲି କହିବା ବେଳେ ବିଜେଡି କହିଛି ଖୁବ୍ ଶୀଘ୍ର ମେଣ୍ଟ ଅଙ୍କ ଛିଡିଯିବ।

Advertisment

୨୦୧୯ରେ ବିଜେପି ୨୩ଟି ବିଧାନସଭା ସିଟ ଅକ୍ତିଆର କରିଥିଲା। ପ୍ରାୟ ୨୬ଟି ସିଟରେ ବିଜେଡିକୁ କଡ଼ା ଟକ୍କର ଦେଇ ହାରିଥିଲା। ଅର୍ଥାତ୍ ଏସବୁ ସିଟରେ ଭୋଟ୍ ବ୍ୟବଧାନ ମାତ୍ର ୭ ଶହରୁ ୧୦ହଜାର ଭିତରେ ଥିଲା। ସେହିପରି ୨୦୧୪ରେ ମାତ୍ର ଗୋଟିଏ ଏମପି ସିଟ୍ ଜିତିଥିଲା ବେଳେ ୨୦୧୯ ବେଳେ ଏ ସଂଖ୍ୟାକୁ ୮କୁ ନେଇଯାଇଥିଲା ଦଳ। ଏହାବାଦ୍ ପୁରୀ, କେନ୍ଦୁଝର, ଢେଙ୍କାନାଳ ଓ ଭଦ୍ରକ ଆସନରେ ହାରି ମଧ୍ୟ ବିଜେଡିକୁ ଦେଇଥିଲା କଡ଼ା ଫାଇଟ୍ ।

ତେବେ ୨୦୨୪ରେ କିନ୍ତୁ ବିଜେପି ନିଜକୁ ଅଧିକ ଶକ୍ତିଶାଳୀ କରିସାରିଛି ରାଜ୍ୟରେ। ନବୀନଙ୍କ ଲୋକପ୍ରିୟତା କମିବା ଓ ମୋଦିଙ୍କ ଲୋକପ୍ରିୟତା ବଢିବା ନେଇ ବିଭିନ୍ନ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ଅଧିକ କନ୍ଫିଡେନସରେ ଥିବା ରାଜ୍ୟ ବିଜେପି ବିଧାନସଭାକୁ ନେଇ କମ୍ପ୍ରମାଇଜ୍ ମୁଡରେ ନାହିଁ।

Advertisment

ସାଧାରଣ ଭାବେ ମେଣ୍ଟ ଫର୍ମୂଲା କହୁଛି- ଗୋଟିଏ ଦଳର ଜିତିଥିବା ସିଟ୍ସଂଖ୍ୟା ଓ ମେଣ୍ଟ କରିବାକୁ ଥିବା ଦଳ ଛଡ଼ା ଅନ୍ୟଠୁ ହାରି ଦ୍ବିତୀୟ ନମ୍ବରରେ ଥିବା ସିଟ୍ ସଂଖ୍ୟାକୁ ମିଶାଇ ଭାଗବଣ୍ଟା ହୁଏ। ହେଲେ ଦୁଇ ଦଳର ଦାବି ମୁତାବକ ଏଠି ସମୀକରଣ ଭିନ୍ନ ହେଉଥିବାରୁ ଫର୍ମୁଲା କାମ ଦେଉନି।ଯେଉଁଥିପାଇଁ ଅଟକି ରହିଛି ବିଜେପି-ବିଜେଡି ମେଣ୍ଟ।

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ