Advertisment

ସରକାରଙ୍କ ବିରୋଧରେ ଗର୍ଜିଲେ ୧୦ ହଜାରରୁ ଅଧିକ ଶିକ୍ଷକ

ଲୋୟର ପିଏମଜିରେ ୧୦ ହଜାରରୁ ଅଧିକ ଶିକ୍ଷକଙ୍କ ବିକ୍ଷୋଭ । ସ୍କୁଲରେ ପାଠପଢ଼ା ପ୍ରଭାବିତ ।

undefined

Teacher Protest

Advertisment

ସରକାରୀ ନୀତି, ନିଷ୍ପତ୍ତି ବିରୋଧରେ ତୀବ୍ର ଅସନ୍ତୋଷ । ପ୍ରାଶାସନିକ କଳର ଶିଥିଳତା ଯୋଗୁଁ ଅସନ୍ତୋଷ ବଢ଼ିବାରେ ଲାଗିଛି । କାହିଁକି ନା କିଏ ୩୦ ବର୍ଷ ତ କିଏ ୨୫ ବର୍ଷ ଶିକ୍ଷକତା କରିସାରିଲେଣି। କେତେ ଭବିଷ୍ୟତ ଗଢିଛନ୍ତି। ହେଲେ ନିଜର ଭବିଷ୍ୟତ, ଆଉ ପିଲା ଛୁଆଙ୍କ ଭବିଷ୍ୟତ ପାଇଁ ସେମାନେ ଆଜି ରାଜରାସ୍ତାରେ ।

Advertisment

୨୧ ଦଫା ଦାବୀ ନେଇ ଲୋୟର ପିଏମଜିରେ ଆଜି ଗର୍ଜିଛନ୍ତି ହଜାର ହଜାର ଶିକ୍ଷକ । ଓଷ୍ଟା ଡାକରାରେ ତିନି ଦିନିଆ ଅହୋରାତ୍ର ଧାରଣାରେ ସାମିଲ ହୋଇଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମୁଖ୍ୟ ଦାବି ୧୯୪ ହାଇସ୍କୁଲକୁ ପୂର୍ଣ୍ଣ ଅନୁଦାନ,ସମାନ କାମକୁ ସମାନ ଦରମା, ଚାକିରି ସର୍ତ୍ତାବଳି ଓ ପେନସନ ଲାଗୁ । ଖରା ଗରମକୁ ଖାତିର ନକରି ରାଜରାସ୍ତାରେ ସରକାରଙ୍କ ସହ ଦୁର୍ବାର ଲଢେଇ ଡାକରା ।

ବଡ କଥା ହେଉଛି, ସରକାର ଫାଇଭ-ଟି ସ୍କୁଲ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାଜ୍ୟରେ ଶିକ୍ଷକଙ୍କୁ କିନ୍ତୁ ବିନା ଦରମାରେ କାମ କରିବାକୁ ପଡୁଛି। ଏଇ ଯେମିତି ଭଦ୍ରକର ତିହିଡି ବ୍ଲକର ତାଳପଦା ମନମୋହନ ସହଯୋଗ ହାଇସ୍କୁଲର ଶିକ୍ଷୟିତ୍ରୀ କଳ୍ପନା ଉଦ୍‌ଗାତା । ୧୯୯୬ରୁ ସ୍କୁଲ ଆରମ୍ଭ ଦିନଠାରୁ ଅଛନ୍ତି । ହେଲେ ବିନା ଦରମାରେ । ଆଉ ମାତ୍ର ୯ ବର୍ଷ ଚାକିରି ରହିଲା । ଚାକିରି ଆରମ୍ଭରୁ ଦାବି କରି ଆସୁଛନ୍ତି ହାଇସ୍କୁଲକୁ ପୂର୍ଣ୍ଣ ଅନୁଦାନ ପାଇଁ,ହେଲେ ସରକାର ଶୁଣିବାକୁ ନାରାଜ । ୧୯୪ ହାଇସ୍କୁଲର ପ୍ରାୟ ୨ ହଜାରରୁ ଅଧିକ ଶିକ୍ଷକଙ୍କର ଅବସ୍ଥା କଳ୍ପନା ଦିଦିଙ୍କ ଭଳି।

Advertisment

୩ ଦିନିଆ ଅହୋରାତ୍ର ଧାରଣା ପାଇଁ ରାଜଧାନୀ ରାଜରାସ୍ତାରେ ଶିକ୍ଷକ ସେପଟେ ପ୍ରଭାବିତ କ୍ଲାସରୁମ। ନିଜେ କ୍ଲାସ ନେଉଛନ୍ତି ପିଲା। ରାୟଗଡା କୋଲନରା ବ୍ଲକ ଗୋପାଳବାଡିର ଉତ୍କଳ ଖଦି ମଣ୍ଡଳ ଉଚ୍ଚବିଦ୍ୟାଳୟରେ ୯ ଜଣ ଶିକ୍ଷକଙ୍କ ମଧ୍ୟରୁ ପ୍ରଧାନଶିକ୍ଷକଙ୍କ ସହ ୪ ଜଣ ଆନ୍ଦୋଳନରେ। କିଛି ପିରିୟଡ ସାର ରହୁଥିବା ବେଳେ ଆଉ କିଛି ପିରିୟଡରେ ନିଜ କ୍ଲାସ ନିଜେ ନେଉଛନ୍ତି ପିଲା।

ସେମିତି ନବରଙ୍ଗପୁରର ଜାମ୍ବଗୁଡା ରାଜୀବଗାନ୍ଧୀ ଉଚ୍ଚ ବିଦ୍ୟାଳୟ। ୩ ଶ୍ରେଣୀରେ ୧୯୮ ଛାତ୍ରଛାତ୍ରୀ। ୮ ଜଣ ବଦଳରେ ସ୍କୁଲରେ ଅଛନ୍ତି ମାତ୍ର ୬ ଜଣ ଶିକ୍ଷୟିତ୍ରୀ। ତାପରେ ପୁଣି ଶିକ୍ଷକ ଷ୍ଟ୍ରାଇକରେ ଥିବାରୁ ସାହିତ୍ୟ ଆଉ ଭୂଗୋଳ, ଇତିହାସ ପିରିୟଡ ଆଜି ପିଲାଙ୍କୁ ନିଜେ ପଢିବାକୁ ପଡ଼ିଛି।

Advertisment

ଏବେ ସୁଦ୍ଧା ଆନ୍ଦୋଳନରତ ଶିକ୍ଷକ ମାନଙ୍କ ସହ ସରକାରଙ୍କ ଆଲୋଚନା ସଫଳ ହୋଇନଥିବା ବେଳେ ତିନିଦିନ ଆହୋରାତ୍ର ଧାରଣାରେ ବସିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆଗକୁ ମାଟ୍ରିକ ପରୀକ୍ଷା ପୁଣି ଆସନ୍ତା ବର୍ଷ ନିର୍ବାଚନ। ଏମିତି ସ୍ଥିତିରେ ଶିକ୍ଷକ ଆନ୍ଦୋଳନ ପୁଣି ମୁଣ୍ଡ ଟେକିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ