Astrospeak
  • Live TV
  • Read In English

ସୌନ୍ଦର୍ଯ୍ୟର ଗନ୍ତାଘର ନିୟମଗିରି ପାହାଡ଼; ପର୍ଯ୍ୟଟକଙ୍କ ପାଇଁ ନାହିଁ ପର୍ଯ୍ୟାପ୍ତ ସୁବିଧା

ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ୪୪ କିଲୋମିଟର ଦୂରରେ ରହିଛି ଚାଟିକଣା। ଏଠାରେ ପୂର୍ବଘାଟ ପାର୍ବତ୍ୟମାଳାର ଅଂଶ ବିଶେଷ ବିସ୍ତୀର୍ଣ୍ଣ ନିୟମଗିରି ପାହାଡ ରହିଛି । ଏହି ପାହାଡର ପାଦଦେଶରେ ପ୍ରସିଦ୍ଧ ପାତାଳେଶ୍ବର ଶୈବ ପୀଠ ।

Hill
HIll

ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ ପାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ବଣ ପାହାଡ ଘେରା ଝରଣା, ନଦୀ କୂଳ ଓ ଜଳପ୍ରପାତ ସହିତ ଏଠାକାର ଜନଜାତିଙ୍କ ଜୀବନଶୈଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଚାଟିକଣା ଗଦଗଦା ଜଳପ୍ରପାତ ଉପରେ ରହିଥିବା ପାତାଳେଶ୍ୱର ଶୈବ ପୀଠ, ଯେଉଁଠି ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି।ହେଲେ ଏଠାରେ ପର୍ଯ୍ୟାପ୍ତ ସୁବିଧା ମିଳୁନଥିବା ନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ନିୟମଗିରି ପାହାଡ ଉପରେ ରହିଛି ସର୍ବପୁରାତନ ପାତାଳେଶ୍ୱର ଶୈବ ପୀଠ । ପୀଠକୁ ଲାଗି କଳକଳ ନାଦରେ ବହି ଯାଉଛି ଝରଣା। ନିୟମଗିରି ପାହାଡରୁ ବହି ଯାଉଥିବା ଏହି ଝରଣା ଚାଷଜମିକୁ ଜଳସେଚନ ସୁବିଧା ଯୋଗାଉଛି। ଝରଣା ଦେଖିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବାପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମେ। ହେଲେ ଏହି ପୀଠର ରୂପାନ୍ତରୀକରଣ ହୋଇନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି

ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ୪୪ କିଲୋମିଟର ଦୂରରେ ରହିଛି ଚାଟିକଣା। ଏଠାରେ ପୂର୍ବଘାଟ ପାର୍ବତ୍ୟମାଳାର ଅଂଶ ବିଶେଷ ବିସ୍ତୀର୍ଣ୍ଣ ନିୟମଗିରି ପାହାଡ ରହିଛି । ଏହି ପାହାଡର ପାଦଦେଶରେ ପ୍ରସିଦ୍ଧ ପାତାଳେଶ୍ବର ଶୈବ ପୀଠ । କେବଳ ରାଜ୍ୟର ନୁହେଁ ଏଠାକୁ ରାଜ୍ୟ ବାହାରରୁ ହଜାର ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସନ୍ତି।

ତେବେ ଏହି ପୁରାତନ ଶୈବପୀଠଓ ଜଳପ୍ରପାତର ଆବଶ୍ୟକୀୟ ସୁବିଧା ନଥିବା କଥାକୁ ସ୍ବୀକାର କରିଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ । ଚଳିତ ବର୍ଷ ସରକାର ଏହାର ଉନ୍ନତିକରଣ ଲାଗି ୮୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଶୀଘ୍ର ଏହାର ରୂପାନ୍ତରୀକରଣ ହେବ ବୋଲି ସେ କହିଛନ୍ତି।