Advertisment

ଆମ୍ବକୁ ଘାରିଛି ବିପଦ; ବଗିଚାରେ ମାଡି ଗଲାଣି ରେଡବ୍ୟାଣ୍ଡ ପୋକ

ଗଛରେ ଆମ୍ବ କସି ଆସୁ ଆସୁ ଲାଗିଯାଉଛି ପୋକ। କଅଁଳ ଆମ୍ବରେ କଣା କରି ପଶି ଭିତରେ ଖୋଳ କରିଦେଉଛନ୍ତି। ଗୋଟେ ଆମ୍ବରୁ ଆଉ ଗୋଟିଏ, ଗୋଟେ ଗଛରୁ ଆର ଗଛକୁ ଚକଡା ଭଳି ଚରି ଯାଉଛନ୍ତି।

Redband Insect in mango

Redband Insect in mango

Advertisment

ଗଛରେ ଆମ୍ବ ଫଳୁ ଫଳୁ ଖାଇଯାଉଛନ୍ତି ପୋକ। ଶହ ଶହ ଏକର ଆମ୍ବ ବଗିଚାରେ ମାଡି ଗଲାଣି ରେଡବ୍ୟାଣ୍ଡ ପୋକ। କଷି ଅବସ୍ଥାରେ ଆମ୍ବ ସବୁ ଝଡି ପଡିବାରୁ ଏବେ ଚିନ୍ତାରେ ଢେଙ୍କାନାଳର ଆମ୍ବ ଚାଷୀ। କୀଟନାଶକ ପକାଇବା ପରେ ବି ପୋକ ଯାଉନି। ସେପଟେ କୃଷି ବିଭାଗ ଉପ ନିର୍ଦ୍ଦେଶକ କହିଛନ୍ତି, ଖୁବଶୀଘ୍ର ସ୍ଥିତିରେ ସୁଧାର ଆସିବ।

Advertisment

ଗଛରେ ଆମ୍ବ କସି ଆସୁ ଆସୁ ଲାଗିଯାଉଛି ପୋକ। କଅଁଳ ଆମ୍ବରେ କଣା କରି ପଶି ଭିତରେ ଖୋଳ କରିଦେଉଛନ୍ତି। ଗୋଟେ ଆମ୍ବରୁ ଆଉ ଗୋଟିଏ, ଗୋଟେ ଗଛରୁ ଆର ଗଛକୁ ଚକଡା ଭଳି ଚରି ଯାଉଛନ୍ତି। ଏକର ଏକର ବଗିଚାରେ ମାଡି ଗଲେଣି ଏହି ରେଡ୍ ବ୍ୟାଣ୍ଡ ପୋକ। ଫଳରେ ଅମଳ ହେବା ପୂର୍ବରୁ ଗଛରୁ ଝଡି ପଡିଲାଣି ସବୁ ଆମ୍ବ। ଦିନକୁ ଦିନ ସଂକ୍ରମଣ ଭଳି ବ୍ୟାପି ଚାଲିଛି ଢେଙ୍କାନାଳରେ। ଜିଲ୍ଲାର ସଦର ବ୍ଲକ୍ ମୋଟରୀ ଏବଂ ବିମ୍ବୋଳ ସହ ଓଡାପଡା ବ୍ଲକ ଗୋବିନ୍ଦପ୍ରସାଦ ଗାଁର ଚାଷୀ ମୁଣ୍ଡରେ ଚଡକ ପଡିଛି। କୃଷି ଉଦ୍ୟାନ ବିଭାଗ ସହ ଆଲୋଚନା କରି ସପ୍ତାହରେ ତିନି ଚାରି ଥର ଔଷଧ ସିଞ୍ଚନ କରାଯାଉଛି। ତଥାପି ପୋକ ଯାଉନି।

ପ୍ରାୟ ୨ ବର୍ଷ ତଳେ ଉତ୍ତର ପ୍ରଦେଶ ଓ ବିହାରରେ ଏହି ପୋକର ଦାଉ ଦେଖିବାକୁ ମିଳିଥିଲା। ଢେଙ୍କାନାଳରେ ବି ନୂଆ ନୁହେଁ ଏହି ପୋକ। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଜିଲ୍ଲାର କାଁଭାଁ ସ୍ଥାନରେ ଦେଖିବାକୁ ମିଳିଥିଲା ଏହି ରେଡ୍ ବ୍ୟାଣ୍ଡ ପୋକକୁ। ଏବେ ଜିଲ୍ଲାକୁ ପୁଣି ଫେରିଛି ଏହି ପୋକ। ଢେଙ୍କାନାଳର ଶହ ଶହ ଏକର ଆମ୍ବ ବଗିଚାରେ ବ୍ୟାପିଯାଇଛି। ଯାହାକୁ ନେଇ ଆମ୍ବ ଚାଷୀ ଚିନ୍ତାରେ। ଧାର କରଜ କରି ଚାଷ କରିଥିବା ଚାଷୀ ରପ୍ତାନୀ କରିବା ତ ଦୂରର କଥା ମୂଳ ଟଙ୍କା କିଭଳି ପରିଶୋଧ କରିବ ସେନେଇ ଚିନ୍ତାରେ ପଡିଛନ୍ତି। ଚାଷୀଙ୍କ ପାଇଁ ସରକାରଙ୍କ କିଛି ବୀମା ଯୋଜନା ନଥିବାରୁ ସେମାନେ କ୍ଷତିପୂରଣ ଅର୍ଥ ରାଶିରୁ ବଞ୍ଚିତ ହେଉଛନ୍ତି। ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଆମ୍ବ ଚାଷୀ।

Advertisment

ଢେଙ୍କାନାଳର ପାଣିପାଗ ଆମ୍ବ ଚାଷ ପାଇଁ ଅନୁକୂଳ। ପ୍ରତିବର୍ଷ ଏଠାରୁ ୪୦ରୁ ୫୦ ହଜାର ମେଟ୍ରିକ ଟନ୍ ଆମ୍ବ ଉତ୍ପାଦନ ହୋଇଥାଏ। ଏହି ଆମ୍ବକୁ ଦିଲ୍ଲୀ, କଲିକତା ଏବଂ ଛତିଶଗଡ ସମେତ ବାଙ୍ଗଲାଦେଶ ଓ ଦୁବାଇକୁ ମଧ୍ୟ ରପ୍ତାନୀ କରାଯାଇଥାଏ। ତେବେ ଚଳିତ ବର୍ଷ ଚାଷୀର ଚିନ୍ତା ବଢାଇଛି ରେଡ୍ ବ୍ୟାଣ୍ଡ ପୋକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ