କୂଅ ନେଇଗଲା ୧୩ ମହିଳାଙ୍କ ଜୀବନ

୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି

Wedding celebrations turn tragic

ଉତ୍ତର ପ୍ରଦେଶ କୁଶିନଗରରେ ଅଭାବନୀୟ ଘଟଣା। ବିବାହ ପାର୍ଟି ଚାଲିଥିବା ବେଳେ ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ୧୩ ଜଣଙ୍କ ମୃତ୍ୟୁ। କୂଅରେ ପଡ଼ିଥିବା ସ୍ଲାବ୍ ଉପରେ ଅଧିକ ଲୋକ ବସିବାରୁ ଅଘଟଣ ଘଟିଥିବା ସୂଚନା ମିଳିଛି। କୂଅ ଉପରେ ସ୍ଲାବ୍ ପଡ଼ିଥିବା ବେଳେ ବିବାହ ଉତ୍ସବକୁ ଆସିଥିବା ଲୋକେ ଜାଣି ନପାରି ତା ଉପରେ ବସିଥିଲେ।

ତେବେ ଅଧିକ ଲୋକେ ବସିବାରୁ ସ୍ଲାବ୍ ଭାର ସମ୍ଭାଳି ନପାରିବାରୁ ଏହା ତଳକୁ ଖସି ପଡ଼ିଥିଲା। ଫଳରେ ସ୍ଲାବ୍ ଉପରେ ବସିଥିବା ଲୋକେ ମଧ୍ୟ କୂଅକୁ ଖସି ପଡ଼ିଥିଲେ।

ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ସମସ୍ତେ ମହିଳା। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।