Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର

ଦେଶବାସୀଙ୍କୁ କ୍ଷମା ମାଗିଲେ, ୩ କୃଷି ଆଇନ ପ୍ରତ୍ୟାହାର କଲେ ମୋଦି

ଅଦ୍ୟତନ ହୋଇଛି
Narendra  Modi

Narendra Modi

Advertisment

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି। ପାଖାପାଖି ବର୍ଷେ ହେବ କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ।

Advertisment

ଶେଷରେ ମୋଦି ଆଜି ଏହାକୁ ପ୍ରତ୍ୟାହାର କରାଯାଉଥିବା ଘୋଷଣା କରିଛନ୍ତି। ଏଥିସହ କିଛି ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଛି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।

ତେବେ ବହୁ ବାଦବିବାଦ ଏବଂ ଆନ୍ଦୋଳନ ପରେ ଶେଷରେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ହୋଇଛି। ୩ ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଶବାସୀଙ୍କ ସମ୍ବୋଧନ ବେଳେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ଏଥିସହ ନୂଆ କୃଷି ଆଇନକୁ ବିରୋଧ କରି ଆସୁଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଆନ୍ଦୋଳନକାରୀ କୃଷକ ନିଜ ଘରକୁ ଫେରିଯାଆନ୍ତୁ । କୃଷକଙ୍କ କଲ୍ୟାଣ ପାଇଁ ୩ଟି ନୂଆ କୃଷି ଆଇନ ଅଣାଯାଇଥିଲା।

Advertisment

କିନ୍ତୁ ଏହାକୁ ବୁଝାଇବା ସତ୍ତ୍ୱେ କିଛି ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ। ବିରୋଧକୁ ଦୃଷ୍ଟିରେ ରଖି ନୂଆ କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଯାହା ବି କରୁଛୁ ଦେଶର କଲ୍ୟାଣ ପାଇଁ କରୁଛି ବୋଲି ସେ କହିଛନ୍ତି। ଏଥିସହ ଚାଷୀଙ୍କ କଲ୍ୟାଣ କେନ୍ଦ୍ର ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଚାଷୀଙ୍କ ସମସ୍ୟା, ଅସୁବିଧାକୁ ଅତି ନିକଟରୁ ଦେଖଛି, ତେଣୁ କୃଷି କଲ୍ୟାଣକୁ ଅଧତ୍କ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି। ଦେଶରେ ଶହେରୁ ୮୦ ଜଣ ହେଉଛନ୍ତି କ୍ଷୁଦ୍ରଚାଷୀ। ଯଦି ପୁରା ଦେଶରେ ଦେଖାଯାଏ, ତେବେ ୧୦ କୋଟିରୁ ଅଧତ୍କ ହେଉଛନ୍ତି କ୍ଷୁଦ୍ରଚାଷୀ।

କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ ଚାଲିଛି । କୃଷକଙ୍କୁ ୨୨ କୋଟି ସଏଲ ହେଲ୍ଥ୍ କାର୍ଡ ମିଳିଛି । ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଦେଖି ପୁରୁଣା ନିୟମରେ ପରିବର୍ତ୍ତନ କରାଯାଇଛି ବୋଲି ମୋଦି କହିଛନ୍ତି। ସେହିପରି MSPକୁ ଆହୁରି ପ୍ରଭାବୀ ଓ ସ୍ୱଚ୍ଛ କରିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣ କରିଛନ୍ତି। କମିଟିରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ପ୍ରତିନିଧି ସହ ରହିବେ ବୋଲି ସୂଚନା ମିଳିଛି।

Advertisment
Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ