ରେକର୍ଡ କଲେ ୧୪ ବର୍ଷୀୟ ନାବାଳକ : ପହଁରି ପହଁରି ଭାରତରୁ ଶ୍ରୀଲଙ୍କା ଗଲେ ଓ ଫେରିଲେ

ଏନ.ଏ ସ୍ନେହନ (NA Snehan) ସମୁଦ୍ରରେ ୫୭ କିଲୋମିଟର ଅତିକ୍ରମ କରିଛନ୍ତି । ୧୯ ଘଣ୍ଟା ୪୫ ମିନିଟ ଏହି ଦୂରତାକୁ ପହଁରି ବିରଳ ରେକର୍ଡ କରିଛନ୍ତି ।

ପହଁରି ପହଁରି ବିରଳ ରେକର୍ଡ

ବିରଳ ରେକର୍ଡ କଲେ ନାବାଳକ । ଅତଳ ଜଳରାଶିରେ ପହଁରି ପହଁରି ଭାରତରୁ ଶ୍ରୀଲାଙ୍କା ଗଲେ ଓ ଫେରିଲେ । ଥେନିର ୧୪ ବର୍ଷର ବାଳକ ଏନ.ଏ ସ୍ନେହନ ତାମିଲନାଡୁର ଧନୁଶକୋଡି ଠାରୁ ଶ୍ରୀଲଙ୍କାର ତଲ୍ଲାଇମନାର ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଦୂରତାକୁ ପହଁରିବାରେ ସର୍ବକନିଷ୍ଠ ପହଁରାଳି ହୋଇପାରିଛନ୍ତି ।

ଏନ.ଏ ସ୍ନେହନ (NA Snehan) ସମୁଦ୍ରରେ ୫୭ କିଲୋମିଟର ଅତିକ୍ରମ କରିଛନ୍ତି । ୧୯ ଘଣ୍ଟା ୪୫ ମିନିଟ ଏହି ଦୂରତାକୁ ପହଁରି ବିରଳ ରେକର୍ଡ କରିଛନ୍ତି । ସ୍ନେହାନ୍ ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି । ପୂର୍ବରୁ ଏହି ରେକର୍ଡ ତାମିଲନାଡ଼ୁର ଅନ୍ୟ ଜଣେ ନାବାଳକ ରୋଶନ ଅଭିସୁନ୍ଦରଙ୍କ ନାମରେ ଥିଲା । ସେ ଉଭୟ ପାଖ ଦୂରତା ପହଁରିବା ପାଇଁ ୨୮ ଘଣ୍ଟା ୩୬ ମିନିଟ୍ ସମୟ ନେଇଥିଲେ । ତେବେ ଅଭିସୁନ୍ଦରଙ୍କ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି ଏନ.ଏ ସ୍ନେହନ । ଏହି ସଫଳତା ସହିତ ସ୍ନେହାନଙ୍କ ନାମ ବୁକ୍ ଅଫ୍ ୟୁଆରଏଫ୍ (Book of URF World Records) ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି ।

ପହଁରି ପହିଁରି ଧନୁଷକୋଡିରେ ପହଞ୍ଚିବା ପରେ ଥେନିର ଏହି କିଶୋରଙ୍କୁ ସ୍ୱାଗତ କରାଯାଇଥିଲା । ତାଙ୍କୁ ଇଣ୍ଡିଆନ୍ କୋଷ୍ଟଗାର୍ଡ ଏବଂ ଭାରତୀୟ ନୌସେନାର ଅଧିକାରୀମାନେ ସମ୍ମାନିତ କରିଥିଲେ । SDATର ସୁଇମିଂ କୋଚ୍ ଏମ ବିଜୟକୁମାରଙ୍କ ଅନୁସାରେ ସୋମବାର ଦିନ ଅପରାହ୍ନ ୨ଟାରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ନେହାନ ସୋମବାର ଧନୁଷକୋଡିରୁ ପହଁରିବା ଆରମ୍ଭ କରି IMBL ଅତିକ୍ରମ କରିବାରେ ସଫଳ ହୋଇଥିଲେ । ଯେଉଁଠାରେ ଶ୍ରୀଲଙ୍କା ନୌସେନାର କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ଅପରାହ୍ନ ୫ଟାରେ ପୁଣି ସେ ପହଁରି ପହଁରି ଫେରିଥିଲେ ।

ତେବେ ଏହି ଯାତ୍ରା ସମୟରେ ସମୁଦ୍ରରେ ଅନୁକୂଳ ସ୍ଥିତି ସମ୍ପର୍କରେ ଅନୁଭୂତି ସାଉଣ୍ଟିଛନ୍ତି ସ୍ନେହାନ୍ । ସେ ରାତି ୯.୫୫ ରେ ତଲ୍ଲାଇମନାରେ ପହଞ୍ଚିଥିଲେ । ସେ ଫେରିବା ସମୟରେ ସମୁଦ୍ରରେ ତରଙ୍ଗ ବଢ଼ିଯାଇଥିଲା, ନଚେତ୍ ସ୍ନେହାନ୍ ଆଉ କମ ସମୟରେ ଧନୁଷକୋଡିରେ ପହଞ୍ଚିଥାନ୍ତେ ବୋଲି କହିଛନ୍ତି ।

ତେବେ ତାଙ୍କର ଏହି ଯାତ୍ରା ସମୟରେ ଲାଇଫଗାର୍ଡ ଡଙ୍ଗାରେ ସରକାରୀ ପର୍ଯ୍ୟବେକ୍ଷକ, ସ୍ନେହାନଙ୍କ ପିତାମାତା ଏବଂ ତାଙ୍କ କୋଚ ଆଦି ୧୭ ଜଣ ସାଥୀରେ ଥିଲେ । ତାଙ୍କର ଏହି ବିରଳ ରେକର୍ଡ ପାଇଁ ତାମିଲନାଡୁର ଡିଜିପି ସି ସିଲେନ୍ଦ୍ର ବାବୁ ମଧ୍ୟ ପ୍ରଶଂସା କରିଛନ୍ତି ।