Advertisment

ଆଜି ବି ମନେ ପଡ଼ନ୍ତି ନିର୍ଜା ଭାନଟ୍‌; ମୃତ୍ୟୁର ୩୭ ବର୍ଷ ପରେ ମିଳିଲା ଅଶୋକ ଚକ୍ର

ଆଜିକୁ ୩୭ ବର୍ଷ ତଳେ ଏକ ପ୍ଲେନ ହାଇଜାକ୍‌ ଘଟଣାରେ ପ୍ରାଣ ହରାଇଥିଲେ ନିର୍ଜା ଭାନଟ୍‌ । ନିଜର ସାହାସିକତା ଓ ବୁଦ୍ଧି ବଳରେ ଅନେକ ଲୋକଙ୍କୁ ବିପଦ ମୁହଁରୁ ବଞ୍ଚାଇଥିଲେ ।

Neerja Bhanot

Neerja Bhanot

Advertisment

ନିଜ ଜୀବନକୁ ବାଜି ଲଗାଇ ୩୬୦ ଲୋକଙ୍କ ଜୀବନକୁ ବଞ୍ଚାଇଥିବା ସେହି ସାହାସୀ ମହିଳାଙ୍କୁ ଆଜି ଅଶୋକ ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ଆଜି ସେ ନାହାନ୍ତି କିନ୍ତୁ ତାଙ୍କ ବିରତ୍ୱକୁ ଆଜି ବି ଲୋକେ ମନେ ପକାଉଛନ୍ତି । ଆଜିକୁ ୩୭ ବର୍ଷ ତଳେ ଏକ ପ୍ଲେନ ହାଇଜାକ୍‌ ଘଟଣାରେ ପ୍ରାଣ ହରାଇଥିଲେ ନିର୍ଜା ଭାନଟ୍‌ । ନିଜର ସାହାସିକତା ଓ ବୁଦ୍ଧି ବଳରେ ଅନେକ ଲୋକଙ୍କୁ ବିପଦ ମୁହଁରୁ ବଞ୍ଚାଇଥିଲେ । ତାଙ୍କର ସେହି ସାହାସିକତା କାରଣରୁ ତାଙ୍କର ୩୭ ତମ ଶ୍ରାଦ୍ଧବାର୍ଷିକୀରେ ଅଶୋକ ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି ।

Advertisment

୧୯୬୩ ମସିହା ସେପ୍ଟେମ୍ବର ୭ ତାରିଖରେ ଚଣ୍ତିଗଡ଼ରେ ଜନ୍ମଗ୍ରହଣ କରିଥିଲେ ନିର୍ଜା ଭାନଟ୍‌ । ନିଜର ୨୩ତମ ଜନ୍ମଦିନ ଠିକ୍‌ ୨ ଦିନ ପୂର୍ବରୁ ସେ ପାନ୍‌ ଏଏମ୍‌ ଫ୍ଲାଇଟ୍‌ର ସିନିୟର କ୍ର୍ୟୁ ମେମ୍ବର ଭାବେ ମୁମ୍ବାଇରୁ ଆମେରିକା ଯାଉଥିଲେ । ହଠାତ କରାଚୀ ଏୟାରପୋର୍ଟରେ ୪ ଆତଙ୍କବାଦୀ ଫ୍ଲାଇଟ୍‌କୁ ହାଇଜାକ୍‌ କରିଥିଲେ । ସେହି ଫ୍ଲାଇଟ୍‌ରେ ୧୯ କ୍ର୍ୟୁ ମେମ୍ବର ଓ ୩୬୦ ଜଣ ଯାତ୍ରୀ ଥିଲେ । ନିର୍ଜା ନିଜର ସାଥି ମେମ୍ବର ଓ ବିମାନର ପାଇଲଟ୍‌ଙ୍କୁ ଏନେଇ ଅବଗତ କରାଇଥିଲେ । ଏହାପରେ ପାଇଲଟ୍‌ , କୋ-ପାଇଲଟ୍‌ ଏବଂ ଫ୍ଲାଇଟ୍‌ ଇଞ୍ଜିନିୟର କକପିଟ୍‌ ଝରକା ଦେଇ ପଳାଇଥିଲେ ।

ଏହାଛଡ଼ା ଅନେକ ଯାତ୍ରୀଙ୍କ ପାସପୋର୍ଟ ମଧ୍ୟ ଲୁଚାଇ ଦେଇଥିଲେ, ଯେମିତିକି ଆତଙ୍କୀ ଯାତ୍ରୀଙ୍କ ପରିଚୟ ଜାଣିପାରିବେନି । ଅନେକ ଯାତ୍ରୀଙ୍କୁ ଫ୍ଲାଇଟ୍‌ର ଏମରଜେନ୍ସି ଡୋର୍‌ ଦେଇ ବାହାର କଲେ । ଏହାପରେ ଆତଙ୍କୀ ବିମାନ ଉପରକୁ ଗୁଳି ଚାଳନା କରିଥିଲେ । ନିର୍ଜା ନିଜ ଜୀବନକୁ ବାଜିରେ ଲଗାଇ ତିନି ଶିଶୁଙ୍କୁ ବଞ୍ଚାଇବା ପାଇଁ ଆତଙ୍କୀ ଗୁଳି ଆଗରେ ଛିଡ଼ା ହୋଇଗଲେ ।

Advertisment

ନିର୍ଜାଙ୍କ ସେହି ସାହାସିକତା ପାଇଁ ଆଜି ସରକାରଙ୍କ ପକ୍ଷରୁ ମୃତ୍ୟୁର ୩୭ ବର୍ଷ ପରେ ତାଙ୍କୁ ଅଶୋକ ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କର ସାହାସିକତା ଓ ନିସ୍ୱାର୍ଥପର ବଳିଦାନ ପାଇଁ ପୂର୍ବରୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ଯେପରିକି ତମଘାଇ-ପାକିସ୍ତାନ(୧୯୮୭), ଆମେରିକା ନ୍ୟାୟ ବିଭାଗ ପକ୍ଷରୁ ୨୦୦୬ରେ ସ୍ପେଶାଲ କରେଜ୍‌ ଆୱାର୍ଡ, ୧୯୮୭ ରେ ଫାଇଟ୍‌ ସେଫ୍ଟି ଫାଉଣ୍ତେସନ୍‌ ହିରୋଇଜିମ୍‌ ଆୱାର୍ଡ, ୨୦୦୫ ରେ ଜଷ୍ଟିସ୍‌ ଫର୍‌ କ୍ରାଇମ୍‌ ଆୱାର୍ଡ, ୨୦୧୧ ରେ ଭାରତ ସରକାରଙ୍କ ପକ୍ଷରୁ ସିଭିଲ୍‌ ଆଭିଏସନ୍‌ ମିନିଷ୍ଟ୍ରି ଆୱାର୍ଡ ଏବଂ ୨୦୧୬ ରେ ଭାରତ ଗୌରବ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ନିର୍ଜା ଭାନଟ୍‌ଙ୍କୁ ନେଇ ୨୦୧୬ ରେ ବଲିଉଡ୍‌ରେ ଏକ ଫିଲ୍ମ ରିଲିଜ୍‌ ହୋଇଥିଲା । ଯେଉଁଥିରେ ଅଭିନେତ୍ରୀ ସୋନମ କପୁର ଦମଦାର ଅଭିନୟ କରିଥିଲେ । 

Plane Hijack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ