Advertisment

ପ୍ରଥମେ ଆସିଲା ନେଗେଟିଭ୍‌, ୭ ଦିନ ପରେ ପଜିଟିଭ୍‌ ଚିହ୍ନଟ ହେଲେ ଦକ୍ଷିଣ ଆପ୍ରିକା ଫେରନ୍ତା

ଦକ୍ଷିଣ ଆଫ୍ରିକାରୁ ଚଣ୍ଡୀଗଡ଼ ଫେରିଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ସୋମବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ଆଉ ଜଣେ ସଦସ୍ୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଅଦ୍ୟତନ ହୋଇଛି
South Africa Returnee Tests Positive In Chandigarh

South Africa Returnee Tests Positive In Chandigarh

Advertisment

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ୁଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଏହି ମାରାତ୍ମକ ଭାରିଏଣ୍ଟ୍ ଏତେ ସଂକ୍ରାମକ ଯେ ୬ ଦିନରେ କାନାଡ଼ା, ଡେନ୍‌ମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ୍, ଇଂଲଣ୍ଡ, ସ୍କଟଲ୍ୟାଣ୍ଡ ଭଳି ୧୫ ଦେଶକୁ ବ୍ୟାପି ସାରିଲାଣି। ଦକ୍ଷିଣ ଆଫ୍ରିକାରୁ ଚଣ୍ଡୀଗଡ଼ ଫେରିଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ସୋମବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। 

Advertisment

ନଭେମ୍ବର ୨୧ରେ ସମ୍ପୃକ୍ତ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଏୟାରପୋର୍ଟରେ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କର RT-PCR ଟେଷ୍ଟ୍‌ କରାଇଥିଲେ ଓ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ସେ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ୭ ଦିନ ପରେ ତାଙ୍କର ପୁଣି ଟେଷ୍ଟ କରାଯାଇଥିଲା।  ଏହି ସମୟରେ ସେକ୍ଟର ୩୬ରେ ରହୁଥିବା ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ଆଉ ଜଣେ ସଦସ୍ୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏଯାଏ ଦକ୍ଷିଣ ଆଫ୍ରିକାରୁ ପେରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ପରିବାରର ଆଉ ୨ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ସେହିପରି ଆଉ ଜଣେ ପରିବାର ସଦସ୍ୟଙ୍କ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଉକ୍ତ ବ୍ୟକ୍ତି କରୋନା ଭାଇରସ୍‌ର କେଉଁ ପ୍ରକାରର ଭାରିଏଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି, ତାହା ଜାଣିବା ଲାଗି ନମୁନାକୁ ଦିଲ୍ଲୀର National Centre for Disease Control (NCDC)କୁ ପଠାଯାଇଛି। 

Advertisment

ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଭାରିଏଣ୍ଟ୍ କାହା ପାଖରେ ଚିହ୍ନଟ ହୋଇ ନାହିଁ। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପରେ ଅଧିକ ଫୋକ୍‌ସ୍‌ କରିଛନ୍ତି କେନ୍ଦ୍ର ସରକାର। ଏହି ଦୁଇ ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ଓମିକ୍ରନ ଭାରିଏଣ୍ଟ୍‌କୁ ନେଇ ସତର୍କ ରହିବାକୁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଗବେଷକଙ୍କ ମତ, ବାରମ୍ବାର ରୂପ ବଦଳାଉଥିବା ଏହି ଭାରିଏଣ୍ଟ୍ ଘାତକ ଡେଲ୍‌ଟା ତୁଳନାରେ ୬ ଗୁଣ ଅଧିକା ସଂକ୍ରାମକ। ଏହା କକ୍ଟେଲ ଆଣ୍ଟିବଡି ଟିକିତ୍ସାକୁ ବି ମାତ୍ ଦେବାର କ୍ଷମତା ରଖିଛି। ଡବଲ୍ ଡୋଜ୍ ଟିକା ନେଇଥିବା ଲୋକ ବି ଏଥିରୁ ବର୍ତ୍ତିବା କଷ୍ଟ ବୋଲି ଜଣାପଡ଼ିଛି।  ଏଭଳି ସ୍ଥିତିରେ ଓମିକ୍ରନ୍‌କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( WHO)ସତର୍କ କରାଇଛି। WHO କହିଛି, ଯଦି ଏହି  ଭାରିଏଣ୍ଟ୍ ଯୋଗୁ ପୁଣି ସଂକ୍ରମଣ ବଢ଼େ, ତେବେ ପରିଣାମ ଭୟଙ୍କର ହେବ।  ତେଣୁ ଓମିକ୍ରନ୍‌କୁ ଅତି ବିପଦ ଶ୍ରେଣୀଭୁକ୍ତ କରି ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବାକୁ ୧୯୪ ରାଷ୍ଟ୍ରଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି। 

Advertisment
COVID19 South Africa COVID Variant Corona Virus New Variant Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ