Advertisment

RBI Slashes Repo Rate: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର: ୨୫ ବେସିସ୍ ପଏଣ୍ଟ ରେପୋ ରେଟ୍ ହ୍ରାସ କଲା RBI...

ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ଚଳିତବର୍ଷ ଦ୍ବିତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ୍ ହେଲା ।

ଅଦ୍ୟତନ ହୋଇଛି
RBI Slashes Repo Rate

RBI Slashes Repo Rate

Advertisment

ପୁଣି କମିଲା ରେପୋ ରେଟ୍ । ଆଜି ବସିଥିଲା ଆରବିଆଇର ମୁଦ୍ରାନୀତି କମିଟି ବୈଠକ । ବୈଠକରେ ସୁଧହାର ନେଇ ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ଚଳିତବର୍ଷ ଦ୍ବିତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ୍ ହେଲା । 

Advertisment

ଗତ ଫେବ୍ରୁଆରୀରେ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ କମିବା ସହ ସୁଧ ହାର ୬.୫୦% ରୁ ୬.୨୫%କୁ ହ୍ରାସ ଘଟିଥିଲା । ଆମେରିକା ଟାରିଫ୍ ଯୋଗୁ ବିଶ୍ବ ଆର୍ଥିକ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏଣୁ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବାକୁ ଆରବିଆଇ ରେପୋ ରେଟ୍ ହ୍ରାସ କରିପାରେ ବୋଲି ଅନୁମାନ କରାଯାଉଥିଲା । 

ଅଧିକ ପଢ଼ନ୍ତୁ: କମିଲା ରେପୋ ରେଟ୍; ଋଣ ଉପରେ କମିବ ସୁଧ ହାର

ରେପୋ ରେଟ୍ କ’ଣ ?

ଦେଶରେ ଯେଉଁ ସରକାରୀ କିମ୍ବା ବେସରକାରୀ ବ୍ୟାଙ୍କ ଚାଲିଥାଏ ଏଗୁଡ଼ିକର କାମ ଦେଖିବା ରିଜର୍ଭ ବ୍ୟାଙ୍କର କାମ । ରିଜର୍ଭ ବ୍ୟାଙ୍କ ଗୋଟିଏ ନୀତି ପ୍ରସ୍ତୁତ କରି ସମସ୍ତ ବ୍ୟାଙ୍କକୁ ପ୍ରଦାନ କରିଥାଏ, ଯେଉଁ ଆଧାରରେ ବ୍ୟାଙ୍କଗୁଡିକ କାମ କରନ୍ତି । ଏହି ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କ ଠାରୁ ଋଣ ନେଇଥାନ୍ତି । ସେମାନେ ଆରବିଆଇକୁ ଯେଉଁ ସୁଧ ଦେଇ ଥାଆନ୍ତି ତାକୁ ରେପୋ ରେଟ୍ କୁହାଯାଏ । ସେହିଭଳି ଯେତେବେଳେ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କରେ ଟଙ୍କା ରଖିଥାଏ ସେହି ବାବଦରେ ସୁଧ ପାଇଥାଏ ତାହାକୁ ରିଭର୍ସ ରେପୋ ରେଟ କୁହାଯାଏ।

Advertisment

ରେପୋ ରେଟ୍ କମିଲେ ବା ବଢିଲେ କ’ଣ ପ୍ରଭାବ ପଡିଥାଏ ?

ସାଧାରଣ ଲୋକଟିଏ ଏ ଗୋଲକ ଧନ୍ଦା ବୁଝି ପାରେନି। ରେପୋ ରେଟ୍ ବଢିଲେ କଣ ହୁଏ ବା କମିଲେ କଣ ହୁଏ ତାହା ବୁଝିବା କଷ୍ଟକର ମନେହୁଏ। ତେବେ ଏହା ଅତି ସହଜ। ରେପୋ ରେଟ୍ ଯେତେ କମିବ ଲେକଙ୍କର ସେତିକି ଫାଇଦା ହେବ । ରେପୋ ରେଟ୍ କମ ରହିବା ଅର୍ଥ ବ୍ୟାଙ୍କ ପାଖରେ ଅଧିକ ଟଙ୍କା ନଗଦ ଆକାରରେ ରହିଛି। ତେଣୁ ବ୍ୟାଙ୍କ ଆପଣଙ୍କ ପାଖରୁ କମ ସୁଧ ଆଦାୟ କରିବ । ଋଣ ବି ଶସ୍ତା ହେବ । ଯଦି କମ ସୁଧରେ ଆପଣଙ୍କୁ ଋଣ ମିଳେ ତେବେ ଆପଣଙ୍କୁ ହୋମ୍ ଲୋନ୍, କାର୍ ଲୋନ୍ ଓ ପର୍ସନାଲ୍ ଲୋନ୍‌ ବି ସୁବିଧାରେ ମିଳିଯିବ। ରେପୋ ହାର ହ୍ରାସ ଦ୍ୱାରା ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଲାଭ ମିଳିଥାଏ, କାରଣ ଏହା EMI ର ବୋଝକୁ ହ୍ରାସ କରିଥାଏ।

ପ୍ରାୟ ୫ ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ୍ ହ୍ରାସ କରିଛି। ଶେଷ ଥର ପାଇଁ ୨୦୨୦ ମେ’ ମାସରେ ରେପୋ ହାର ୦.୪୦% ହ୍ରାସ କରାଯାଇଥିଲା। ଏହା ପରେ ମେ ୨୦୨୨ ରେ ରେପୋ ରେଟ୍ ବୃଦ୍ଧି କରାଯାଇଥିଲା। ଶେଷ ଥର ପାଇଁ ଫେବୃଆରୀ ୨୦୨୩ ରେ ରେପୋ ରେଟରେ ପରିବର୍ତ୍ତନ କରାଯାଇଥିଲା। ସେତେବେଳେ ଏହାକୁ ୬.୫୦% କୁ ବୃଦ୍ଧି କରାଯାଇଥିଲା। ସେବେଠାରୁ ଗତ MPC ବୈଠକ ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା। ଶେଷ ବୈଠକ ଡିସେମ୍ବର ୨୦୨୪ ରେ ଅନୁଷ୍ଠିତ ହୋଇଥିଲା। ମାର୍ଜିନାଲ୍ ଷ୍ଟାଣ୍ଡିଂ ଫାସିଲିଟି (MSF) ମଧ୍ୟ ୬.୭୫ ରୁ ୬.୫୦ କୁ ପରିବର୍ତ୍ତନ କରାଯାଇଛି। ଆବଶ୍ୟକ ହେଲେ ବ୍ୟାଙ୍କଗୁଡ଼ିକୁ RBI ଠାରୁ ଋଣ ନେବାରେ ମଧ୍ୟ ଆଶ୍ୱସ୍ତି ଦେବ। ରିଜର୍ଭ ବ୍ୟାଙ୍କ ୨୦୨୬ ବର୍ଷ ପାଇଁ GDP ଅଭିବୃଦ୍ଧି ୬.୭୦% ଏବଂ ମୁଦ୍ରାସ୍ଫୀତି ହାର ୪.୮% ରହିବ ବୋଲି ଆକଳନ କରିଛି।

Advertisment
RBI Repo Rate Repo Rate Cut Rbi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ