Advertisment

କୁନୋକୁ ଆସିଲେ ଆଉ ୧୨ ଚିତା

ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ।

ଅଦ୍ୟତନ ହୋଇଛି
Leopard

Leopard

Advertisment

କୁନୋକୁ ଆସିଲେ ନୂଆ ଅତିଥି । ଦକ୍ଷିଣ ଆଫ୍ରିକାରୁ ବାୟୁସେନା ବିମାନ ଓ ପରେ ହେଲିକପ୍ଟର ଯୋଗେ ୧୨ଟି ଚିତା ଆଣି ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଛି । ଚିତାଙ୍କୁ ଛାଡ଼ିବା ସହିତ, ମହାଶିବରାତ୍ରିରେ ଏହା ରାଜ୍ୟକୁ ବଡ଼ ଉପହାର ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ପୂର୍ବରୁ କୁନୋରେ ୮ଟି ଚିତା ଥିବା ବେଳେ, ଏବେ ଆସିଥିବା ୧୨ଟି ନୂଆ ଚିତା ସେମାନଙ୍କ ସହିତ ଏକାଠି ରହିବେ ନାହିଁ । ନୂଆ ଚିତାଙ୍କୁ ସ୍ୱତନ୍ତ୍ର ଏନକ୍ଲୋଜରରେ ୨୪ ଘଣ୍ଟିଆ ନଜରରେ ରଖାଯିବ ।

ଦକ୍ଷିଣ ଆଫ୍ରିକାରୁ ମଧ୍ୟପ୍ରଦେଶକୁ ପ୍ରାୟ ୮ହଜାର କିଲୋମିଟର ବିମାନ ଯାତ୍ରା କରି ଆସିଥିଲେ ବି, ତିଳେ କ୍ଳାନ୍ତିର ଚିହ୍ନବର୍ଣ୍ଣ ନାହିଁ ଏହି ଶିକାରୀ ଜନ୍ତୁର ହାବଭାବରେ । ମଧ୍ୟପ୍ରଦେଶର ସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମିବ୍ୟାରୁ ଆସିଥିବା ୮ଟି ଚିତାବାଘ ଛାଡ଼ିଥିବା ବେଳେ, ଆଜି ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ୧୨ଟି ଚିତାକୁ ଛାଡ଼ିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଏମାନଙ୍କ ମଧ୍ୟରେ ଅଛନ୍ତି ୭ଟି ଅଣ୍ଡିରା ଏବଂ ୫ଟି ମାଈ ଚିତାବାଘ ।

Advertisment

ଗତ ଗୁରୁବାର ୧୨ଟି ଚିତାକୁ ଆଣିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲା ଭାରତୀୟ ବାୟୁସେନାର ବିଶାଳ କାର୍ଗୋ ବିମାନ C-17 ଗ୍ଲୋବମାଷ୍ଟର । ଗତରାତି ସାଢ଼େ ୮ଟାରେ ତାହା ଚିତାଙ୍କୁ ଧରି ବାହାରିଥିଲା ଜୋହାନସବର୍ଗ ଏୟାରପୋର୍ଟରୁ ।

ସେପଟେ ଦକ୍ଷିଣ ଆଫ୍ରିକାରେ ଚିତାଙ୍କୁ ଅଚେତ କରି ବାକ୍ସରେ ଭର୍ତ୍ତି କରାଯାଇଥିଲା ବିମାନରେ ପରିବହନ ପାଇଁ । ଏହିଭଳି ବାକ୍ସ ଭିତରେ ଭର୍ତ୍ତି ହୋଇଥିଲେ ଗୋଟିଏ ଲେଖାଏଁ ଚିତା । ଗ୍ଲୋବମାଷ୍ଟର ବିମାନ ଚିତାଙ୍କୁ ଧରି ଦୀର୍ଘ ୧୦ ଘଣ୍ଟାର ଉଡ଼ାଣ ପରେ, ଆଜି ସକାଳୁପହଞ୍ଚିଥିଲା ମଧ୍ୟପ୍ରଦେଶ ଗ୍ୱାଲିୟରରେ ।

Advertisment

ସେଠାରେ ଅଧଘଣ୍ଟାର ବିରତି ପରେ, ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ
ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ।

ପରେ ସେମାନଙ୍କୁ ବଡ଼ ଖୁଆଡ଼ରେ ଛଡ଼ାଯିବ ଏବଂ ଶିକାର କରିବାର ସୁଯୋଗ ମିଳିବ । ଚିତା ପ୍ରକଳ୍ପ ଅଧୀନରେ ଆଫ୍ରିକାରୁ ଭାରତକୁ ପର୍ଯ୍ୟାୟକ୍ରମେ ୧୨ଟି ଲେଖାଏଁ ଚିତା ଆଗାମୀ ୮-୧୦ ବର୍ଷ ଯାଏଁ ଅଣାଯିବ ।

Shivraj Singh Chouhan African Cheetah Kuno National Park
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ