Advertisment

ରିକ୍ସା ଚଳାଉଥିବା ଲୋକ ଏବେ ଲକ୍ଷପତି, ଜାଣନ୍ତୁ ଏହା କେମିତି ହେଲା ସମ୍ଭବ?

ଭାଗ୍ୟ ବଦଳାଇ ଦେଲା ୧୯୮୬ ମସିହା। ରିକ୍ସା ଚଳାଉଥିବା ବେଳେ ଚାଷ ସମ୍ପର୍କରେ ଖବର ପାଇଲେ ଆଉ ଚାଷ କଲେ.....ଆଉ ଏବେ ସେହି ଚାଷରୁ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଅଦ୍ୟତନ ହୋଇଛି
dharambir-kamboj

dharambir-kamboj

Advertisment

ନୂଆଦିଲ୍ଲୀ: ଭାଗ୍ୟ କେତେବେଳେ ବଦଳିଯିବ ତାହା କେହି ବି କହିପାରିବେ ନାହିଁ। ସେଇଥି ପାଇଁ ତ କଥାରେ ଅଛି ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର। ଏହାର ଅର୍ଥ ଆଜି ଯିଏ କୋଟିପତି ହୁଏତ କାଲି ସିଏ ଦାଣ୍ଡର ଭିକାରି ହୋଇପାରେ। ଆଉ ଆଜି ଯିଏ ଭିକାରୀ କାଲିକି ସିଏ କୋଟିପତି ହୋଇପାରେ। ଆଉ ଏମିତି ଘଟଣା ଘଟିଛି ଧରମବୀର କମ୍ବୋଜଙ୍କ ସହ। ଧରମବୀରଙ୍କୁ ‘କିସାନ ଧରମବୀର’ ବୋଲି ବି ଲୋକେ ଜାଣନ୍ତି। ଆଉ ଧରମବୀରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।

Advertisment

ଧରମବୀର କମ୍ବୋଜ। ହରିୟାଣାର ଯମୁନାନଗରର ଦଙ୍ଗଲା ଗ୍ରାମରେ ଘର ତାଙ୍କର। ଦିନେ ଚଳିବାରେ ହଇରାଣ ହେଉଥିଲେ କିନ୍ତୁ ଆଜି ସେ ଲକ୍ଷଲକ୍ଷ ଟଙ୍କାର ମାଲିକ ଅଟନ୍ତି। ତେବେ ଏହି ସଫଳତା ପଛରେ ଲୁଚି ରହିଛି ଅନେକ ସଂଘର୍ଷର କାହାଣୀ। ୧୯୮୬ ମସିହାର କଥା....ଧରମବୀର ରିକ୍ସା ରାଜଧାନୀ ଦିଲ୍ଲୀରେ ରିକ୍ସା ଚଳାଉଥିଲେ। ଆଉ ସେଥିରୁ ଯେଉଁ ଦୁଇ ପଇସା ରୋଜଗାର ହୁଏ ସେଥିରେ ଚଳେ ପୂରା ପରିବାର। ଦିଲ୍ଲୀରେ ରିକ୍ସା ଚଳାଉଥିବା ସମୟରେ ସେ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା, ପୁସା ସମ୍ପର୍କରେ ଆସିଥିଲେ।

Advertisment

ଏହି ଠାରୁ ଧରମବୀରଙ୍କୁ ଆଧୁନିକ କୃଷି ବିଷୟରେ ସୂଚନା ମିଳିଥିଲା। ସେ ଦିଲ୍ଲୀରେ ରହି ରିକ୍ସା ଚଲାଉଥିବା ବେଳେ ତାଙ୍କୁ ପ୍ରତଦିନ ୬ଟଙ୍କା ଭଡ଼ା ଦେବାକୁ ହେଉଥିଲା। ଆଉ ଯେତିକି ଟଙ୍କା ରୋଜଗାର କରୁଥିଲେ ସେଥିରେ କଷ୍ଟେମଷ୍ଟେ ଚଳୁଥିଲା ପୁରା ପରିବାର। ଆଉ ଆଜି ସେ ବର୍ଷକୁ ୨୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଅର୍ଥାତ୍‌ ମାସକୁ ରୋଜଗାର ତାଙ୍କର ପାଖାପାଖି ଦେଢ ଲକ୍ଷ।

ଧରମବୀରଙ୍କ କହିବା ଅନୁସାରେ, ଚାଷ ସମ୍ପର୍କରେ ଖବର ପାଇବା ପରେ ତାଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥିଲା। ଏହା ପରେ ସେ ଚାଷକୁ ନେଇ ବିଭିନ୍ନ ଉପାଦାନ ଜାଣିବାକୁ ପାଇଥିଲେ। ଆଉ ନିଜେ ଧୀରେ ଧୀରେ ବିଭିନ୍ନ ପ୍ରକାର ଚାଷ କଲେ। ଆଉ ପାଳରେ ଭଲ ଫସଲ ବି ହେଲା। ଧୀରେ ଧୀରେ ସମୟ ଅନୁସାରେ, ଜାଗା କିଣି ଫସଲ କଲେ ଆଉ ଏବେ ସେହି ଫସଲ ହିଁ ତାଙ୍କୁ ଲକ୍ଷପତି ବନାଇ ଦେଇଛି। ଆଉ ଧରମବୀର କହିଛନ୍ତି ଯଦି ମୁଁ ସେ ସମସୟରେ ଚାଷ କରିନଥାନ୍ତି ତେବେ ଆଜି କୋଉଠି ଭିକ ମାଗୁଥାଆନ୍ତି ନହେଲେ ଉପାସରେ ରହୁଥାଆନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ଧରମବୀରଙ୍କ ପାଖରେ ୨୫ ଜଣ ଯୁବକ କାମ କରୁଛନ୍ତି। ନିଜେ ତ ରୋଜଗାର କଲେ ଏବଂ ଅନ୍ୟକୁ ରୋଜଗାର ବି ଦେଲେ। ତେବେ ଧରମବୀରଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

Advertisment
Special Story Dharambir-kamboj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ