Advertisment

ବିନା କାରଣରେ ଟ୍ରେନ୍‌ରେ ଚେନ୍‌ ପୁଲିଂ କରୁଛନ୍ତି କି ? ପଡ଼ିପାରନ୍ତି ଏହି ସମସ୍ୟାରେ...

ବିନା କାରଣରେ ଆପଣ ଟ୍ରେନ୍‌ରେ ଚେନ୍‌ ପୁଲିଂ କରୁଛନ୍ତି, ତା’ହେଲେ ଏହାକୁ ବହୁତ ବଡ଼ ଅପରାଧ ବୋଲି ଧରି ନିଆଯାଇଥାଏ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନ୍‌ରେ ଚେନ୍‌ ପୁଲିଂ କରାଯାଇଥାଏ।

Indian Railways

Indian Railways

Advertisment

ଯଦି ଆପଣ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି, ତା’ହେଲେ ରେଲ୍‌ୱେ(Railway Rules)ର କିଛି ନିୟମ ଅଛି ଯାହା ଜାଣିବା ଅତ୍ୟନ୍ତ ଜରୁରୀ। ନଚେତ୍‌ ଆପଣ ସମସ୍ୟାରେ ପଡ଼ିପାରନ୍ତି। ଯଦି ବିନା କାରଣରେ ଆପଣ ଟ୍ରେନ୍‌ରେ ଚେନ୍‌ ପୁଲିଂ କରୁଛନ୍ତି, ତା’ହେଲେ ଏହାକୁ ବହୁତ ବଡ଼ ଅପରାଧ ବୋଲି ଧରି ନିଆଯାଇଥାଏ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନ୍‌ରେ ଚେନ୍‌ ପୁଲିଂ କରାଯାଇଥାଏ। 

Advertisment

ଯଦି ବିନା କାରଣରେ ଆପଣ ଟ୍ରେନ୍‌ରେ ଚେନ୍‌ ପୁଲିଂ କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ ଅର୍ଥଦଣ୍ଡ ସହ ଜେଲ୍‌ ଯିବାକୁ ମଧ୍ୟ ପଡ଼ିପାରେ। ଏପରିକି ସରକାରୀ ଚାକିରି ମଧ୍ୟ ମିଳିନପାରେ। ରେଲ୍‌ୱେ ନିୟମ ଅନୁସାରେ, ଯଦି କୌଣସି ଯାତ୍ରୀ ଟ୍ରେନ୍‌ରେ ଯାତ୍ରା ସମୟରେ ବିନା କାରଣରେ ଚେନ୍‌ ପୁଲିଂ କରୁଛନ୍ତି, ତା’ହେଲେ ଏହାକୁ ଏକ ଅପରାଧ ବୋଲି ଧରି ନିଆଯାଇଥାଏ। ଅଧିକାଂଶ ଲୋକ ଏହି ନିୟମ ବିଷୟରେ ଜାଣିନଥାନ୍ତି। ଏମିତିରେ ବି ଟ୍ରେନ୍‌ରେ ଏହି ସୂଚନା ସମ୍ପର୍କରେ ଲେଖାଯାଇଥାଏ। 

ଦେଖାଯାଇଥାଏ, ଲୋକମାନେ ହଠାତ୍‌ ଚେନ୍‌ ପୁଲିଂ କରି ମନଇଚ୍ଛା ଟ୍ରେନ୍‌ରୁ ଓହ୍ଲାଇ ଯାଇଥାନ୍ତି। ଫଳରେ ଟ୍ରେନ୍‌ ବିଳମ୍ବରେ ଚାଲିଥାଏ। ଟ୍ରେନ୍‌ରେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀ ପୋଲିସ୍‌ ଭୟରେ ଏଭଳି କରିଥାନ୍ତି। ଯଦି କୌଣସି ବ୍ୟକ୍ତି ବିନା କାରଣରେ ଚେନ୍‌ ପୁଲିଂ କରି ଧରାପଡ଼ୁଛନ୍ତି, ତା’ହେଲେ ତାଙ୍କୁ ୧୦୦୦ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ କିମ୍ବା ୧ ବର୍ଷ ପର୍ଯ୍ୟନ୍ତ ସେ ଜେଲ୍‌ଦଣ୍ଡ ଭୋଗି ପାରନ୍ତି।

Advertisment

ଜାଣନ୍ତୁ, କେଉଁ ସ୍ଥିତିରେ ଟ୍ରେନ୍‌ରେ ଚେନ୍‌ ପୁଲିଂ କରାଯାଇଥାଏ....

କୌଣସି ବୃଦ୍ଧ ବ୍ୟକ୍ତି କିମ୍ବା ଦିବ୍ୟାଙ୍ଗ ଟ୍ରେନ୍‌ରେ ଚଢ଼ିବା ପାଇଁ ପ୍ରୟାସ ସମୟରେ ଚେନ୍‌ ପୁଲିଂ କରାଯାଇଥାଏ

ରେଲ୍‌ୱେ ଷ୍ଟେସନରେ ଛୋଟ ଛୁଆ ନିଖୋଜ ସ୍ଥିତିରେ

କୌଣସି ଯାତ୍ରୀ ଅସୁସ୍ଥ ଅନୁଭବ କଲେ

ଟ୍ରେନ୍‌ରେ ଡକାୟତି କିମ୍ବା ଚୋରି ହେଲେ ଚେନ୍‌ ପୁଲିଂ କରାଯାଇଥାଏ

Indian Railways Railway Rules Chain Pulling Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ