Advertisment

୨୦୩୫ ସୁଦ୍ଧା ଭାରତର ନିଜସ୍ୱ ସ୍ପେସ୍ ଷ୍ଟେସନ୍ ପାଇଁ ମୋଦିଙ୍କ ଆହ୍ୱାନ

ରକେଟ ସାହାଯ୍ୟରେ ଗଗନୟାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଏବଂ ସେଠାରୁ ଏହା ଖସି ବଙ୍ଗୋପସାଗରରେ ପଡ଼ିବ ।

ଅଦ୍ୟତନ ହୋଇଛି
Gaganyaan

Gaganyaan

Advertisment

ଇସ୍ରୋର ଗଗନଯାନ ମିଶନର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ଉଚ୍ଚସ୍ତରୀୟ ବୈଠକରେ ସେ ଏହି ମିଶନର ସମୀକ୍ଷା କରିଛନ୍ତି। ମହାକାଶ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ସଂପର୍କରେ ତାଙ୍କୁ ଅବଗତ କରାଯାଇଛି । ମୋଦି କହିଛନ୍ତି, ଭାରତ ଏବେ ମହାକାଶରେ ନିଜର ସ୍ପେସ୍ ଷ୍ଟେସନ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିବା ଉଚିତ । ୨୦୩୫ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ଓ ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଭାରତୀୟଙ୍କୁ ଅବତରଣ ପାଇଁ ଆହ୍ୱାନ ଦେଇଛନ୍ତି ମୋଦି ।

Advertisment

ଆସନ୍ତା ଶନିବାର ସକାଳୁ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ରହିଛି । ୨୧ ତାରିଖ ସକାଳେ ହେବାକୁ ଯାଉଛି ପ୍ରଥମ ଟେଷ୍ଟ୍ ଫ୍ଲାଇଟ୍ TV-D1। ଅକ୍ଟୋବର ୨୧ ସକାଳ ୭ଟାରୁ ୯ଟା ଭିତରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଏହାର ଉତକ୍ଷେପଣ ହେବ। ଏକ ରକେଟ ସାହାଯ୍ୟରେ ଗଗନୟାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଏବଂ ସେଠାରୁ ଏହା ଖସି ବଙ୍ଗୋପସାଗରରେ ପଡ଼ିବ ।

ଏହି କ୍ରୁ ମଡ୍ୟୁଲରେ କେହି ମହାକାଶଚାରୀ ନଥିବେ,କିନ୍ତୁ ଏହାର ଆକାର, ଓଜନ ଓ ବୈଷୟିକ ବୈଶିଷ୍ଟ୍ୟ ଗଗନଯାନର ପ୍ରକୃତ କ୍ରୁ ମଡ୍ୟୁଲ ସହିତ ସମାନ ରହିବ । ଗଗନଯାନରେ ମହାକାଶଚାରୀଙ୍କୁ ମହାକାଶ ଅଭିମୁଖେ ଉତକ୍ଷେପଣ ପରେ, ଅଧାବାଟରେ କୌଣସି ସମସ୍ୟା ଦେଖାଦେଲେ ସେମାନେ ଯେପରି ସୁରକ୍ଷିତ ଭାବେ ପୁଣିଥରେ ପୃଥିବୀପୃଷ୍ଠରେ ଅବତରଣ କରିପାରିବେ, ଶନିବାର ସେହି ପ୍ରକ୍ରିୟାକୁ ପରୀକ୍ଷା କରାଯିବ ।

Advertisment

ଏହା ସଫଳ ହେଲେ, ଆଗକୁ ଆହୁରି ୩ଟି ଟେଷ୍ଟ ଫ୍ଲାଇଟ୍ ପଠାଯିବ । ଏଭଳି ବିଭିନ୍ନ ପରୀକ୍ଷଣ ଓ ପୂର୍ବାଭ୍ୟାସ ପରେ, ୨୦୨୪ ଶେଷ କିମ୍ବା ୨୦୨୫ ପ୍ରାରମ୍ଭ ଆଡ଼କୁ ଆରମ୍ଭ ହେବ ଗଗନଯାନ ମିଶନ।

ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ