Advertisment

ମଲ୍ଟିସ୍ପୋର୍ଟ୍ସ ଇଭେଣ୍ଟରେ ସାମିଲ ହେଲା ଇ-କ୍ରୀଡା, ମିଳିଲା ସରକାରୀ ସ୍ୱୀକୃତି

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା କ୍ରୀଡ଼ା ବିଭାଗ ଅଧୀନରେ "ଇ-ସ୍ପୋର୍ଟ୍ସକୁ ସୂଚିତ କରାଯାଇଥିଲା । ଏହାକୁ ନେଇ ୨୩ ଡିସେମ୍ୱରରେ ବିଜ୍ଞପ୍ତି ପଠାଯାଇଥିଲା । ଇ-ସ୍ପୋର୍ଟ୍ସ ଇଣ୍ଡଷ୍ଚ୍ରୀକୁ ନିୟମିତ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ।

ଅଦ୍ୟତନ ହୋଇଛି
Esports Recognised as Multi Sports Event

E-Sports

Advertisment

ଭାରତ ସରକାର ସ୍ପୋର୍ଟ୍ସ ଉପରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଥମ ଥର ପାଇଁ ଇ-ସ୍ପୋର୍ଟ୍ସକୁ ମଲ୍ଚିସ୍ପୋର୍ଟ ଇଭେଣ୍ଟର ଏକ ଅଂଶ ଭାବରେ ସରକାର ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇଛନ୍ତି । ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ବର୍ତ୍ତମାନ ଇ-ସ୍ପୋର୍ଟ୍ସକୁ ପ୍ରୋତ୍ସାହିତ କରାଯିବ । ଭାରତୀୟ ଇ-ସ୍ପୋର୍ଟ୍ସ ଇଣ୍ଡଷ୍ଟ୍ରି ଏହାକୁ ଖେଳ ଅଧୀନରେ ସ୍ୱୀକୃତି ଦେବା ପାଇଁ ଦୀର୍ଘ ଦିନ ଧରି ସଂଗ୍ରାମ କରିଆସୁଥିଲା । ଶେଷରେ ସରକାର ସେମାନଙ୍କ ଦାବିକୁ ମାନି ନେଇଛନ୍ତି ।

Advertisment

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା କ୍ରୀଡ଼ା ବିଭାଗ ଅଧୀନରେ "ଇ-ସ୍ପୋର୍ଟ୍ସକୁ ସୂଚିତ କରାଯାଇଥିଲା । ଏହାକୁ ନେଇ ୨୩ ଡିସେମ୍ୱର ବିଜ୍ଞପ୍ତି ପଠାଯାଇଥିଲା । ଇ-ସ୍ପୋର୍ଟ୍ସ ଇଣ୍ଡଷ୍ଚ୍ରୀକୁ ନିୟମିତ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ । ଯାହାକି ନିବେଶ ଦୃଷ୍ଟିରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଉପାର୍ଜନ କରିଥାଏ । ଯାହାକୁ ପ୍ରୋତ୍ସାହନ ଦେବାକୁ ସରକାର ନିଜର ଉଦ୍ଦେଶ୍ୟ ଓ ଇଚ୍ଛା ଜାହିର କରିଛନ୍ତି ।

ଇ-ସ୍ପୋର୍ଟ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ତଥା ଏସୀୟ ଏସପୋର୍ଟ ଫେଡେରେସନ୍ (ଏଏସ୍ଏଫ୍) ର ଉପାଧ୍ୟକ୍ଷ ଲୋକେଶ ସୁଜି ନିଜ ବୟାନରେ କହିଛନ୍ତି, "ନୂଆ ବର୍ଷ ଆରମ୍ଭରେ ଏହା ଆମ ପାଇଁ ଏକ ଖୁସି ଖବର । ଇ-ସ୍ପୋର୍ଟ୍ସ ଓ ଆଇଗାମିଙ୍ଗ ମଧ୍ୟରେ ପାର୍ଥକ୍ୟ ପ୍ରତିଷ୍ଠା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଆସୁଛୁ ଓ ଶେଷରେ ଆମର ଉଦ୍ୟମ ପୂରଣ ହୋଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଆମ ସରକାର ଏହି ଘୋଷଣାକୁ ସ୍ୱାଗତ କରୁଛୁ । ଯାହାକି ବଢୁଥିବା ଏହି ଶିଳ୍ପରେ ଅଧିକ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବାକୁ ନୂତନ ରାସ୍ତା ଖୋଲିବ । ବର୍ତ୍ତମାନଠାରୁ ଆମକୁ ଆମର ଯୁବ ଏସପୋର୍ଟ ଆଥଲେଟଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି, ତାଲିମ ସୁବିଧା ଓ କୋଚିଂ ନିର୍ମାଣ କରିବାକୁ ପଡିବ । କ୍ରିକେଟ୍, ଫୁଟବଲ୍, ବାସ୍କେଟବଲ୍ ଇତ୍ୟାଦି ସମାନ ଲିଗରେ ସ୍ଥାନିତ ହୋଇଛି ଓ ସମାନ ପ୍ରଶଂସକ ଶକ୍ତି, ସ୍କେଲ ଏବଂ କ୍ରେଜ୍ ରହିଛି ।"

Advertisment

ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଓ କମିକ୍ସ (AVGC) ପଦୋନ୍ନତି ଟାସ୍କ ଫୋର୍ସ, ୨୦୨୨-୨୩ ର କେନ୍ଦ୍ର ବଜେଟ୍ ପରେ ଚଳିତ ବର୍ଷ ଆରମ୍ଭରେ ମଧ୍ୟ ଏକ ରିପୋର୍ଟ ଦାଖଲ କରିଛି । ଯେଉଁଥିରେ ଭାରତ ସରକାର ସୁଯୋଗ, ଆହ୍ୱାନ ଓ ସୁପାରିଶ କରାଯାଇଥିବା କାର୍ଯ୍ୟଗୁଡିକ ଦର୍ଶାଇଛନ୍ତି ।

ରେଭେନାଣ୍ଟ ଏସପୋର୍ଟର ପ୍ରତିଷ୍ଠାତା ତଥା ସିଇଓ ରୋହିତ ଜାଗାସିଆ ବିକାଶ ବିଷୟରେ ସୂଚନା ଦେଇ କହିଛନ୍ତି, "ଆଜି ଭାରତୀୟ ଇ-ସ୍ପୋର୍ଟ୍ସ ଇତିହାସର ସବୁଠାରୁ ବଡ଼ ଦିନ ବୋଲି କୁହାଯାଇପାରେ । ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସହିତ ସମଗ୍ର ଖେଳ ଭ୍ରାତୃତ୍ୱର ସାମୂହିକ ଉଦ୍ୟମ ଶେଷରେ ପୁରସ୍କୃତ ହୋଇଛି । ୨୦୨୩ ବର୍ଷରେ ନିଶ୍ଚିତ ଭାବରେ ଇ-ସ୍ପୋର୍ଟ୍ସ ଆରମ୍ଭ ହେବାକୁ ଯାଉଛି । ଇ-ସ୍ପୋର୍ଟ୍ସରେ ଦେଶର ସୁବର୍ଣ୍ଣ ଯୁଗ ଓ ଏସୀୟ ଗେମ୍ସ ସହିତ ଅଲିମ୍ପିକ୍ ଏସପୋର୍ଟ ସପ୍ତାହ ମଧ୍ୟ ଶୀଘ୍ର ହେବାକୁ ଯାଉଛି, ସମଗ୍ର ସମ୍ପ୍ରଦାୟ ପାଇଁ ଅନେକ ସଫଳତା ଆଶା କରାଯାଉଛି ।"

Advertisment

AVGC ଶିଳ୍ପରେ ଷ୍ଟାର୍ଟଅପ୍ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ଟାସ୍କଫୋର୍ସ ଇନକ୍ୟୁବେଟର ଗଠନ କରିବାକୁ ପରାମର୍ଶ ଦେଇଛି ଓ MIB କୁ ଟିକସ ରିହାତି, ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) କୁ ଉତ୍ସାହିତ କରିବା ଓ ଶିଳ୍ପ ପାଇଁ ଗବେଷଣା ଓ ବିକାଶ ସୁଯୋଗ ପ୍ରଦାନ କରିବାକୁ କହିଛି ।

ଏଇଟ୍ ବିଟ୍ କ୍ରିଏଟିଭ୍ ପ୍ରତିଷ୍ଠାତା ତଥା ସିଇଓ ଅନିମେଶ ଅଗ୍ରୱାଲ ନିଜ ବୟାନରେ କହିଛନ୍ତି, "ଅଲିମ୍ପିକ୍ସ ଓ ଏସୀୟ ଖେଳଗୁଡିକରେ ଇ-ସ୍ପୋର୍ଟ ଗୁଡିକ ଏକ ମେଡାଲ ସ୍ପୋର୍ଟ୍ ଭାବରେ ବିବେଚନା କରାଯାଇସାରିଛି ଓ ଏହି ଖବର ଦେଶରେ ସ୍ପୋର୍ଟ୍ସକୁ ଆହୁରି ବଢାଇବ କାରଣ ଏଥିରେ ବହୁ ବିଳମ୍ବ ହୋଇସାରିଛି । ବିକାଶକାରୀ, ଖେଳାଳି ଓ ସୃଷ୍ଟିକର୍ତ୍ତାଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଇଣ୍ଡଷ୍ଟ୍ରୀ ଦ୍ରୁତ ଗତିରେ ବଢୁଛି । ଏହି ସ୍ୱୀକୃତି ଇଣ୍ଡଷ୍ଟ୍ରୀ ପାଇଁ ବହୁତ ଉତ୍ସାହ ପ୍ରଦାନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ