ପ୍ରଶାନ୍ତ କିଶୋରଙ୍କ ସଂଗଠନ I-PAC ଠିକଣା ଉପରେ ଚଢ଼ଉ ! ଗଞ୍ଜେଇ ଜବତ, ଜଣେ ସଦସ୍ୟ ଗିରଫ

ଗୋଆରେ ବିଧାନସଭା ନିର୍ବାଚନ ପାଇଁ ୧୪ ଫେବୃଆରୀରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ । ଗତ ଅଢ଼େଇ ବର୍ଷ ଧରି ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଗୋଆରେ ପାର୍ଟି କାର୍ଯ୍ୟ ପରିଚାଳନା କରୁଛନ୍ତି

ପ୍ରଶାନ୍ତ କିଶୋରଙ୍କ ସଂଗଠନ I-PAC ଠିକଣା ଉପରେ ଚଢ଼ଉ

ଗୋଆରେ ତୃଣମୂଳ କଂଗ୍ରେସ ପାଇଁ ସଂଗଠନ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିବା ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସଂଗଠନ I-PAC ଠିକଣାରେ ପୋଲିସ ଚଢ଼ଛ କରିଛି । ଶୁକ୍ରବାର ଦିନ ପୋରବୋରିମର ଅନେକ ବଙ୍ଗଳାରେ ଚଢ଼ଉ କରିଛି ଗୋଆ ପୋଲିସ । ସେଠାରେ ୮ଟି ବଙ୍ଗଳା I-PAC ଦ୍ୱାରା ଭଡା ନିଆଯାଇଛି । ତେବେ ଚଢ଼ଉ ସମୟରେ I-PAC ର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍‌ । ଅଭିଯୁକ୍ତଙ୍କ ନିକଟରୁ ଗଞ୍ଜେଇ ଜବତ କରାଯାଇଛି । ଗିରଫ ସଦସ୍ୟଙ୍କ ବୟସ ୨୮ ବର୍ଷ । ତାଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି।

ଗୋଆରେ ବିଧାନସଭା ନିର୍ବାଚନ ପାଇଁ ୧୪ ଫେବୃଆରୀରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ । ଗତ ଅଢ଼େଇ ବର୍ଷ ଧରି ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଗୋଆରେ ପାର୍ଟି କାର୍ଯ୍ୟ ପରିଚାଳନା କରୁଛନ୍ତି । ତେବେ କିଛି ଦିନ ପୂର୍ବେ ପ୍ରଶାନ୍ତ ଏବଂ ଟିଏମସି ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିବା ଖବର ଆସିଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ, ଯେବେ କୌଣସି ଦଳ ସହିତ ପ୍ରଶାନ୍ତ କିଶୋରଙ୍କ ସମ୍ପର୍କ ଖରାପ ହୋଇଯାଇଛି।

ପ୍ରଶାନ୍ତ ଓ ମମତାଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାର କାରଣ କ’ଣ ?

ନିକଟରେ ମମତା ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ କହିଥିଲେ, ତାଙ୍କ ଆକାଉଣ୍ଟରୁ "ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ" ବିଷୟରେ କିଛି ପୋଷ୍ଟ ସେୟାର କରାଯାଇଛି । ଏ ବାବଦରେ ତାଙ୍କଠାରୁ କୌଣସି ଅନୁମତି ନିଆଯାଇ ନାହିଁ । ସୂଚନାଯୋଗ୍ୟ ଟିଏମସି ଗତ ବର୍ଷ ଜୁନ୍ ମାସରେ ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ଆରମ୍ଭ କରିଥିଲା । I-PAC କମ୍ପାନୀ ପକ୍ଷରୁ ମଧ୍ୟ ଏହାକୁ ସ୍ୱିକୃତୀ ପ୍ରଦାନ କରାଯାଇଥିଲା । ଅନେକ ଯୁବ କାର୍ଯ୍ୟକର୍ତ୍ତା ଏହାକୁ ସମର୍ଥନ କଲେ । ତା’ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହାକୁ ସମର୍ଥନ କରିଥିଲେ ।

ସ୍ପଷ୍ଟୀକରଣ ଦେଇଥିଲା I-PAC

ଏହି ବିବାଦ ଉପରେ I-PAC ମଧ୍ୟ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥିଲେ । କୌଣସି ନେତାଙ୍କ ଡିଜିଟାଲ୍ ସମ୍ପତ୍ତି ବ୍ୟବହାର କରନ୍ତି ନାହିଁ ବୋଲି I-PAC ପକ୍ଷରୁ କୁହାଯାଇଥିଲା । ଏପରି ଦାବି କରୁଥିବା ଲୋକ ଜାଣି ନାହାଁନ୍ତି କିମ୍ବା ସେ କେବଳ ମିଛ କହୁଛନ୍ତି । ବଙ୍ଗ ନିର୍ବାଚନ ପାଇଁ ତିଆରି ହୋଇଥିବା ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ କେବଳ ସେତେବେଳେ ସକ୍ରିୟ ଥିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲା । ପରେ ସମସ୍ତ ପାସୱାର୍ଡ ପାର୍ଟିକୁ ହସ୍ତାନ୍ତର କରାଯାଇଥିଲା ଏବଂ ପ୍ରତ୍ୟେକ ନିଷ୍ପତ୍ତି ପାର୍ଟି ନିଜେ ଗ୍ରହଣ କରୁଥିଲା ବୋଲି I-PAC ପକ୍ଷରୁ କୁହାଯାଇଥିଲା ।