SBI ହୋମ୍‌ ଲୋନ୍‌ ସୁଧ ହେବ ମହଙ୍ଗା, ଏଣେ ଇନ୍‌ସୁରାନ୍ସ ପ୍ରିମିୟମ୍‌ ବଢ଼ିବାରୁ ଚିନ୍ତାରେ ଗାଡ଼ି ଚାଳକ

SBI ଗୃହ ଋଣ ନେଇଛନ୍ତି କି? ଆଜିଠୁ ମହଙ୍ଗା ପଡିବ ସୁଧ । କାରଣ, ଜୁନ୍ ପହିଲାରୁ ଗୃହ ଋଣ ଉପରେ ସୁଧ ହାର ବୃଦ୍ଧି କରୁଛି । ଏସବିଆଇ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢାଇବା ପରେ ଷ୍ଟେଟ୍ ବ୍ୟାଙ୍କ ମଧ୍ୟ ଏକ୍ସଟର୍ଣ୍ଣାଲ ବେଞ୍ଚ ମାର୍କ ଲେଣ୍ଡିଂ ରେଟ୍ ୪୦ ବେସିସ ପଏଣ୍ଟ ବଢାଇବାକୁ ନିଷ୍ପତ୍ତି ନେଇଛି ।

SBI Home Loan

ସାରା ଦେଶରେ ଆଜିଠାରୁ ଲାଗୁ ହେବାକୁ ଯାଉଛି କିଛି ନୂଆ ନିୟମ । ଯାହାଫଳରେ ସାଧାରଣ ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ବଢିବ । ଗୃହ ଋଣ ବାବଦକୁ ମହଙ୍ଗା ହେବ ସୁଧ । ଇଣ୍ଡିଆ ପୋଷ୍ଟ ପେମେଣ୍ଟସ କାରବାର ବି ମହଙ୍ଗା ହୋଇପାରେ । ଥାର୍ଡ ପାର୍ଟି ଇନସୁରାନ୍ସ ପ୍ରିମିୟମ ବଢୁଥିବାରୁ ଚିନ୍ତାରେ ଗାଡି ଚାଳକ ।ଅନ୍ୟପଟେ ସୁନା ହଲମାର୍କିଂର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାର ପୁରୀ ସମେତ ଦେଶର ୩୨ଟି ଜିଲ୍ଲା ଅନ୍ତର୍ଭୁକ୍ତ ହେବାକୁ ଯାଉଛି ।

SBI ଗୃହ ଋଣ ନେଇଛନ୍ତି କି? ଆଜିଠୁ ମହଙ୍ଗା ପଡିବ ସୁଧ । କାରଣ, ଜୁନ୍ ପହିଲାରୁ ଗୃହ ଋଣ ଉପରେ ସୁଧ ହାର ବୃଦ୍ଧି କରୁଛି । ଏସବିଆଇ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢାଇବା ପରେ ଷ୍ଟେଟ୍ ବ୍ୟାଙ୍କ ମଧ୍ୟ ଏକ୍ସଟର୍ଣ୍ଣାଲ ବେଞ୍ଚ ମାର୍କ ଲେଣ୍ଡିଂ ରେଟ୍ ୪୦ ବେସିସ ପଏଣ୍ଟ ବଢାଇବାକୁ ନିଷ୍ପତ୍ତି ନେଇଛି । ଆପଣ ଦେଉଥିବା ସୁଧ ହାର ୬.୫୦ରୁ ୭ କିମ୍ବା ୭.୫ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଜରିଆରେ ହେଉଥିବା କାରବାର ମଧ୍ୟ ମହଙ୍ଗା ହେବ । ନଗଦ ଡିପୋଜିଟ ଏବଂ ଉଠାଣ ପାଇଁ ୩ଟି ମାଗଣା କାରବାର ପରେ ପରବର୍ତ୍ତୀ ପ୍ରତ୍ୟେକ କାରବାର ପାଇଁ ଅତିରିକ୍ତ ୨୦ ଟଙ୍କା ସହ ଜିଏସଟି ପୈଠ କରିବାକୁ ପଡିବ । ସେହିପରି ଗାଡି ପାଇଁ ତୃତୀୟ ପକ୍ଷ ବୀମା ମଧ୍ୟ ମହଙ୍ଗା ହେବ । ୭୫ ସିସି ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ପାଇଁ ୫୩୮ ଟଙ୍କା, ୭୫ରୁ ୧୫୦ ସିସି ପାଇଁ ୭୧୪ ଟଙ୍କା,୧୫୦ରୁ ୩୫୦ ସିସି ପାଇଁ ୧୩ ଶହ ୬୬ ଟଙ୍କା ଏବଂ ୩୫୦ ସିସି ଉପରକୁ ୨ ହଜାର ୮୦୪ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ସେହିପରି ଚାରି ଚକିଆ ଗାଡିରେ ହଜାରେ ସିସି ପାଇଁ ୨ ହଜାର ୯୪ ଟଙ୍କା, ହଜାରେରୁ ଦେଢ ହଜାର ସିସି ପାଇଁ ୩ ହଜାର ୪୧୬ ଟଙ୍କା ଏବଂ ଦେଢ ହଜାର ଉପରକୁ ୭ ହଜାର ୮୯୭ ଟଙ୍କା ଦେବାକୁ ପଡିବ । 

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସୁନା ହଲମାର୍କିଂର ଦ୍ୱିତୀୟ ପର୍ଯ୍ୟାୟ । ଏଥିରେ ପୁରୀ ସମେତ ଦେଶର ୩୨ଟି ଜିଲ୍ଲାରେ ହଲମାର୍କିଂ ବାଧ୍ୟତାମୂଳକ ହେବ ।ଏବେଠାରୁ ୨୦, ୨୩ ଏବଂ ୨୪ କ୍ୟାରେଟ୍ ସୁନା ମଧ୍ୟ ମାର୍କେଟରେ ମିଳିବ । ପୂର୍ବରୁ ୧୪, ୧୮ ଏବଂ ୨୨ କ୍ୟାରେଟ୍ ସୁନା ଗହଣା କାରବାର ହେଉଥିଲା ।ପୂର୍ବରୁ ଓଡିଶାର ୮ ଜିଲ୍ଲା ସହ ୨୫୬ ଜିଲ୍ଲାରେ ହଲମାର୍କିଂ ଲାଗୁ ହୋଇ ସାରିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ସମ୍ବଲପୁର ଏବଂ ବ୍ରହ୍ମପୁରରେ ଏହି ନିୟମ ଲାଗୁ ହୋଇସାରିଥିବା ବେଳେ ଏବେ ପୁରୀରେ ମଧ୍ୟ ଦୋକାନୀ କେବଳ ହଲମାର୍କ ସୁନାଗହଣା ବିକିବେ । 

ଅନ୍ୟ ପଟେ ତୈଳ କଂପାନୀ ମାନେ ପ୍ରତ୍ୟେକ ମାସ ପହିଲାରୁ ଏଲ୍‌ପିଜି ଦର ସଂଶୋଧନ କରନ୍ତି । ତେଣୁ ତାକୁ ନେଇ ବି ଚିନ୍ତାରେ ଗ୍ରାହକ ।

ରିପୋର୍ଟର- ସୌମ୍ୟରଞ୍ଜନ ସାହୁ