ଜିଲ୍ଲାପାଳଙ୍କ ଗାଈ ଅସୁସ୍ଥ : ସେବାରେ ଲାଗିଛନ୍ତି ୭ଜଣ ଡାକ୍ତର

ଜିଲ୍ଲାପାଳଙ୍କ ଗାଈ ଅସୁସ୍ଥ ଅଛି । ଆଉ ସେମାନଙ୍କ ଚିକିତ୍ସା ପାଇଁ ୭ ଜଣ ପ୍ରାଣୀ ଚିକିତ୍ସକଙ୍କୁ ଦାୟିତ୍ୱ ଦିଆଯାଇଛି।

ଫତେପୁର ଜିଲ୍ଲାପାଳ

ଜଣେ କି ଦୁଇ ଜଣ ନୁହେଁ ଜିଲ୍ଲାପାଳଙ୍କ ଗାଈ ସେବାରେ ଲାଗିଛନ୍ତି ୭ ଜଣ ଡାକ୍ତର । ଉତ୍ତରପ୍ରେଦଶ ଫତେହପୁର ଜିଲ୍ଲାରେ ଜିଲ୍ଲାପାଳ ଅପୂର୍ବ ଦୁବେଙ୍କ ଗାଈ ଅସୁସ୍ଥ ହୋଇପଡିଛି । ଅସୁସ୍ଥ ଗାଈର ଯତ୍ନ ନେବା ପାଇଁ ଜିଲ୍ଲାପାଳ ୭ ଜଣ ସରକାରୀ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି । ଡାକ୍ତରଙ୍କ ଏହି ଗୋଷ୍ଠୀ ସକାଳ ଓ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଗାଈର ଯତ୍ନ ନେବେ ଏବଂ ରିପୋର୍ଟ ଦାଖଲ କରିବେ। ରବିବାର ଦିନ ସୋସିଆଲ ମିଡିଆରେ ଏହି ଚିଠି ଭାଇରାଲ ହେବା ପରେ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ୟୁଜର୍ସ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଖୁଛନ୍ତି ।

ଫତେହପୁରର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସନ୍ଦୀପ କୁମାର ତିୱାରୀ ଏକ ଚିଠି ଜାରି କରିଛନ୍ତି । କାର୍ଯ୍ୟରେ ଅବହେଳା କରାଯାଇଥିବାରୁ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାଣୀ ଚିକିତ୍ସକମାନଙ୍କୁ ଚିଠିରେ ଚେତାବନୀ ଦେଇଛନ୍ତି । ତେବେ ଚିଠିଟି ସାମ୍ନାକୁ ଆସିବା ପରେ ଏ ପର୍ଯ୍ୟନ୍ତ ଜିଲ୍ଲାପାଳ ଅପୂର୍ବା ଦୁବେଙ୍କ ପକ୍ଷରୁ କୌଣସି ଉତ୍ତର ଆସିନାହିଁ । ଡିଏମ ଅପୂର୍ବା ଦୁବେ ନିଜ ଗାଈର ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଥିବାର ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିପାଇଁ ମୁଖ୍ୟ ପଶୁ ଅଧିକାରୀ ଡକ୍ଟର ସନ୍ଦୀପ କୁମାର ତିୱାରୀ ୯ ଜୁନରେ ଏକ ଚିଠି ଦେଇଛନ୍ତି ।

ଜିଲ୍ଲାପାଳଙ୍କ ଗାଈ ଅସୁସ୍ଥ : ସେବାରେ ଲାଗିଛନ୍ତି ୭ଜଣ ଡାକ୍ତର

ଏହି ଚିଠିରେ ଡଃ ମନୀଷ ଅବସ୍ତି ପ୍ରାଣୀ ଚିକିତ୍ସା ଅଧିକାରୀ ମନୀଷ ଅବସ୍ତି, ଭୁବନେଶ କୁମାର, ଡକ୍ଟର ଅନୀଲ କୁମାର, ଡକ୍ଟର ଅଜୟ କୁମାର ଦୁବେ, ଡକ୍ଟର ଶିବ ସ୍ୱରୂପ, ଡକ୍ଟର ପ୍ରଦୀପ କୁମାର, ଡକ୍ଟର ଅନୀଲ କୁମାର ଆଦିଙ୍କୁ ଏକ ଚିଠି କରାଯାଇ ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।