Advertisment

ପୃଥିବୀକୁ ମାଡିଆସୁଛି ବିପଦ : ୨ ପ୍ରତିଶତ ବଢିପାରେ ତାପମାତ୍ରା

ପୃଥିବୀ ଆଡକୁ ମାଡିଆସୁଛି ବିପଦ। ଗ୍ଲୋବାଲ ୱାର୍ମିଂ କାରଣରୁ ପୃଥିବୀର ତାପମାତ୍ରା ବଢିବାକୁ ଯାଉଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଣ୍ଟ ଚେଞ୍ଜ୍ (ଆଇପିସିସି) ଏହାର ସଦ୍ୟତମ ରିପୋର୍ଟରେ ଚେତାବନୀ ଦେଇଛି ଯେ ପୃଥିବୀର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ଯୁଗ ତୁଳନାରେ ୨ ପ୍ରତିଶତ ବୃଦ୍ଧି ପାଇବ। ଏନେଇ ବୃହତ ପରିମାଣରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ତୁରନ୍ତ ହ୍ରାସ କରାଯିବା ଉଚିତ।

ପୃଥିବୀକୁ ମାଡିଆସୁଛି ବିପଦ : ୨ ପ୍ରତିଶତ ବଢିପାରେ ତାପମାତ୍ରା

Climate Change

Advertisment

ନୂଆଦିଲ୍ଲୀ : ପୃଥିବୀ ଆଡକୁ ମାଡିଆସୁଛି ବିପଦ। ଗ୍ଲୋବାଲ ୱାର୍ମିଂ କାରଣରୁ ପୃଥିବୀର ତାପମାତ୍ରା ବଢିବାକୁ ଯାଉଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଣ୍ଟ ଚେଞ୍ଜ୍ (ଆଇପିସିସି) ଏହାର ସଦ୍ୟତମ ରିପୋର୍ଟରେ ଚେତାବନୀ ଦେଇଛି ଯେ ପୃଥିବୀର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ଯୁଗ ତୁଳନାରେ ୨ ପ୍ରତିଶତ ବୃଦ୍ଧି ପାଇବ। ଏନେଇ ବୃହତ ପରିମାଣରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ତୁରନ୍ତ ହ୍ରାସ କରାଯିବା ଉଚିତ। ଆଇପିସିସି ଏହାର ଷଷ୍ଠ ମୂଲ୍ୟାଙ୍କନ ରିପୋର୍ଟ (AR6)ର ପ୍ରଥମ ଭାଗ, ପୃଥିବୀର ଜଳବାୟୁର ସ୍ଥିତି, ପରିବର୍ତ୍ତନ ଏବଂ ଗ୍ରହ ତଥା ଜୀବନ ଉପରେ ଏହାର ପ୍ରଭାବର ସର୍ବଶେଷ ମୂଲ୍ୟାଙ୍କନ ପ୍ରକାଶ କରିଛି। ପୃଥିବୀର ଜଳବାୟୁର ସ୍ଥିତି ଉପରେ ଏହି ରିପୋର୍ଟର ବୈଜ୍ଞାନିକ ମତକୁ ବହୁଳ ଭାବରେ ଗ୍ରହଣ କରାଯାଇଛି।

Advertisment

ମୂଲ୍ୟାଙ୍କନ ରିପୋର୍ଟର ପ୍ରଥମ ଭାଗ ଜଳବାୟୁ ପରିବର୍ତ୍ତନ ଉପରେ ଏହାର ଯୁକ୍ତିକୁ ସମର୍ଥନ କରି ବୈଜ୍ଞାନିକ ପ୍ରମାଣ ଉପସ୍ଥାପନ କରିଛି ଏବଂ ୧୮୫୦ ରୁ ୧୯୦୦ ମଧ୍ୟରେ ବିଶ୍ୱ ତାପମାତ୍ରା ପୂର୍ବ ଶିଳ୍ପ ସମୟ ତୁଳନାରେ ୧.୧ ଡିଗ୍ରୀ ବୃଦ୍ଧି ପାଇଥିବା କହିଛି। ରିପୋର୍ଟରେ, ଆଇପିସିସି ଚେତାବନୀ ଦେଇଛି ଯେ ୨୦୪୦ ସୁଦ୍ଧା ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇପାରେ।

Advertisment

ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ, ୨୦୧୫ ପ୍ୟାରିସ୍ ଚୁକ୍ତିନାମା ବିଶ୍ୱର ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରୀ ସେଲ୍‌ସିୟସ୍ ତଳେ ରଖିବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ଏହାକୁ ୧.୫ ଡିଗ୍ରୀ ମଧ୍ୟରେ ରଖିବା ଉଚିତ। ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀର ତାପମାତ୍ରାରେ ୨ ଡିଗ୍ରୀରୁ ଅଧିକ ବୃଦ୍ଧି ପୃଥିବୀର ଜଳବାୟୁକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେବା ସହିତ ମନୁଷ୍ୟ ଏବଂ ଅନ୍ୟ ଜୀବମାନଙ୍କୁ ଏଥିରୁ ବଞ୍ଚାଇବା କଷ୍ଟକର ହୋଇପଡିବ।

ରିପୋର୍ଟରେ କୁହାଯାଇଛି ଯେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ହ୍ରାସ ହୋଇଥିଲେ ମଧ୍ୟ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍ ସୀମା ଅତିକ୍ରମ କରି ୧.୬ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିବ। ଯଦିଓ ପରେ ଏହା ୧.୫ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିପାରେ। ରିପୋର୍ଟ ଅନୁଯାୟୀ, ଯଦି ତୁରନ୍ତ ଗ୍ରୀନ୍ ହାଉସ୍ ଗ୍ୟାସ୍‌ରେ ବ୍ୟାପକ ହ୍ରାସ କରା ନ ଯାଏ ତେବେ ତାପମାତ୍ରାର ବୃଦ୍ଧିକୁ ସୀମିତ ରଖିବା ସମ୍ଭବ ହେବ ନାହିଁ। ଆଇପିସିସି ଏହାର ରିପୋର୍ଟରେ କହିଛି ଯେ ଏନେଇ କେବଳ ମାନବ କାର୍ଯ୍ୟକଳାପ ଦାୟୀ ବୋଲି ସ୍ପଷ୍ଟ ପ୍ରମାଣ ରହିଛି।

Advertisment

ପ୍ରକାଶଥାଉ କି ୧୯୮୮ରେ ବିଶ୍ୱ ପାଣିପାଗ ସଂଗଠନ (WMO) ଏବଂ ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (UNEP) ଦ୍ୱାରା ଆଇପିସିସି ଗଠିତ ହୋଇଥିଲା। ଆଇପିସିସି ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନଙ୍କୁ ଏକ ପ୍ଲାଟ୍‌ଫର୍ମରେ ଆଣି ଜଳବାୟୁ ପରିବର୍ତ୍ତନ ଉପରେ ବୈଜ୍ଞାନିକ ଦାବି ଏବଂ ସାହିତ୍ୟକୁ ସମୀକ୍ଷା କରି ବିଶ୍ୱକୁ ଏହାର ଅନୁସନ୍ଧାନ ଉପସ୍ଥାପନ କରେ।

Temperature Earth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ