ଇ- ଭେଇକଲ୍ ବ୍ୟବହାର କରିବାକୁ ଯାଉଛନ୍ତି କି? ତେବେ ଜାଣନ୍ତୁ ସ୍ୱାପିଂ ପଲିସି ବିଷୟରେ..

ଆଉ ଇଲ୍ରେିକ୍ ଯାନ ଚାର୍ଜିଂ ପାଇଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି । ବ୍ୟାଟେରୀ ସରିବା କ୍ଷଣି ତା ବଦଳରେ ଆପଣଙ୍କୁ ମିଳିଯିବ ଆଉ ଏକ ଫୁଲ୍ ଚାର୍ଜ ଥିବା ବ୍ୟାଟେରୀ । ଇଲ୍ରେିକ୍ ଯାନ ଚାହିଦା ବଢାଇବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଖୁବ୍ ଶୀଘ୍ର ଆସିବ ବ୍ୟାଟେରୀ ସ୍ୱାପିଂ ପଲିସି।

E-Motor Bike

ଇଲେକ୍ଟ୍ରିକ ଯାନର ବହୁଳ ବ୍ୟବହାର ବଢାଇବାକୁ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ବ୍ୟାଟେରୀ ସ୍ୱାପିଂ ପଲିସି । ଅର୍ଥାତ ଆପଣଙ୍କର ଗାଡି ବ୍ୟାଟେରୀର ଚାର୍ଜ ସରିଲେ ଆଉ ଚାର୍ଜ କରିବା ଦରକାର ନାହିଁ, ବରଂ ଚାର୍ଜିଂ ସେଣ୍ଟରରୁ ଆପଣ ବଦଳ କରି ନେଇ ପାରିବେ ଫୁଲ୍ ଚାର୍ଜ ଥିବା ଅନ୍ୟ ଏକ ବ୍ୟାଟେରୀ । ଏବେ ଅନେକ ଦେଶରେ ଏହି ପ୍ରଣାଳୀ ଆରମ୍ଭ ହୋଇସାରିଛି । ଦେଶର ଇ-ଯାନ ଗ୍ରାହକମାନେ ଏହି ପଲିସିକୁ ସ୍ୱାଗତ କରିଥିଲେ ମଧ୍ୟ ମନରେ ରହିଛି ଅନେକ ପ୍ରଶ୍ନ ଆଉ ଦ୍ୱନ୍ଦ୍ୱ ।

ଆଉ ଇଲ୍ରେିକ୍ ଯାନ ଚାର୍ଜିଂ ପାଇଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି । ବ୍ୟାଟେରୀ ସରିବା କ୍ଷଣି ତା ବଦଳରେ ଆପଣଙ୍କୁ ମିଳିଯିବ ଆଉ ଏକ ଫୁଲ୍ ଚାର୍ଜ ଥିବା ବ୍ୟାଟେରୀ । ଇଲ୍ରେିକ୍ ଯାନ ଚାହିଦା ବଢାଇବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଖୁବ୍ ଶୀଘ୍ର ଆସିବ ବ୍ୟାଟେରୀ ସ୍ୱାପିଂ ପଲିସି, ଯାହାଦ୍ୱାରା ଚାର୍ଜ ସରିଲେ ଆଉ ଚାର୍ଜିଂ ଷ୍ଟେସନକୁ ଯାଇ ଚାର୍ଜ ବସାଇବା ଦରକାର ନାହିଁ । ମାତ୍ର ଚାର୍ଜିଂ ବାବଦକୁ କିଛି ଟଙ୍କା ଦେଲେ ଆପଣ ପାଇପାରିବେ ବ୍ୟାଟେରୀ ।

ସହରାଞ୍ଚଳରେ ଚାର୍ଜିଂ ଷ୍ଟେସନ ପାଇଁ ଜାଗା ଅଭାବରୁ ବ୍ୟାଟେରି ସ୍ୱାପିଂ ପଲିସି ଅଣାଯାଉଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ । ଏହି ନିଷ୍ପତ୍ତିକୁ ଗ୍ରାହକମାନେ ସ୍ୱାଗତ କରିଥିଲେ ମଧ୍ୟ ମନରେ ଅନେକ ପ୍ରଶ୍ନ ଆଉ ଦ୍ୱନ୍ଦ୍ୱ ରହିଛି । ତେଣୁ ସରକାର ଏସବୁ ଦିଗରେ ଚିନ୍ତା କରି ନୀତି ନିର୍ଦ୍ଧାରଣ କରନ୍ତୁ ବୋଲି ଇ-ଯାନ ଗ୍ରାହକ କହିଛନ୍ତି । ଗ୍ରାହଙ୍କ ପ୍ରଶ୍ନ ଏବେ ଆସୁଥିବା ଗାଡିଗୁଡିକ ଫିକ୍ସଡ଼ ବ୍ୟାଟେରୀ ଗାଡି ହୋଇଥିବାରୁ କେମିତି ସେମାନେ ଏହି ଘୋଷଣାର ଫାଇଦା ପାଇପାରିବେ । ଏହା ସହ ବ୍ୟାଟେରୀ ବାରମ୍ବାର ବଦଳ ହେଲେ ୱାରେଣ୍ଟି କେଉଁଠି ଏବଂ କେମିତି କ୍ଲେମ କରିବେ ବୋଲି ଇ-ଯାନ ଗ୍ରାହକଙ୍କ ଚିନ୍ତା ରହିଛି ।

 

ବର୍ତ୍ତମାନ ସୁଧା ଏହି ପଲିସିରେ କେଉଁ ଗାଡିଗୁଡିକ ଅନ୍ତର୍ଭୁକ୍ତ ହେବେ ତାହା ସ୍ପଷ୍ଟ ହୋଇନି । ତେବେ ଇଭି ଡିଲରଙ୍କ କହିବା ଅନୁସାରେ ଏହି ପଲିସି ଦ୍ୱାରା କେବଳ ଦୁଇ ଚକିଆ ଏବଂ ତିନି ଚକିଆ ଯାନ ହିଁ ଉପକୃତ ହୋଇପାରିବେ । କାରରେ ବ୍ୟବହୃତ ହେଉଥିବା ବେଟେରୀର ଓଜନ ପ୍ରାୟ ୨୫୦ କିଲୋଗ୍ରାମରୁ ଅଧିକ ଥିବାରୁ ବ୍ୟାଟେରୀ ସ୍ୱାପିଂ କରିବା ଅସମ୍ଭବ ।

ଅନ୍ୟ ପଟେ ଦୁଇ ଚକିଆ ଏବଂ ତିନି ଚକିଆ ଯାନ ପାଇଁ ଏହି ପଲିସି ଶ୍ରେଷ୍ଠ ସମାଧାନ, କିନ୍ତୁ କାର୍ଯ୍ୟକାରିତା ବେଳେ ଅନେକ ଅସୁବିଧା ଦର୍ଶାଇଛନ୍ତି ଇଭି ସୋରୁମ୍ ମାଲିକ ରଞ୍ଜନ ମହାନ୍ତି । ଦେଶରେ ସମସ୍ତ ଇ-ବାଇକ ଏବଂ ଅଟୋ ତିଆରି କରୁଥିବା କଂପାନୀର ବ୍ୟାଟେରୀ କିମ୍ଭା ଚାର୍ଜିଂ ପିନ୍ ସମାନ ନୁହେଁ, ତେଣୁ ପ୍ରଥମେ ସମସ୍ତ କଂପାନୀର ବ୍ୟାଟେରୀକୁ ସେଣ୍ଟ୍ରାଲାଇଜ କରିବା ଆବଶ୍ୟକତା ରହିଛି ବୋଲି ଅଭିଯୋଗ ରହିଛି ।

ଏସବୁ ଭିତରେ ରାଜ୍ୟରେ ଇ-ଯାନ ନୀତି କାର୍ଯ୍ୟକାରୀ ହୋଇଛି । ଗତ ଅକ୍ଟୋବର ୨୯ଠାରୁ ସବୁ ପ୍ରକାର ଇ-ଯାନରୁ ମୋଟର ଯାନ ଟିକସ ଓ ପଞ୍ଜୀକରଣ ଫିକୁ ସମ୍ପୂର୍ଣ୍ଣ ଛାଡ଼ ସହ ଇ-ଯାନ କ୍ରୟରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡିର ବ୍ୟବସ୍ଥା ମଧ୍ୟ ହୋଇଛି । ୨୦୨୫ ସୁଦ୍ଧା ରାଜ୍ୟର ନୂଆ ଗାଡ଼ି ପଞ୍ଜିକରଣରେ ଇ-ଯାନ ଅଂଶୀଦାରକୁ ୨୦%ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

ରିପୋର୍ଟର- ସୌମ୍ୟରଞ୍ଜନ ସାହୁ