Advertisment

ଖବରକାଗଜ ବିକାଳିରୁ ରାଷ୍ଟ୍ରପତି ଭବନ; ତା’ ଭିତରେ ପାଲଟିଗଲେ ମିସାଇଲ ମ୍ୟାନ

ଡ. ଏପିଜେ ଅବଦୁଲ କଲାମ ଭାରତର ଏକାଦଶ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଅଗ୍ନି ଏବଂ ପୃଥ୍‌ବୀ କ୍ଷେପଣାସ୍ତ୍ରର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଅଦ୍ୟତନ ହୋଇଛି
ଖବରକାଗଜ ବିକାଳିରୁ ରାଷ୍ଟ୍ରପତି ଭବନ; ତା’ ଭିତରେ ପାଲଟିଗଲେ ମିସାଇଲ ମ୍ୟାନ

APJ Abdul Kalam's Death Anniversary

Advertisment

ସ୍ୱପ୍ନ ସତ ହେବା ପୂର୍ବରୁ ପ୍ରଥମେ ଦେଖିବାକୁ ପଡ଼ିଥାଏ।’ ହେଲେ ‘ନିଦରେ ଯାହା ଦେଖାଯାଏ ତାହା ସ୍ୱପ୍ନ ନୁହେଁ, ଯାହା ନିଦକୁ ଆସିବା ପାଇଁ ଦେଇ ନ ଥାଏ ସେ ହେଉଛି ସ୍ୱପ୍ନ।’ ସ୍ୱପ୍ନକୁ ବାସ୍ତବରେ ପରିଣତ କରିପାରୁଥିବା ଏଇ ମହାନ ଆତ୍ମା ହେଉଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ। ଆଜି ତାଙ୍କର ୬ଷ୍ଠ ଶ୍ରାଦ୍ଧବାର୍ଷିକୀ। ଭାରତର ଭାଗ୍ୟାକାଶରେ ଉଜ୍ଜ୍ୱଳ ତାରକା ଅବଦୁଲ କଲାମ ଆଜି ନାହାନ୍ତି ସତ, ହେଲେ ପ୍ରତିଟି ହୃଦୟରେ ସେ ଆଜି ଚମକୁଛନ୍ତି ‘ମିସାଇଲ ମ୍ୟାନ’ ଭବରେ।

Advertisment

ଭାରତ ବିଜ୍ଞାନ କ୍ଷେତ୍ରରେ ବିଶେଷ କରି ମହାକାଶ ଏବଂ କ୍ଷେପଣାସ୍ତ୍ରରେ ତାଙ୍କର ସଫଳତାକୁ ଦେଶ କେବେ ବି ଭୁଲିବ ନାହିଁ। ଡ. ଏପିଜେ ଅବଦୁଲ କଲାମ ଭାରତର ଏକାଦଶ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଅଗ୍ନି ଏବଂ ପୃଥ୍‌ବୀ କ୍ଷେପଣାସ୍ତ୍ରର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଡ.କଲାମ ୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ। ମତ୍ସ୍ୟଜୀବୀ ପରିବାରରେ ଜନ୍ମ ହୋଇ ସେ ପହଞ୍ଚିପାରିଥିଲେ ଦେଶର ରାଷ୍ଟ୍ରପତି ଭବନରେ। ବାଲ୍ୟକାଳ ତାଙ୍କର ସଂଘର୍ଷପୂର୍ଣ୍ଣ ଥିଲା। ଘରର ଆଥିର୍କ ପରିସ୍ଥିତି ଭଲ ନ ଥିଲା। ତେଣୁ ଖବରକାଗଜ ବିକି ସେ ନିଜର ପାଠପଢା କରୁଥିଲେ। ହେଲେ ଜୀବନରେ ହାରିବା କେବେ ସେ ଶିଖି ନ ଥିଲେ।

Advertisment

ଏରୋନଟିକାଲ ଇଞ୍ଜିନିୟର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ ଅର୍ଥାତ୍‌ ଡିଆରଡିଓ ଏବଂ ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ (ISRO)ରେ ନିଜ କାର୍ଯ୍ୟଦକ୍ଷତା ଦେଖାଇ ସଫଳତା ହାସଲ କରିଥିଲେ। ଏହାବ୍ୟତୀତ ଦେଶରେ ହୋଇଥିବା ପ୍ରଥମ ଏସଏଲବି-୩ (Satellite Launch Vehicle )ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେହିପରି ପୋଲାର ସାଟେଲାଇଟ ଲଞ୍ଚ ଭେଇକ୍ଲି ନିର୍ମାଣରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। 

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି ଏବଂ ପୃଥ୍ୱୀ ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏହା ପରେ ସେ ମିସାଇଲ ମ୍ୟାନ୍‌ ନାମରେ ପରିଚିତ ହେଲେ। ଏଥି ପାଇଁ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେତିକି ନୁହେଁ, ୧୯୯୮ ରେ ପରମାଣୁ ପରୀକ୍ଷଣରେ ତାଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। 

Advertisment

ସେଦିନ ଥିଲା ୨୭ ଜୁଲାଇ ୨୦୧୫। ସିଲଂର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରେ ଛାତ୍ରାଛତ୍ରୀଙ୍କୁ ଉଦ୍‌ବୋଧନ ଦେଉଥିଲେ। ପୃଥିବୀରେ ଦିନକୁ ଦିନ ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିଲେ। ହଠାତ୍‌ ଟଳି ପଡ଼ିଲେ। ଆଉ ତା’ ପରେ ଆଉ ଉଠି ନ ଥିଲେ ମିସାଇଲ ମ୍ୟାନ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଲା।

ତାଙ୍କ ବିଷୟରେ କେତୋଟି ଅଜଣା କଥା-

-ସେ ଥିଲେ ଭାରତର ପ୍ରଥମ ଅବିବାହିତ ରାଷ୍ଟ୍ରପତି। ସେ ମୁସଲିମ ସଂପ୍ରଦାୟର ଥିଲେ ଆଉ ମାଂସ ଖାଉ ନ ଥିଲେ। ସେ ସମ୍ପୂର୍ଣ୍ଣ ଶାକାହାରୀ ଥିଲେ। 

-ଅବଦୁଲ କଲାମ ଦେଶ ଓ ବିଦେଶରେ ସମୁଦାୟ ୪୮ ଡକ୍ଟରେଟ ଉପାଧି ହାସଲ କରିଥିଲେ।

-ଦୁଇ ଜଣ ରାଜନେତା ପିଲାମାନଙ୍କୁ ଭଲ ପାଉଥିଲେ। ଜଣେ ହେଲେ ଚାଚା ନେହରୁ ଏବଂ ଅନ୍ୟ ଜଣେ ଅବଦୁଲ୍‌ କଲାମ। ସାଇନ୍ସ ଏକ୍ଜିବିସନରେ ପିଲାମାନେ ତାଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। 

-ଅବଦୁଲ କଲାମ ତାଙ୍କ ଅଟୋବାୟୋଗ୍ରାଫି ଲେଖିଥିଲେ ଯାହା ୧୩ଟି ଭାଷାରେ ଅନୁବାଦିତ ହୋଇଥିଲା। ପ୍ରଥମେ ଇଂରାଜୀରେ ପ୍ରକାଶିତ ହେବା ପରେ ଅନ୍ୟ ଭାଷାରେ ଅନୁବାଦ କରାଯାଇଥିଲା। 

Abdul Kalam Death Anniversary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ