ଭାରତ ଫେରିଲା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ

ଭଗବାନ ବୁଦ୍ଧଙ୍କ ଦୁଇ ଶିଷ୍ୟଙ୍କ ଅବଶେଷ ବି ଫେରିଲା ।

Sacred Buddha Relics Return To India

ଥାଇଲାଣ୍ଡରୁ ଭାରତ ଫେରିଲା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଜକୀୟ ସମ୍ମାନ ସହ ଅବଶେଷକୁ ଭାରତ ଅଣାଯାଇଛି। ଭଗବାନ ବୁଦ୍ଧ ଏବଂ ତାଙ୍କର ଦୁଇ ଶିଷ୍ୟ ଅରହତ ସାରିପୁତ୍ର ଏବଂ ଅରହତ ମୋଦଗଲାୟନଙ୍କ ଅବଶେଷକୁ ଦିଲ୍ଲୀ ପାଲମ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି। ଭଗବାନ ବୁଦ୍ଧଙ୍କ ଅବଶେଷ କିଭଳି ସସମ୍ମାନେ ଭାରତ ପହଁଚିବ ତାର ସମସ୍ତ ବ୍ୟବସ୍ଥା କରିଥିଲେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି। ପୂର୍ବରୁ ବ୍ୟାଙ୍ଗକକ୍ ର ସନମ ଲୁଆଙ୍ଗ ମଣ୍ଡପରେ ଅବଶେଷର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ଭାରତ ପଠାଯାଇଥିଲା। ବୁଦ୍ଧଙ୍କ ଅବଶେଷ ଭାରତ ଫେରିବା ଅବସରରେ ଶତାଧିକ ବୌଦ୍ଧ ଭିକ୍ଷୁ ଏବଂ ପୂଜକ ବିଶେଷ ପୂଜା ଏବଂ ପ୍ରାର୍ଥନା କରିଛନ୍ତି।