Astrospeak
  • Live TV
  • Read In English

ପାକିସ୍ତାନ ଇଲାକାକୁ କବ୍‌ଜା କରିବା ପାଇଁ ଆମକୁ ଅନୁମତି ମିଳିବାର ଥିଲା-ପୂର୍ବ ସେନାଧ୍ୟକ୍ଷ

‘କାରିଗିଲ ଯୁଦ୍ଧବେଳେ ଆମକୁ ୩୦ ପ୍ରତିଶତ କମ୍‌ ବଜେଟ୍‌ରେ କାମ କରିବାକୁ ପଡ଼ିଥିଲା। କାରଗିଲ ଯୁଦ୍ଧ ସମୟରେ ଅଧିକ ଉଚ୍ଚରେ ଶତ୍ରୁପକ୍ଷର ମୁକାବିଲା ପାଁ ଆମ ପାଖରେ ଏପରି ଯୋତା ବା ପୋଷାକ ନ ଥିଲା ।’

former army chief said on kargil vijay diaws
କାରଗିଲ ବିଜୟ ଦିବସ-୨୦୨୧

News Summary

 ଅପରେଶନ ବିଜୟ ରାଜନୈତିକ ଏବଂ ସୁରକ୍ଷା ଦୃଷ୍ଟିରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ଥିଲା।

୩୦ ପ୍ରତିଶତ କମ୍‌ ବଜେଟ୍‌ରେ କାମ କରୁଥିଲା ସେନା

ଖରାପ ସ୍ଥିତିରେ ବି ଆମେ ଏହାକୁ ବିଜୟରେ ପରିଣତ କରି ଦେଇପାରିଥିଲୁ।

ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ । ଏହି ଉତ୍ସବ ପାଳନ ପାଇଁ ଲଦାଖର ଦ୍ରାସ୍ ସେକ୍ଟରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଦ୍ରାସରେ ଥିବା ଓ୍ୱାର ମେମୋରିଆଲରେ ପରେଡ୍ ରିହର୍ସଲ୍ କରାଯାଇଛି। ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ପରେଡ ପରିବେଶଷଣ କରିବେ ଯବାନ। ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।  କାର୍ଗିଲ୍ ବିଜୟ ଦିବସକୁ ଅମୃତ ମହୋତ୍ସବ ଭାବେ ପାଳିବାକୁ ଗତକାଲି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଥିଲେ ମୋଦି।

୧୯୯୯ ମସିହାରେ କାର୍ଗିଲରେ ହୋଇଥିଲା ଅପରେସନ ବିଜୟ  ଏହି ଅପରେସନରେ ଭାରତୀୟ ସେନା ବିଜୟ ହାସଲ କରିବା ସହ କାର୍ଗିଲର ଟାଇଗର ହିଲରେ ଉଡ଼ାଇଥିଲା ତ୍ରିରଙ୍ଗା ।  ଭାରତୀୟ ସୀମା ଭିତରକୁ ପଶି ଆସିଥିବା ପାକିସ୍ତାନୀ ସୈନ୍ୟଙ୍କୁ LOC ସେପାରିକୁ ତଡ଼ି ଦେଇଥିଲେ ଭାରତୀୟ ବୀର ଯବାନ । ଏହି ଯୁଦ୍ଧରେ ଅନେକ ଯବାନ ସହିଦ ହୋଇଥିବା ବେଳେ ଶତାଧିକ ଯବାନ ଆହତ ହୋଇଥିଲେ  । ସେହି ବୀର ଯବାନଙ୍କ ଶୌର୍ଯ୍ୟ,  ବଳିଦାନ ଓ ବୀରତ୍ୱର ସ୍ମୃତିରେ ପାଳନ ହେଉଛି କାର୍ଗିଲ ବିଜୟ ଦିବସ  ।

 ସେଦିନର ସ୍ମୃତି ମନେ ପକାଇ  ପୂର୍ବ ସେନାଧ୍ୟକ୍ଷ ଜେନେରାଲ ଭିପି ମଲିକ କହିଛନ୍ତି, କାରଗିଲ ସିଜ୍‌ଫାୟାର ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଏଲଓସି ନିକଟରେ ଥିବା ପାକିସ୍ତାନୀ ଇଲାକାକୁ ଦଖଲ କରିବା ପାଇଁ ଅନୁମତି ଦେବା ଉଚିତ୍‌ ଥିଲା। ୧୯୯୯ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧର ୨୨ ବର୍ଷ ପରେ ସେ କହିଛନ୍ତି, ଅପରେଶନ ବିଜୟ ରାଜନୈତିକ ଦୃଷ୍ଟିରୁ ଏବଂ ସୁରକ୍ଷା ଦୃଷ୍ଟିରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ଥିଲା। ଖରାପ ସ୍ଥିତିରେ ବି ଆମେ ସୈନ୍ୟବଳ ଏବଂ ରାଜନୈତିକ ପ୍ରୋତ୍ସାହନ ଯୋଗୁ ଏହାକୁ ବିଜୟରେ ପରିଣତ କରି ଦେଇପାରିଥିଲୁ। ଅନ୍ୟପକ୍ଷେ ପାକିସ୍ତାନ ସେନା ଏବଂ ରାଜନୀତିକୁ ଏଥିପାଇଁ ବହୁତ ବଡ ମୂଲ୍ୟ ଦେବାକୁ ପଡ଼ିଥିଲା। 

Also Read

ମଲିକ ଆହୁରି କହିଥିଲେ, ଦୁର୍ବଳ ଇଣ୍ଟେଲିଜେନ୍ସ ଏବଂ ସବିଲାନ୍ସ ଯୋଗୁ ସ୍ଥିତି ବିଷୟରେ ଜାଣିବା ପାଇଁ ଭାରତୀୟ ସେନାକୁ କିଛି ସମୟ ଲାଗିଥିଲା। ତେବେ ସଫଳ ରାଜନୈତିକ-ସେନ୍ୟ ରଣନୀତି ଯୋଗୁ ଭାରତ ନିଜର ରାଜନୈତିକ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା। ଏଥସହିତ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ଗଣତନ୍ତ୍ର, ଦାୟିତ୍ୱବୋଧର ଛବିକୁ ଆହୁରି  ଦୃଢ କରି ପାରିଥିଲା। 

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ, ମଲିକ କହିଛନ୍ତି, ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ଆମେ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ସର୍‌ପ୍ରାଇଜ ସିଚୁଏଶନର ଜବାବ ଦେଉଥିଲେ। ଇଣ୍ଟେଲିଜେନ୍ସ ଏବଂ ସର୍ବିଲାନ୍ସ ବିଫଳ ହେବା କରଣରୁ ଅନୁପ୍ରବେଶକାରୀଙ୍କ  ପରିଚୟକୁ ନେଇ ସରକାର ଭ୍ରମରେ ଥିଲେ। ସୀମାନ୍ତରେ ଥିବା ଆମ ସେନାମାନେ ଅନୁପ୍ରବେଶ ବିଷୟରେ ଜାଣି ପାରିଲେ ନାହିଁ, ଏପରିକି ସେମାନେ କେଉଁଠି ରହୁଥିଲେ ତାହାର ମଧ୍ୟ ସୁରାକ ପାଇ ପାରିଲେ ନାହିଁ। ସେଥିପାଇଁ ଯଥେଷ୍ଟ ତଥ୍ୟ ହାସଲ କରିବା, ସ୍ଥିତିକୁ ଭଲ କରି ପରଖି ତା’ ପରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ଥିଲା।

ସେ ଆହୁରି କହିଥିଲେ, ଯେତେବେଳେ ଭାରତୀୟ ସେନାକୁ କାରଗିଲ୍‌ର ସୈନ୍ୟ ସଫଳତା ଉପରେ ଭରସା ଆସିଲା ସେତେବେଳେ ଯୁଦ୍ଧ ବିରାମରେ ସହମତି ହେବା ପୂର୍ବରୁ ନିୟନ୍ତ୍ରଣ ରେଖା ସେପଟେ ଥିବା ପାକିସ୍ତାନର କିଛି ଇଲାକାକୁ ନିଜ କବ୍‌ଜାକୁ ନେବା ପାଇଁ ଅନୁମତି ଦେଇଦେବା ଉଚିତ ଥିଲା।  ପୂର୍ବ ସେନାଧ୍ୟକ୍ଷ କହିଛନ୍ତି, କାରଗିଲ ଯୁଦ୍ଧ ଭାରତୀ-ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ଆଣିଥିଲା। ଭାରତର ବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। ଭାରତ ବିଶ୍ୱାସ କରି ନେଇଥିଲା ଯେ, ପାକିସ୍ତାନ ଲାହୋର ଘୋଷଣାପତ୍ର ପରି ବୁଝାମଣା ଯାହା କି ୨ ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିଲା ତାହାକୁ ସହଜରେ ପ୍ରତ୍ୟାଖାନ କରିଦେଇ ପାରିବ। ଏହା ପ୍ରଧାନମନ୍ତ୍ରୀ ବାଜପେୟୀ ଏବଂ ତାଙ୍କ କ୍ୟାବିନେଟକୁ ଏକ ଶକ୍ତ ଧକ୍କା ଥିଲା। ସେଥିପାଇଁ ଅନୁପ୍ରବେଶକୁ ସେମାନେ ସହଜରେ ମାନି ପାରି ନ ଥିଲେ। ତେଣୁ ପାକିସ୍ତାନୀ ଆତଙ୍କୀ ନୁହେଁ, ପାକ୍‌ ସେନା ଯେ ଅନୁପ୍ରବେଶ କରିଛି ଏହା ବିଶ୍ୱାସ କରିବାକୁ ସରକାରଙ୍କୁ ସମୟ ଲାଗିଥିଲା। ସେ ସମୟରେ ବାଜପେୟୀ ନବାଜ ସରୀଫଙ୍କୁ କହିଥିଲେ, ‘ଆପଣ ପିଠିରେ ଛୁରୀ ଭୁଷି ଦେଲେ।’ମଲିକ ଆହୁରି କହିଛନ୍ତି, କାରିଗିଲ ଯୁଦ୍ଧର କିଛି ବର୍ଷ ପୂର୍ବରୁ ଆମ ପାଖରେ ପର୍ଯ୍ୟପ୍ତ ଅର୍ଥ ବି ନ ଥିଲା। ସେଥିପାଇଁ ଆମେ ଧାର୍ଯ୍ୟ ବଜେଟରୁ ୩୦ ପ୍ରତିଶତ କମ୍‌ ବଜେଟ୍‌ରେ କାମ କରୁଥିଲୁ। କାରଗିଲ ଯୁଦ୍ଧ ସମୟରେ ଆମ ପାଖରେ ଏପରି ଯୋତା ବା ପୋଷାକ ନ ଥିଲା ଯାହା ଅଧିକ ଉଚ୍ଚତାରେ କାମ କରିବ। ଆମ ପାଖରେ ରାଡାର ନ ଥିଲା। ଶତ୍ରୁପକ୍ଷରେ କ’ଣ ଚାଲିଛି ତାହା ଜାଣିବାର କୌଣସି ବାଟ ନ ଥିଲା। ଆମକୁ ହେଲିକ୍ୟାପ୍ଟର ୨୦, ୦୦୦ ଫୁଟ ଉପରେ ନେଇ ଯିବାକୁ ପଡ଼ୁଥିଲା।  କମାଣ୍ଡର୍ସଙ୍କ ମଧ୍ୟରୁ ଜଣେ ବୋଫର୍ସ ତୋପକୁ ଗୋଟିଏ ଗୋଟିଏ କରି ତିନୋଟିକୁ ଉପରକୁ ନେଉଥିଲେ ଏବଂ ଉପରେ ରଖି ସିଧାସଳଖ ଶତ୍ରୁପକ୍ଷଙ୍କୁ ଟାର୍ଗେଟ କରୁଥିଲେ। ତେଣୁ ଆମ ପାଖରେ ଯାହା କିଛି ଅଭାବ ଥିଲା ତାହାକୁ ଏପରି ଭାବେ ପୂରଣ କରୁଥିଲୁ।