Tortoise
ପୃଥିବୀ ପୃଷ୍ଠରେ ଏକମାତ୍ର ଜୀବ ହେଉଛି କଇଁଛ ଯିଏ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାଏ। ଏହାର କେତେକ ପ୍ରଜାତି ୧୫୦ ବର୍ଷରୁ ଅଧିକ ମଧ୍ୟ ଜୀଇଁଥାନ୍ତି। ତେବେ ଏହାର ପଛରେ କ’ଣ ରହିଛି କାରଣ? କ’ଣ ରହିଛି ବାୟୋଲୋଜିକାଲ୍ ପ୍ରୋସେସ୍ ଯେଉଁ କାରଣରୁ କଇଁଛ ଦୀର୍ଘ ଜୀବନ ବଞ୍ଚିପାରେ?
ଆଜିଯାଏ ସବୁଠାରୁ ଦୀର୍ଘ ଜୀବନ ବଞ୍ଚିଥିବା କଇଁଛର ନାମ ହେଉଛି ଅଲଡାବରା ଟରଟଏଜ୍। ଏହା ପାଖାପାଖି ୨୫୬ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲା। ଏହା ଆକାରରେ ବହୁର ବଡ ଥିଲା। ଏହି କାରଣରୁ ଏହି କଇଁଛ ସେଶେଲ୍ସ ଦ୍ୱୀପରେ ରହୁଥିଲା। ଅଲଡାବରା ଟର୍ଟଏଜ୍ ଉପରେ ସେତେବେଳେ ଅନେକ ରିସର୍ଚ ହୋଇଥିଲା, ଯାହା ପରେ କଇଁଛର ଦୀର୍ଘ ଜୀବନ ପଛରେ ଥିବା କାରଣ ସାମ୍ନାକୁ ଆସିଥିଲା। ଦୀର୍ଘ ଜୀବନ ଜୀଇଁବା ସହିତ କଇଁଛର ଆହୁରି ଅନେକ ବିଶେଷତା ମଧ୍ୟ ରହିଛି ଯାହା ତାକୁ ସ୍ୱତନ୍ତ୍ର କରିଥାଏ। ତେବେ ଆସନ୍ତୁ ଜାଣିନେବା କଇଁଛର ଦୀର୍ଘ ଜୀବନ ଜୀଇଁବା ପଛରେ କ’ଣ ରହିଛି ସେହି ମହତ୍ତ୍ୱପୂର୍ଣ୍ଣ କାରଣ।
Also Read
କଇଁଛର ଶରୀର ଉପରେ ଏକ କଠିନ କବଚ ରହିଥାଏ ଯାହା ତା’ର ଅଙ୍ଗଗୁଡିକୁ ବାହ୍ୟ ଆକ୍ରମଣରୁ ସୁରକ୍ଷା ଦେଇଥାଏ। ଯେତେବେଳେ ଆକ୍ରମଣ ହେବା ସେ ଜାଣେ ସାଙ୍ଗେ ସାଙ୍ଗେ କବଚ ଭିତରକୁ ଚାଲିଯାଏ। ଯଦି ପୂରା ଛୋଟ ବେଳୁ କଇଁଛର ଭଲଭାବେ ଯତ୍ନ ନିଆଯାଏ ତେବେ ସେ ବହୁଦିନ ବଞ୍ଚିପାରେ। ଏମିତିରେ ଅନେକ କଇଁଛ ୧୫୦ରୁ ଅଧିକ ବର୍ଷ ବଞ୍ଚିପାରନ୍ତି।
କଇଁଛର ଦୀର୍ଘ ଜୀବନ ରହସ୍ୟତେବେ କଇଁଛର ଦୀର୍ଘ ଜୀବନର ପ୍ରକୃତ କାରଣ କ’ଣ ତାହା ବୈଜ୍ଞାନିକମାନେ ଅଧ୍ୟୟନ କରି କହିଛନ୍ତି। ବୈଜ୍ଞାନିକଙ୍କ କହିବା କଥା କଇଁଛର ଦୀର୍ଘ ଜୀବନ ପଛରେ ଥିବା ରହସ୍ୟ ହେଉଛି ସେମାନଙ୍କର ଡିଏନ୍ଏ ଷ୍ଟ୍ରକ୍ଚର। ସେମାନଙ୍କ ଜୀନ୍ ଭେରିଏଣ୍ଟ୍ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଷିକା ଭିତରେ ଡିଏନ୍ର ମରାମତି କରିଥାଏ। ଏହି କାରଣରୁ କୋଷିକାର ଏଣ୍ଟ୍ରୋପିର ଅବଧି ସୀମା ବହୁତ ବଢିଯାଇଥାଏ।
କଇଁଛର ଦୀର୍ଘ ଜୀବନ ରହସ୍ୟଏହା ହିଁ ହେଉଛି ଏକ ବଡ କାରଣ, ଯାହା ଦ୍ୱାରା କିଛି କଇଁଛ ମଧ୍ୟ ୨୫୦ ବର୍ଷରୁ ବି ଅଧିକ ବଞ୍ଚିପାରନ୍ତି। ୨୫୬ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବା ଅଲଡାବରା ଟର୍ଟଏଜ୍ ଉପରେ ହୋଇଥିବା ଅଧ୍ୟୟନରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ଯେ ଭଲ ଜୀନ୍ ଭେରିଏଣ୍ଟ କାରଣରୁ ହିଁ ସେ ଏତେ ଦୀର୍ଘ ଜୀବନ ବଞ୍ଚିପାରେ। ଅଲଡାବରା ଟର୍ଟଏଜ୍ର ଜୀନ ଭେରିଏଣ୍ଟ କୋଷିକାକୁ ଦୀର୍ଘ ସମୟ ଧରି ଏଣ୍ଟ୍ରୋପି ପର୍ଯ୍ୟନ୍ତ ଯିବା ନେଇ ବଞ୍ଚେଇ ରଖିଥିଲା। ଏହି କାରଣରୁ ତା’ର ଶରୀର ୨୫୬ ବର୍ଷ ପର୍ଯ୍ୟନ୍ତ ଜୀଇଁ ରହି ପାରିଥିଲା।
ସାରା ବିଶ୍ୱରେ କଇଁଛର ଅନେକ ଭିନ୍ନ ପ୍ରଜାତି ମଧ୍ୟ ଅଛନ୍ତି, ଯେଉଁମାନେ ପାଖାପାଖି ୧୦୦ରୁ ଅଧିକ ବର୍ଷ ମଧ୍ୟ ବଞ୍ଚି ରୁହନ୍ତି। କଇଁଛର ଏକ ରେତିଲୀ ପ୍ରଜାତି ରହିଛି, ଯାହାକୁ ଆଫ୍ରିକାନ୍ ସକ୍ଲେଟ୍ ଭାବେ ଜଣାଯାଇଥାଏ। ଏହି ପ୍ରଜାତିର କଇଁଛ ପାଖାପାଖି ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Tortoise_1630504523.jpg)


