Advertisment

ଭୁବନେଶ୍ୱର ବାସିନ୍ଦାଙ୍କୁ କେବେ ମିଳିବ ସ୍ମାର୍ଟ ପାର୍କିଂ ସୁବିଧା ?

ଅଢ଼େଇ କୋଟି ଖର୍ଚ୍ଚରେ ଜନପଥରେ ୨୦୨୧ରୁ ପ୍ରସ୍ତୁତ ହେଲାଣି ଭିତ୍ତିଭୂମି । ବ୍ୟବସ୍ଥା ସମ୍ପର୍କରେ ଲୋକେ ଅଜ୍ଞ, କର୍ତ୍ତୃପକ୍ଷ କହିଲେ ଖୁବଶୀଘ୍ର କାର୍ଯ୍ୟକାରୀ ।

ଅଦ୍ୟତନ ହୋଇଛି
undefined

smart parking

Advertisment

ଦୁଇ ବର୍ଷ ତଳୁ ବ୍ୟବସ୍ଥା ହେଲାଣି, ହେଲେ ଏଯାଏଁ ସୁବିଧା ପାଉନାହାନ୍ତି ଜନସାଧାରଣ । ରାଜଧାନୀର ଜନପଥ ରାସ୍ତାରେ ମାଟିତଳେ ପୋତାଯାଇଛି କୋଟି କୋଟି ଟଙ୍କାର ମେସିନ୍, କିନ୍ତୁ ଏପର୍ଯ୍ୟନ୍ତ କାହା କାମରେ ଆସୁନି, କି କେହି ଜାଣି ନାହାନ୍ତି, ସେ ବ୍ୟବସ୍ଥା କଣ ?

Advertisment

୨୦୨୧ରେ ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଆରମ୍ଭ କରିଥିବା ଇ-ପାର୍କିଂ ବ୍ୟବସ୍ଥା କଥା। ବାଣୀବିହାର ଛକରୁ ଶିଶୁଭବନ ଛକ ଯାଏଁ ପ୍ରାୟ ୮୦୦ ପାର୍କିଂ ଲଟରେ ଲାଗିଛି ହାଇଟେକ୍ ଜିପିଏସ୍। ଭୂମି ତଳେ ଲାଗିଥିବା ଏସବୁ ମେସିନ୍ ପାଇଁ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।

Advertisment


କଣ ଏହି ଇ-ପାର୍କିଂ ବ୍ୟବସ୍ଥା ?

ଏହି ବ୍ୟବସ୍ଥା ଦ୍ୱାରା ଜଣେ ଜନପଥର ଯେ କୌଣସି ସ୍ଥାନକୁ ଯିବାକୁ ଚାହିଁବେ, ତା ପୂର୍ବରୁ ଭୁବନେଶ୍ୱର ଡଟ୍ ମି ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଆଗୁଆ ପାର୍କିଂ ସ୍ଥାନ ବୁକ୍ କରିପାରିବେ। ଫଳରେ ପରେ ସେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ରଖିବାର ସୁବିଧା ପାଇପାରିବେ। ଗାଡ଼ି ରଖିବା ପରେ ପାର୍କିଂ ଲଟରେ ଲାଗିଥିବା ଜିପିଏସ ମେସିନ୍ ଗାଡ଼ିର ତଥ୍ୟ ମୁଖ୍ୟ ସର୍ଭରକୁ ପଠାଇବ।

ଫଳରେ ଗାଡ଼ିର ଉପସ୍ଥିତି, ଚୋରି ଏବଂ ଗାଡ଼ି ସମ୍ପର୍କରେ ପୁରା ତଥ୍ୟ ସର୍ଭରରେ ମିଳିପାରିବ। ଦୁଇ ବର୍ଷ ତଳେ ରାଜଧାନୀର କେବଳ ଜନପଥରେ ହିଁ ଏହି ଇ ପାର୍କିଂ ବ୍ୟବସ୍ଥା କରାଇବାକୁ ପଦକ୍ଷେପ ନେଇଥିଲେ ଭୁବନେଶ୍ୱର ସ୍ମାର୍ଟି ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ।

Advertisment

ତେବେ ଏତେଦିନ ପରେ ଏ ବ୍ୟବସ୍ଥା ଏଯାଏ କାହିଁକି କାର୍ଯ୍ୟକରୀ ହେଉନି, ତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଖୁବଶୀଘ୍ର ସର୍ଭର ଅପଗ୍ରେଡ୍ କରାଯାଇ ଜିପିଏସ୍ ସହ କନେକ୍ଟ କରାଯିବ, ଏବଂ ରାଜଧାନୀର ଅନ୍ୟ ଜାଗାରେ ବି ଏଭଳି ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ହେବ ବୋଲି କହିଛନ୍ତି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ।

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ