ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଆଜି ବି ସାଧାରଣ ଲୋକଟି ପାଇଁ ଅଭେଦ ରହସ୍ୟ ହୋଇ ରହିଛି । ସେଥିମଧ୍ୟରୁ କିଛି ରହସ୍ୟ ତ ଏଭଳି ଯାହା ବୈଜ୍ଞାନିକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି । ସେହିଭଳି ଏକ ରହସ୍ୟ ତୁର୍କୀର ପମୁକ୍କଲେ ପାହାଡରେ ଥିବା ପ୍ରାକୃତିକ ପୁଲ୍ । ଏହାର ରହସ୍ୟ ବୈଜ୍ଞାନିକମାନଙ୍କୁ ଦ୍ୱନ୍ଦରେ ପକାଇଛି ସତ, ହେଲେ ଏ ସ୍ଥାନର ସୌନ୍ଦର୍ଯ୍ୟ ବି ସେତିକି ବିମୋହିତ କରେ । ଯାହା ନିଜର ସୁନ୍ଦରତା ସହ ଲୋକମାନଙ୍କର କୌତୁହଳର ବିଷୟ ହୋଇ ରହିଛି ।
Also Read
ଏହି କୌତୁହଳର କାରଣ ଏହି ପୁଲର ଏକ ଝରଣା ଆକାରର ବୋହିଥାଏ । ଆଉ ଏହି ଝରଣାର ପାଣି ଆପେ ଆପେ ଗରମ ହୋଇଯାଏ । ହେଲେ କିଭଳି ଏପରି ହୁଏ, ତାହା ବୈଜ୍ଞାନିକମାନଙ୍କ ପାଇଁ ମଧ୍ୟ ରହସ୍ୟ ହୋଇରହିଛି । କୁହାଯାଏ ଯେ, ଏଠାରେ ଗରମ ପାଣିର ଏହି ଝରଣା ହଜାର ହଜାର ବର୍ଷ ହେବ ରହିଛି । ଏଠାକାର ପାଣିର ତାପମାତ୍ରା ୩୭ ଡିଗ୍ରୀରୁ ୧୦୦ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ ।
ଏହି ସ୍ୱିମିଙ୍ଗ୍ ପୁଲ୍ ଭଳି ନିର୍ମିତ ଏହି ଗରମ ପାଣିର ଝରଣାରେ ଗାଧୋଇଲେ ଅନେକ ପ୍ରକାରର ରୋଗ ଖାସ କରି ତ୍ୱଚା ସମ୍ବନ୍ଧିତ ରୋଗ ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଆଉ ଏହି କାରଣରୁ ଗରମ ପାଣିର ଏହି ଝରଣାକୁ ଦେଖିବାକୁ ଦୂର ଦୂରରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାଆନ୍ତି । ଏଠାକାର ସବୁଠାରୁ ବଡ ବିଶେଷତ୍ୱ ଆଉ ରହସ୍ୟ ହେଉଛି ଏଠାରେ ଥିବା ଗରମ ପାଣିର ସରୋବର ପ୍ରାକୃତିକ ଭାବେ ଆପେ ଆପେ ନିର୍ମିତ ହୋଇଛି । କିନ୍ତୁ କିଭଳି ଓ କେବେ ଏହା ନିର୍ମିତ ହୋଇଛି ସେ ସମ୍ପର୍କରେ କେହି ମଧ୍ୟ ଜାଣିନାହାନ୍ତି । ଏହି ଝରଣାର ପାଣିକୁ ନେଇ ଅନେକ ଥର ବୈଜ୍ଞାନିକମାନେ ଗବେଷଣା କରିସାରିଛନ୍ତି ।
ଗବେଷଣା ଅନୁଯାୟୀ ପାଣିରେ ଥିବା ଖଣିଜ ପଦାର୍ଥ ବାହାର ଗ୍ୟାସ ସମ୍ପର୍କରେ ଆସିବା କାରଣରୁ କ୍ୟାଲସିୟମ୍ କାବୋର୍ନେଟ୍ ନିର୍ମିତ ହୁଏ । ଯାହା ହଜାର ବର୍ଷ ହେବ ଏହି ଝରଣା କୂଳରେ ଜମା ହେଉଛି । ଆଉ ଏହି କାରଣରୁ ଝରଣାଟି ସରୋବରର ରୂପ ନେଇସାରିଛି । ତେବେ କୁହାଯାଏ ଏହି ପାହାଡ ଦେଇ ପାଣି ବୋହୁଥିବା ସମୟରେ ହି ଝରଣାର ପାଣି ଗରମ ହୋଇଯାଏ । କିଛି କିଛି ସ୍ଥାନରେ ତ ପାହାଡ ଫୁଟୁଥାଏ । ହେଲେ ଏ ପାଣି ଗରମ କିପରି ହୁଏ, ସେ ରହସ୍ୟ ଆଜି ବି ସମସ୍ତଙ୍କୁ ଦ୍ୱନ୍ଦରେ ପକାଇ ଆସିଛି ।
ଏହି ଝରଣାର ପାଣି ତଳକୁ ଝରିବା ପରେ ଏଠାରେ ପାଖାପାଖି ୧୭ଟି ପୁଲ ଆପେ ଆପେ ନିର୍ମିତ ହୋଇଛି । ଏହାକୁ ନେଇ ମଧ୍ୟ ବୈଜ୍ଞାନିକମାନେ ଅନେକଥର ଗବେଷଣା କରିଛନ୍ତି । କିନ୍ତୁ ବାସ୍ତବିତ ତଥ୍ୟ ଓ ସତ କଣ ତାହା ଆଜି ବି ଅଭେଦ୍ୟ ରହସ୍ୟ ହୋଇ ରହିଛି । କିନ୍ତୁ ଏହି ରହସ୍ୟ ହି ଏହି ସ୍ଥାନର ପରିଚୟ ପାଲଟିଯାଇଛି ।