'ମନ କି ବାତ୍‌' କାର୍ଯ୍ୟକ୍ରମରେ ଓଡ଼ିଆ ପୁଅକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଦେଶର ଅର୍ଥନୈତିକ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ପୁରୀ-କୋଣାର୍କ ସମୁଦ୍ରକୂଳ ସ୍ୱଚ୍ଛ କରିବା ସହ ସ୍ୱଚ୍ଛ ଭାରତରେ ସାମିଲ ହୋଇଥିବା ଓଡ଼ିଆ ପୁଅ ରାହୁଲ ମହାରଣାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

'Mann Ki Baat' program

News Summary

ଓଡ଼ିଆ ପୁଅ ରାହୁଲ ମହାରଣାଙ୍କୁ ପ୍ରଶଂସା କଲେ ମୋଦି

ଆଜି 'ମନ୍ କି ବାତ୍' କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୈତିକ ବିକାଶ ବିଷୟରେ କହିଛନ୍ତି । ଏହା ଦେଶର କ୍ଷମତା ଓ ଦକ୍ଷତାକୁ ଦର୍ଶାଉଛି ଭାରତର ନୂଆ ନୂଆ ଉତ୍ପାଦର ଚାହିଦା ଏବେ ବିଦେଶରେ ବଢିବାରେ ଲାଗିଛି। ଏମିକି ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ବିଦେଶରେ ବେଶୀ ଦେଖିବାକୁ ମିଳୁଛି । ଏହାଛଡ଼ା ଦେଶର ରପ୍ତାନୀ ୪ ଶହ ବିଲିୟନ ଆମେରିକୀୟ ଡଲାର ପାର କରିଥିବା ଆମ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।

ଆଜିର ମନ୍ କି ବାତ କାର୍ଯ୍ୟକ୍ରମରେ ପୁରୀ-କୋଣାର୍କ ସମୁଦ୍ରକୂଳ ସ୍ୱଚ୍ଛ କରିବା ସହ ସ୍ୱଚ୍ଛ ଭାରତରେ ସାମିଲ ହୋଇଥିବା ଓଡ଼ିଆ ପୁଅ ରାହୁଲ ମହାରଣାଙ୍କ ବିଷୟରେ କହିବା ସହ ଆଗାମୀ ଦିନରେ ଅନେକ ଯୁବକଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାଛଡ଼ା ସମସ୍ତେ ଭୋକାଲ ଫର ଲୋକାଲ ଉପରେ ଗୁରୁତ୍ୱ ଦେଲେ ଦେଶର ସ୍ଥାନୀୟ ଉତ୍ପାଦ ଅତିଶୀଘ୍ର ସାରା ବିଶ୍ୱରେ ପହଞ୍ଚି ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପଦ୍ମପୁରସ୍କାରରେ ସମ୍ମାନୀତ ବାବା ଶିବାନନ୍ଦଙ୍କ ସ୍ୱାସ୍ଥ୍ୟ ଓ ଫିଟ୍‌ନେସ୍ ପ୍ରସଙ୍ଗ ଉଠାଇ ତାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଏହାଛଡ଼ା ଆୟୁଷ କ୍ଷେତ୍ରରେ ହୋଇଥିବା ଷ୍ଟାଟ୍ଅପ ଏଣ୍ଟରପ୍ରାଇଜ୍ ଚଳିତବର୍ଷ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି ମୋଦି ।