ନୂଆଦିଲ୍ଲୀ: ଦୁନିଆରେ ଅନେକ ଦେଶ ରହିଛି । ଦେଶ ଦେଶ ମଧ୍ୟରେ ସୀମା ମଧ୍ୟ ରହିଥାଏ । ହେଲେ ବିଶ୍ୱରେ ଏପରି ଏକ ସୀମା ରହିଛି ଯେଉଁଠାରେ ୨ ନୁହେଁ ବରଂ ୩ ଟି ଦେଶ ମିଳିତ ହୋଇଛି । କେବଳ ଏତିକି ନୁହେଁ ଏହି ସୀମା ଅତିକ୍ରମ କରିବାକୁ କୌଣସି ଭିସା-ପାସପୋର୍ଟର ଆବଶ୍ୟକ ନାହିଁ ।
ଜର୍ମାନୀ, ନେଦରଲ୍ୟାଣ୍ଡ ଏବଂ ବେଲଜିୟମ (ଜର୍ମାନୀ, ନେଦରଲ୍ୟାଣ୍ଡ, ବେଲଜିୟମ ସୀମା) ପରସ୍ପର ପାଖରେ ଅଛନ୍ତି, କିନ୍ତୁ କୌତୁହଳର ବିଷୟ ହେଉଛି ଯେ ସେମାନଙ୍କର ସୀମା ଭାରତ-ପାକିସ୍ତାନ ସୀମା ପରି ତିକ୍ତ ଅବସ୍ଥାରେ ନାହିଁ । କାରଣ ଏହି ଦେଶର ସୀମାକୁ ଅତି ସହଜରେ ପାର କରି ହେବ । ହେଲେ ଏହି ୩ଟି ଦେଶର ମଝିରେ ଏପରି ଏକ ସ୍ଥାନ ଅଛି ଯେଉଁଠି ୩ଟି ଦେଶର ମିଶ୍ରଣ ହୋଇଛି । ଏଠାରେ ୩ଟି ଦେଶର ଲୋକମାନେ ବିନା କୌଣସି ଭିସା ଓ ପାସ୍ପୋର୍ଟରେ ସାକ୍ଷାତ ମଧ୍ୟ କରିପାରିବେ ।
Also Read
ସାଧାରଣତଃ ସୀମାମାନଙ୍କରେ ସୁରକ୍ଷା ଦ୍ୱାରା ଘେରି ରହିଥିବା କିଛି ସ୍ଥାନ ରହିଥାଏ ଯେଉଁଠାରେ ଲୁହା ତାରଗୁଡ଼ିକ ରଖାଯାଇଥାଏ କିମ୍ବା ସୁରକ୍ଷା ବାହିନୀ ନିୟୋଜିତ ହୋଇଥାନ୍ତି । ହେଲେ ଏଠାରେ ସେହିପରି କୌଣସି ବ୍ୟବସ୍ଥା ନାହିଁ ।
ନେଦରଲ୍ୟାଣ୍ଡ, ଜର୍ମାନୀ ଏବଂ ବେଲଜିୟମର ସୀମା
ନେଦରଲ୍ୟାଣ୍ଡର ସୀମାବର୍ତ୍ତୀ ଅଞ୍ଚଳ ଲିମ୍ବର୍ଗରେ ‘ଭାଲ୍ସ’ ନାମକ ଏକ ଛୋଟ ସହର ରହିଛି । ଯେଉଁଠି ନେଦରଲ୍ୟାଣ୍ଡ, ଜର୍ମାନୀ ଏବଂ ବେଲଜିୟମର ସୀମା ତଥା ମିଳନ ସ୍ଥଳ ରହିଛି । ଏହି ଅଞ୍ଚଳ ପ୍ରାୟ ୩୨୩ ମିଟର ଉଚ୍ଚତାରେ ଅବସ୍ଥିତ ଯାହା ନେଦରଲ୍ୟାଣ୍ଡର ସର୍ବୋଚ୍ଚ ସ୍ଥାନ ଅଟେ । କେବଳ ଏତିକି ନୁହେଁ ଏହି ସହରଟି ସେଠାକାର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଯେଉଁଠାରେ ଅନେକ ଲୋକ ପରିଦର୍ଶନ କରିବାକୁ ଆସନ୍ତି । ସର୍ବୋଚ୍ଚ ସ୍ଥାନର ମଝିରେ ଏକ ତୀକ୍ଷ୍ଣ ପଥର ଅଛି, ଯାହାର ଗୋଟିଏ ପାର୍ଶ୍ୱରେ N ଲେଖାଯାଇଛି ଯାହାର ଅର୍ଥ ନେଦରଲ୍ୟାଣ୍ଡ, ଗୋଟିଏ ପାର୍ଶ୍ୱରେ B ଲେଖାଯାଇଛି ଯାହାକି ବେଲଜିୟମକୁ ପ୍ରତିନିଧିତ୍ୱ କରେ ସେହିପରି ଆଉ ଗୋଟିଏ ପାର୍ଶ୍ୱରେ G ଲେଖା ହୋଇଛି ଯାହାର ଅର୍ଥ ଜର୍ମାନୀ ।
ଜମିର ରେଖାରୁ ଚିହ୍ନଟ କରାଯାଏ ଦେଶର ସୀମା
ଏଠାରେ ଲୋକମାନେ ଗୋଟିଏ ପାଦ ଅତିକ୍ରମ କରି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଅତି ସହଜରେ ଯାଇପାରିବେ । ଯେଉଁଥିପାଇଁ ସେମାନଙ୍କୁ ପାସପୋର୍ଟ କିମ୍ବା ଭିସା ଆଦିର ଆବଶ୍ୟକ ପଡେନାହିଁ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ଭୂମିରେ ଥିବା ରେଖାକୁ ହିଁ ସୀମା ଭାବରେ ଦର୍ଶାଯାଇଛି । ଫଳରେ ସେଥିରୁ ଜଣାପଡେ ଯେ,କେଉଁ ଦେଶ କେଉଁ ପର୍ଯ୍ୟନ୍ତ ରହିଛି ।