Advertisment

ଜାପାନିଜ୍ ପ୍ରକ୍ରିୟାରେ ମିୟାଓ୍ୱାକି ବନୀକରଣ; ୨.୫ ଏକର ଜମିରେ ୮ ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ

ଫିଟ୍ ଆଣ୍ଡ ଫାଇନ ପାଇଁ ଏକ ନୂଆ ଦିଶା ଦେଇଛି ବନ ବିଭାଗ..ଭଳିକି ଭଳି ଔଷଧୀୟ ବୃକ୍ଷ ସହ ବିଭିନ୍ନ କିଷମର ଫଳ ଉଦ୍ୟାନ ସୃଷ୍ଟି କରି ସାଉଁଟିଛି ପ୍ରଶଂସା...

ଅଦ୍ୟତନ ହୋଇଛି
The Miyawaki Method for Creating Forests

The Miyawaki Method for Creating Forests

Advertisment

ଭଳି କି ଭଳି ଗଛ ସାଙ୍ଗକୁ ଚାରିପଟେ ସବୁଜ ପରିବେଶ । ତାହା ବି ଆଲଫାବେଟିକାଲି, ଗୋଟିଏ ପରେ ଗୋଟିଏ ଗଛ ରୋପଣ କରାଯାଇଛି । ଏହା ଏକ ଚିତ୍ତବିନୋଦନ କେନ୍ଦ୍ର ବା ପାର୍କର ଭ୍ରମ ସୃଷ୍ଟି କରୁଛି । ହେଲେ ଏହା ପାର୍କ ନୁହେଁ ବନବିଭାଗ ଦ୍ୱାରା ଜାପାନୀଜ ପ୍ରକ୍ରିୟାରେ କରାଯାଇଥିବା ମିୟାଓ୍ୱାକି ବନୀକରଣ । ଯେଉଁଠି କି ଭଳିକି ଭଳି ଔଷଧୀୟ ବୃକ୍ଷ ସହ ବିଭିନ୍ନ କିଷମର ଫଳ ଉଦ୍ୟାନ ରହିଛି ।

Advertisment

ଭୂତଳ ଜଳ, ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବା ହେଉଛି ଏହି ବନୀକରଣ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ । ଆଲଫାବେଟିକାଲ ମିୟାଓ୍ୱାକି ବନିକରଣ ସବୁଜ ବନାନୀ ଜଙ୍ଗଲ ସୃଷ୍ଟି ସହ ମୂଲ୍ୟବାନ ଜଙ୍ଗଲର ପ୍ରଦର୍ଶନୀ ଉଦ୍ଦେଶ୍ୟରେ ଜୟପୁର ବନଖଣ୍ଡ ନିର୍ମାଣ କରିଛି ।

ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟର ସହରାଞ୍ଚଳରେ ଏପରି ବନିକରଣ ସୃଷ୍ଟି କରିବା ପାଇଁ ଯୋଜନା କରାଯାଇଛି । କୋରାପୁଟରେ ପ୍ରଥମ ପର୍ଯ୍ୟାୟରେ ଜୟପୁର ସମେତ ବୋରିଗୁମ୍ମା, କୋଟପଡା ଓ ବୈପାରିଗୁଡାରେ ଏଭଳି ବନୀକରଣ କରାଯାଇଛି ।

Advertisment

ଜୟପୁର ବ୍ଲକ ମକାପୁଟ ଠାରେ ଏକ ହେର ବା ସାଢେ ଦୁଇ ଏକର ପରିମିତ ଜମିରେ ସହାରାଞ୍ଚଳ ବନିକରଣ କରାଯାଇଛି । ଏଠାରରେ ୮ ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି । ଡ୍ରିପ ଇରଗେସନ ମାଧ୍ୟମରେ ବିଭିନ୍ନ କିଷମର ଔଷଦୀୟ ବୃକ୍ଷ ସହ ହରିଡା, ବାହାଡା, ଗଙ୍ଗସିଉଳି ଆଦି ବନ ସୃଷ୍ଟି କରାଯାଇଛି । ପରିବେଶବିତ୍ ଜାପାନୀଜ ପଦ୍ଧତିର ବୃକ୍ଷରୋପଣକୁ ବେଶ୍ ସ୍ୱାଗତ କରିଛନ୍ତି ।

Miyawaki Method
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ