Advertisment

ପରିବା ଚାଷ କରି ଦୁଇ ଭାଇ ଲକ୍ଷପତି: ୬ ପରିବାରକୁ ଦେଉଛନ୍ତି ରୋଜଗାର

ଭାଗ୍ୟ ବଦଳାଇ ଦେଲା ପରିବା ଚାଷ। ପାଳରେ ଭେଣ୍ଡି, କଖାରୁ, ଗୁଆଁର, କଲରା ଚାଷ କରି ମାସକୁ ଲକ୍ଷେ ଟଙ୍କାରୁ ଅଧିକ ଚାଷ କରୁଛନ୍ତି ଦୁଇ ଭାଇ। ନିଜେ ଭଲରେ ଚଳିବା ସହ ପାଖଆଖ ପିଲାଙ୍କୁ ଦେଉଛନ୍ତି ଭଲ ଦୁଇ ପଇସା ରୋଜଗାର। ଭୁବନେଶ୍ୱରରୁ ବେପାରୀ ଯାଇଁ ନେଇ ଆସୁଛନ୍ତି ପରିବା।

ଅଦ୍ୟତନ ହୋଇଛି
Farmers

Farmers

Advertisment

ବିଲରେ ଫଳିଛି ଛନଛନିଆ ସବୁଜ ପରିବା। ଗଛ ଗୁଡ଼ିକ ମଣିଷ ଉଚାର ହେଲେଣି। ଫଳ ବି ପ୍ରଚୁର ପରିମାଣରେ ଫଳୁଛି। ପରିବା ଗୁଡ଼ିକ ଏତେ ସୁଆଦିଆ ଯେ, ସକାଳ ହେଲେ କ୍ଷଣି ବେପାରୀଙ୍କ ବେଶ୍‌ ଭିଡ଼ି ମଧ୍ୟ ଜମୁଛି। ସମ୍ବଲପୁରର ଦୁଇ ଭାଇଙ୍କ ପରିଶ୍ରମରେ କ୍ଷେତରେ ଫଳିଛି ସୁନାର ଫସଲ। ନିଜେ ତ ଭଲ ଦୁଇପଇସା ରୋଜଗାର କରୁଛନ୍ତି ଏହାସହ ଅନ୍ୟକୁ ରୋଜଗାର ଦେଇ ଜୁଜୁମରାର ଅଞ୍ଚଳରୁ କିଛି ପରିମାଣରେ ବେକାରୀ ସମସ୍ୟା ଦୂର କରିଛନ୍ତି ।

Advertisment

ବିଲରେ ବିଭିନ୍ନ ପ୍ରକାର ଭେଣ୍ଡି, କଖାରୁ, ଗୁଆଁର, କଲରା, ତରବୁଜ, ଆମ୍ୱ ଆଦି ଫଳ ଓ ପରିବା ଗଛ ଲାଗିଛି । ଆଧୁନିକ ପ୍ରକ୍ରିୟାର ବିନିଯୋଗ କରି ଏମାନେ ଚାଷ କରୁଛନ୍ତି । ଜମିର ବିଭିନ୍ନ ସ୍ଥାନରେ ସ୍ପ୍ରିଙ୍କଲର ଓ ଡ୍ରିପ୍ ମଧ୍ୟ ଲାଗିଛି । ସୁଇଜ୍ ମାରିଲେ ଆପେ ଆପେ ପାଣି ପଡ଼ୁଛି । ନା ଗଛକୁ କିଏ ନିୟମିତ ପାଣି ଦେଉଛି ନା ସାର ଦେଉଛି । ଉନ୍ନତ ଯନ୍ତ୍ରପାତି ଓ ଜ୍ଞାନ କୌଶଳର ପ୍ରୟୋଗ କରି ଚାଷ ଚାଲିଛି ।

ପ୍ରାୟ ୫ ଏକରରୁ ଉର୍ଦ୍ଧ୍ୱ ଜମିରେ ଚାଷ କରିଛନ୍ତି ବାସୁଦେବ ଓ ମହାଦେବ । କଟକ ଭୁବନେଶ୍ୱରରୁ ବେପାରୀ ଆସି ତାଙ୍କ ପନିପରିବା ପାଳରୁ ହିଁ ନେଇଯାଉଥିବାର ଦେଖିବାକୁ ମିଳିଛି । ବିଗତ ୩୦ ବର୍ଷ ହେଲାଣି ଏମାନେ ଚାଷ କରି ଆସୁଛନ୍ତି । କେବଳ ଫଳ ଓ ପନିପରିବା ନୁହେଁ ବରଂ ୧୫ ଏକର ଜମିରେ ଧାନ ଚାଷ ମଧ୍ୟ କରୁଛନ୍ତି ବାସୁଦେବ ଓ ମହାଦେବ । ପନିପରିବା ଓ ଅନ୍ୟ ଚାଷରେ ଦୁଇ ପଇସା ଅଧିକ ମିଳୁଥିବାରୁ ଇଣ୍ଟିଗ୍ରେଟେଡ ଫାର୍ମିଙ୍ଗକୁ ଆପଣାଇଛନ୍ତି ।

Advertisment

ପନିପରିବା ସହ ଆଗକୁ ଅନେକ ଫଳ ମୂଳ ଚାଷ, କୁକୁଡ଼ା, ବତକ ଓ ମାଛ ପାଳନ ପାଇଁ ଯୋଜନା ରଖିଛନ୍ତି ମହାଦେବ । ତେବେ ଗାଁର କୃଷି ମିତ୍ରଭାବେ ମଧ୍ୟ ସେ ପରିଚିତ ଅଟନ୍ତି । ନିଜେ ଚାଷ କରିବା ସହ ଅନ୍ୟଙ୍କୁ ରୋଜଗାର ଓ ଚାଷ ସମ୍ୱନ୍ଧୀୟ ପ୍ରଣାଳୀ ସଂମ୍ପର୍କରେ ଅବଗତ କରାଇଥାନ୍ତି । ଚାଷ କରି ଏମାନେ ମାସକୁ ଲକ୍ଷାଧିକ ଟଙ୍କା ଆୟ କରନ୍ତି ।

ଏଥିରେ ତାଙ୍କ ୧୧ ଜଣ ସଦସ୍ୟ ଥିବା ପରିବାର ଚଳେ ଓ ଆହୁରୀ ୬ ପରିବାରକୁ ରୋଜଗାର କ୍ଷମ କରାଇ ପାରିଛନ୍ତି ମହାଦେବ ଓ ବାସୁଦେବ । ଆଗକୁ କୃଷି ବିଭାଗ ସହାୟତା ନେଇ ଆହୁରୀ ଅଧିକରୁ ଅଧିକ ଆୟ କରିବାର ଆଶା ରଖିଛନ୍ତି ଉଭୟ ।

Advertisment

ରିପୋର୍ଟର- ବରେନ୍ଦ୍ରନାଥ ପଣ୍ଡା

Farmers Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ