ପଶୁ-ମଣିଷ ସମ୍ପର୍କର ନିଆରା ଉଦାହରଣ : ପରିବାର ସଦସ୍ୟ ପାଲଟି ଯାଇଛି ଜଙ୍ଗଲୀ ବାରହା

ପଶୁ ଓ ମଣିଷ ମଧ୍ୟରେ ଅନାବିଳ ସମ୍ପର୍କ । ନିଆରା ବନ୍ଧନରେ ବାନ୍ଧି ହୋଇଛନ୍ତି ମହେନ୍ଦ୍ର ଓ ଜଙ୍ଗଲୀ ବାରହା ।

ପରିବାରର ସଦସ୍ୟ ଭାବେ ଘରେ ରହୁଛି ଜଙ୍ଗଲି ବାରହା

ପରିବାରର ସଦସ୍ୟ ଭାବେ ଘରେ ରହୁଛି ଜଙ୍ଗଲୀ ବାରହା । ମଣିଷ ପ୍ରେମରେ ବନ୍ଧା ପଡ଼ିଛି ନୀରିହ ଜନ୍ତୁ । ମଝିରେ ମଝିରେ ଜଙ୍ଗଲକୁ ବି ଯାଉଛି ହେଲେ ପୁଣି ପୁଣି ଫେରିଆସୁଛି । ଏଭଳି ଏକ ବାରହା ରହୁଛି ମାଲକାନଗିରିର ମହେନ୍ଦ୍ର ପାତ୍ରଙ୍କ ଘରେ । ବାରହାଟି ଛୋଟ ଥିବା ବେଳେ ବନ୍ୟା ପାଣିରେ ଭାସି ଯାଉଥିଲା ।

ମହେନ୍ଦ୍ର ତାକୁ ଉଦ୍ଧାର କରି ଆଣି ଲାଳନ ପାଳନ କରିଥିଲେ । ତା’ର ସେବା ଯତ୍ନ କରି ତାକୁ ବଞ୍ଚାଇଥିଲେ। ସେବେଠାରୁ ସେ ମହେନ୍ଦ୍ରଙ୍କ ଘରର ଜଣେ ସଦସ୍ୟ ଭାବେ ରହୁଛି । ମଣିଷ ଯାହା ଖାଉଛି ଜଙ୍ଗଲୀ ବରହା ମଧ୍ୟ ତାହା ହିଁ ଖାଉଛି । ତେବେ ମହେନ୍ଦ୍ର ପାତ୍ର ହିଁ ନିଜ ହାତରେ ଖୁଆଇଦେଲେ ବାରହାଟି ଖାଉଥିବା ବେଳେ ଅନ୍ୟମାନଙ୍କ ହାତରୁ ଖାଇବାକୁ ପସନ୍ଦ କରୁନଥିବା ଜଣାପଡ଼ିଛି ।

ସମସ୍ତେ ଜାଣନ୍ତି ଜଙ୍ଗଲୀ ଯନ୍ତୁକୁ ଘରେ ପାଳିବା ଆଇନତଃ ନିଷିଦ୍ଧ। ତେଣୁ ବନ ବିଭାଗ ଦୁଇଥର ବାରହାକୁ ନେଇ ଜଙ୍ଗଲ ମଧ୍ୟରେ ଛାଡିଥିଲେ ମଧ୍ୟ ସେ ପୁଣି ଥରେ ବାଟ ଖୋଜି ପୁଣି ଫେରିଆସୁଛି । ବାରହା କ’ଣ ବୁଝୁଛି ସରକାରୀ ନୀତି ନିୟମ । ମଣିଷର ନିରୋଳା ପ୍ରେମରେ ବନ୍ଧା ପଡ଼ି ଜଙ୍ଗଲରେ ରହିପାରୁନି । ଘରକୁ ବାରମ୍ବାର ଫେରିଆସୁଛି ।