Advertisment

ନିଜ ଜୀବନ ସିନା ସଂଘର୍ଷରେ, କିନ୍ତୁ ପର ପାଇଁ କାନ୍ଦୁଛି ହୃଦୟ

ନିଜ ଜୀବନକୁ ଅନ୍ୟ ପାଇଁ ସମର୍ପଣ କରିବାରେ ଜଣେ ନାରୀଠୁ କିଏ ବା ବଳିଯାଇପାରିବ? ଯାହାଙ୍କ ସକାଳ ହୁଏ ସେବାରୁ, ଆଉ ସଞ୍ଜ ହୁଏ ସମର୍ପଣରୁ। ଏନେଇ କିଏ ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ହୋଇଥାଇପାରନ୍ତି ତ ଆଉ କିଏ ସୁଖ, ସ୍ୱାଛନ୍ଦକୁ ଭୁଲିଯାଇଛନ୍ତି। ହେଲେ ସମାଜସେବାକୁ ଛାଡି ନାହାନ୍ତି।

undefined

Social service is their root aim

Advertisment

ତାଙ୍କ କଥାରେ ଦମ୍ଭ ଅଛି, ତାଙ୍କ କଥାରେ ଆତ୍ମବିଶ୍ୱାସ ଅଛି। ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ଥିଲେ ବି ସବୁ ଅସମ୍ଭବକୁ ସମ୍ଭବ କରିବାର ଇଚ୍ଛା ଯେହେତୁ ଭରପୂର ଅଛି, ତେଣୁ ସେ ଏବେ ସ୍ୱୟଂସମ୍ପୂର୍ଣ୍ଣା। ଏଭଳି ଦୃଢ଼ ଇଚ୍ଛାଶକ୍ତି ପାଇଁ ତ ମହିଳାଙ୍କ ଦାନାପାଣିର ଠିକଣା ସାଜିଛନ୍ତି ଯାଜପୁର କୁମାରୀ ଗାଁର ଦିବ୍ୟାଙ୍ଗ ବାସନ୍ତୀ ରଣା।

Advertisment

ପିଲାବେଳୁ ପୋଲିଓରେ ଆକ୍ରାନ୍ତ ଯୋଗୁଁ ବିକଶିତ ହୋଇପାରି ନଥିଲା ତାଙ୍କ ୨ ଗୋଡ଼। ହେଲେ ପରିବାରର ଆର୍ଥିକ ବୋଝ ତାଙ୍କୁ ବାଟ କଢ଼ାଇନେଲା ଏଭଳି ଭାବେ। ସିଲେଇ ଶିକ୍ଷାକୁ ଆଦରି ନେଇ ବାସନ୍ତୀ ଆଜି ଆତ୍ମନିର୍ଭରଶୀଳ ହୋଇଛନ୍ତି। ଶାରିରୀକ ଭାବେ ନିଜ ଗୋଡ଼ରେ ଛିଡ଼ା ହୋଇପାରି ନାହାଁନ୍ତି ସତ, କିନ୍ତୁ ୨୦୧୧ରୁ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ୩୦ରୁ ୩୫ ମହିଳାଙ୍କୁ ସ୍ୱାବଲମ୍ବୀ କରାଇ ସେମାନଙ୍କୁ ସେମାନଙ୍କ ଗୋଡ଼ରେ ଛିଡ଼ା କରାଇଛନ୍ତି। ଏଭଳି ସଂଘର୍ଷ ଆଉ ସଫଳତା ପାଇଁ ବାସନ୍ତୀ ତତ୍କାଳୀନ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ବି ହୋଇଛନ୍ତି।

ଏ ତ ଥିଲା ବାସନ୍ତୀଙ୍କ ସଂଘର୍ଷର କଥା, କିନ୍ତୁ ଆଉ ଦୁଇ ମହିଳାଙ୍କ ସେବା ଆଉ ସମର୍ପଣ ଭାବ ଦେଖିଲେ ଆପଣଙ୍କ ମୁଣ୍ଡ ନଇଁଯିବ ଆପେ ଆପେ। ମଣିଷଙ୍କ ଭଳି ଭାଷା କହିପାରୁ ନଥିବା ଏହି ନିରୀହ ପ୍ରାଣୀଙ୍କ ଭାବ ଆଉ ଆବେଗକୁ ଏମାନେ ସହଜରେ ଠଉରାଇ ନିଅନ୍ତି, ରୋଗଦୁଃଖରେ ନିସ୍ୱାର୍ଥରେ ସେବା କରନ୍ତି। ଏମାନେ କଟକ ତ୍ରିଶୁଳିଆ ଅଞ୍ଚଳର ଦୁଇ ଭଉଣୀ ତପସ୍ୱୀ ଏବଂ ତନୁଶ୍ରୀ ଦାଶ।

Advertisment

ପେଶାରେ ଉଭୟେ ରେସ୍ତୋରାଁ ମାଲିକ। ତପସ୍ୱୀ ଫ୍ୟାସନ୍ ଡିଜାଇନର୍। କିନ୍ତୁ ବୁଲା ଜୀବଜନ୍ତୁଙ୍କ ଦୁଃଖ ଆଉ ଯନ୍ତ୍ରଣା ଭୁଲାଇଦିଏ ସବୁ ସୁଖ ଆଉ ସ୍ୱାଛନ୍ଦକୁ। କେବେ ବୁଲା ଗାଈ ବଳଦଙ୍କ ସେବା କରି ପ୍ରଶଂସିତ ହୋଇଛନ୍ତି ତ ଆଉ କେବେ ଦୁର୍ଘଟଣାରେ ଆହତ ଷଣ୍ଢର ସେବା ଶୁଶ୍ରୁଷା କରି ଚର୍ଚ୍ଚାକୁ ଆସିଛନ୍ତି।

କେବଳ ବୁଲା ଗାଇଗୋରୁଙ୍କ ସେବା ନୁହଁ, ନିରୀହ ବିଲେଇ, କୁକୁର ଛୁଆମାନଙ୍କୁ ଘରକୁ ଆଣି ମା’ଭଳି ସେବା ଦିଅନ୍ତି ଆଉ ସ୍ନେହ କରନ୍ତି। ସେମାନଙ୍କ ସହ ମିଶି ମୋବାଇଲ୍‌ରେ ଫନି ଭିଡ଼ିଓ ମଧ୍ୟ ବନାନ୍ତି। ତେବେ ନିଜ ମାଆଙ୍କ ସ୍ନେହରେ ଅନୁପ୍ରାଣିତ ହୋଇ ଗୃହପାଳିତ ପ୍ରାଣୀଙ୍କ ପ୍ରତି ପିଲାଟିବେଳୁ ଦୁର୍ବଳତା ଥିବା କୁହନ୍ତି ତନୁଶ୍ରୀ।

Advertisment

ତେଲଲୁଣର ସଂସାର ଭିତରେ ଜୀବନ ଆଉ ଜୀବିକା ବଞ୍ଚାଇବାକୁ ଅନେକ ଲୋକ ସଂଘର୍ଷ କରୁଛନ୍ତି। ତାହାରି ଭିତରେ ନିର୍ବାକ ପଶୁଙ୍କ ପ୍ରତି ତପସ୍ୱୀ ଓ ତନୁଶ୍ରୀଙ୍କ ‘ଜୀବେ ଦୟା’ ମନୋଭାବ ଆଜି ଅନେକ ମହିଳାଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ।

(ରିପୋର୍ଟ : ଯାଜପୁରରୁ ଗୁଲାମ ଗସ୍ ଏବଂ ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ)

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ