Advertisment

ଚାଉଳ ଭାଙ୍ଗିଲେ ଧାନ ଫେରସ୍ତ ! ବୈଠକ ବସୁଛି, ସମାଧାନ ହେଉନି

ରବି ଧାନ ସଂଗ୍ରହକୁ ନେଇ କେଁ....ପ୍ରଶାସନ ଓ ମିଲର୍ସଙ୍କ ଆଲୋଚନା ବିଫଳ ହୋଇଛି । FCI ଚାଉଳ ଗ୍ରହଣ ନିୟମ ସାଜିଛି ବାଧକ । ଚଳିତ ରବି ଫସଲ ପରେ ସଂଗୃହୀତ ଧାନ ଗୁଡ଼ିକର କଷ୍ଟମ ମିଲିଂ ପରେ କେବଳ ଏଫସିଆଇ ହିଁ ଚାଉଳ ନେବ।

ଅଦ୍ୟତନ ହୋଇଛି
Paddy procurement

Paddy procurement

Advertisment

କୋରାପୁଟ ଜିଲ୍ଲାରେ ଆଉ ସପ୍ତାହେ ପରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଏହି ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରରେ ସାରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଥିବା ବେଳେ ଆରମ୍ଭ ନହେଉଣୁ କେଁ ଦେଖା ଦେଇଛି । ୧୨ ଲକ୍ଷ ୪୨ ହଜାର ୫୯୭ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଜିଲ୍ଲାକୁ ଟାର୍ଗେଟ ମିଳିଥିବା ବେଳେ କେବଳ ପ୍ରାୟ ୩ ଲକ୍ଷ କ୍ଵିଣ୍ଟାଲ ସଂଗ୍ରହ କରିବେ ବୋଲି ଜିଲ୍ଲା ମିଲ୍‌ ମାଲିକ ସଂଘ ସ୍ପଷ୍ଟ କରିଛି ।

Advertisment

ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ, ଯୋଗାଣ ବିଭାଗର ଅଧିକାରୀ ଓ ମିଲ ମାଲିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ବି ହୋଇଥିଲା । ହେଲେ ଏହି ବୈଠକ ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରିନି । ମିଲ ମାଲିକଙ୍କୁ ପ୍ରାୟ ୧୦ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । ହେଲେ ମିଲର୍ସ କିନ୍ତୁ ସହମତି ଜଣାଇ ନାହାନ୍ତି । ଫଳରେ ଆହୁରି ପ୍ରାୟ ୩ ଦିନ ପରେ ଏହି ସମସ୍ୟାର ସମାଧାନ ପାଇଁ ବାଟ ବାହାର କରାଯିବା ପାଇଁ ଆଲୋଚନା ହୋଇଛି । ତେବେ ପ୍ରଶାସନ ଓ ମିଲର୍ସଙ୍କ ମଧ୍ୟରେ ନିରୀହ ଚାଷୀ ପେଶି ହେଉଥିବା ଅଭିଯୋଗ ହୋଇଛି ।

ରବି ଧାନ ସଂଗ୍ରହକୁ ନେଇ କେଁ.. ପ୍ରଶାସନ ଓ ମିଲର୍ସଙ୍କ ଆଲୋଚନା ବିଫଳ ହୋଇଛି । FCI ଚାଉଳ ଗ୍ରହଣ ନିୟମ ସାଜିଛି ବାଧକ । ଚଳିତ ରବି ଫସଲ ପରେ ସଂଗୃହୀତ ଧାନ ଗୁଡ଼ିକର କଷ୍ଟମ ମିଲିଂ ପରେ କେବଳ ଏଫସିଆଇ ହିଁ ଚାଉଳ ନେବ । ସଂଗ୍ରହ ଧାନକୁ କେବଳ ଅରୁଆ ଚାଉଳ କରିବାକୁ ବିଭାଗୀୟ ନିଷ୍ପତ୍ତି ନିଆଯାଇଛି । ଏହାସହ ଉନ୍ନତମାନର ଚାଉଳ ନହେଲେ ଏହାକୁ ଫେରେଇ ଦିଆଯିବ ବୋଲି ସିଧାସଳଖ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ତେବେ ଏଥର ଧାନ ସଂଗ୍ରହ ପ୍ରକ୍ରିୟାରେ ଅନ୍ୟ କୌଣସି ଜିଲ୍ଲାର ମିଲର୍ସ ଯୋଗ ଦେବେ ନାହିଁ । କେବଳ କୋରାପୁଟ ଜିଲ୍ଲାର ମିଲର୍ସ ହିଁ ଉପରୋକ୍ତ ଟାର୍ଗେଟ ଧାନ ସଂଗ୍ରହ କରିବେ ।

Advertisment

ପୂର୍ବରୁ ଜିଲ୍ଲାର ମିଲର୍ସମାନେ ଅରୁଆ ଚାଉଳ ଯୋଗାଣ ପାଇଁ ପ୍ରାୟ ୩ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିଥାନ୍ତି । ବର୍ତ୍ତମାନ ଅନ୍ୟ ଜିଲ୍ଲାର ମିଲର୍ସ ଏଠାକୁ ଧାନ ସଂଗ୍ରହ ପାଇଁ ଆସୁନଥିବା ବେଳେ ୧୦ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ମିଲର୍ସଙ୍କ ଉପରେ ଚାପ ପକାଯାଉଛି । ଅନ୍ୟପଟେ ଧାନକୁ ଅରୁଆ ଭାବେ କଷ୍ଟମ ମିଲିଂ କଲେ ବହୁ ପରିମାଣରେ ଭାଙ୍ଗିଯାଏ । ଏହି ଭଙ୍ଗା ଚାଉଳକୁ ଏଫସିଆଇ ଗ୍ରହଣ କରିବ ନାହିଁ । ଅଯଥାରେ ଚାଉଳ ନଦେଇ ପାରି ମିଲମାଲିକ କଳା ତାଲିକା ଭୁକ୍ତ ହେବ । ଏଥିପାଇଁ ଆଜିର ବୈଠକରେ ମିଲର୍ସମାନେ ନିଜ ନିଜ ଅସହାୟତା ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗକୁ ଜଣାଇ ଦେଇଛନ୍ତି । ତେବେ ବସିଥିବା ବୈଠକରେ କିନ୍ତୁ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ ।

Paddy Procurement Farmer Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ