ସ୍କୁଲ୍ ଯାଉଛନ୍ତି ୮୧ ବର୍ଷୀୟ ଜେଜେବାପା

ଯେଉଁ ବୟସରେ ଲୋକେ ଶେଯ ଧରନ୍ତି ସେହି ବୟସରେ ଆରମ୍ଭ ହୋଇଛି ପାଠ ପଢା। ୮୧ ବର୍ଷରେ ବୃଦ୍ଧା ଯାଉଛନ୍ତି ସ୍କୁଲ୍। ମନଦେଇ ପଢୁଛନ୍ତି ପାଠ। ନିଜର ସ୍ୱପ୍ନ ପୂରଣ କରି ଦୁନିଆ ପାଇଁ ହୋଇଛନ୍ତି ପ୍ରେରଣାର ଉତ୍ସ।

ସ୍କୁଲ୍ ଯାଉଛନ୍ତି ୮୧ ବର୍ଷୀୟ ଜେଜେବାପା

କୁହାଯାଏ ଯେ ଶିକ୍ଷା ଗ୍ରହଣ ନେଇ ବୟସର କୌଣସି ସୀମା ନ ଥାଏ। ଯେତେବେଳେ ବି ଜଣେ ପଢିବାକୁ ଚାହିବ ସେ ଏହାକୁ ଆରମ୍ଭ କରିପାରିବ । ଏଭଳି ଏକ ଘଟଣ ଦେଖିବାକୁ ମିଳିଛି ବ୍ରାଜିଲରେ। ଏଠାରେ ରହୁଥିବା ୮୧ ବର୍ଷ ବୟସ୍କ ଜଣେ ବ୍ୟକ୍ତି ପାଠ ପଠୁଥିବା ଦେଖାଯାଏ।

କାହିଁକି ଛାଡିଥିଲେ ପଢା:

ସୂଚନା ମୁତାବକ ତାଙ୍କୁ ଯେତେବେଳେ ୭୭ ବର୍ଷ ହୋଇଥିଲା ସେ ସ୍କୁଲ ଯିବା ଆରମ୍ଭ କରିଥିଲେ ଏବଂ ଛୋଟ ପିଲାମାନଙ୍କ ସହିତ ଶ୍ରେଣୀରେ ବସି ଅଧ୍ୟୟନ କରିଥିଲେ। ତାଙ୍କର ଏକ ବଡ ସ୍ୱପ୍ନ ଥିଲା ଯେ ପାଠ ପଢିବା। ପିଲାଦିନେ କିଛି ବାଧ୍ୟବାଧକତା କାରଣରୁ ତାଙ୍କୁ ବିଦ୍ୟାଳୟ ଛାଡିବାକୁ ପଡିଥିଲା। ବର୍ତ୍ତମାନ ସେ ପୁଣିଥରେ ତାଙ୍କର ସେହି ସ୍ୱପ୍ନକୁ ଆରମ୍ଭ କରି ଦୁନିଆ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି।

ପାଠ ପଢାରେ ଥିଲା ବହୁ ଆଗ୍ରହ:

ତାଙ୍କର ଏହି କାହାଣୀ ଗୁଡ୍ ନ୍ୟୁଜ୍ କରେସ୍‌ପଣ୍ଡେଣ୍ଟ୍ (GoodNewsCorrespondent) ନାମକ ଟ୍ୱିଟର ଆକାଉଣ୍ଟରୁ ଶେୟାର କରାଯାଇଛି। ସେ ନିଜ ପରିସ୍ଥିତି ହେତୁ ୯ ବର୍ଷ ବୟସରେ ପାଠ ପଢା ଛାଡିଥିଲେ। କିନ୍ତୁ ପାଠ ପଢିବା ପାଇଁ ତାଙ୍କ ମନରେ ସବୁବେଳେ ଆଗ୍ରହ ଥିଲା। ତାଙ୍କର ଏହି ଆଶାକୁ ପୂରଣ କରିଥିଲେ ପରିବାର ଲୋକ। ବୟସର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ତାଙ୍କ ପରିବାର ତାଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରିଥିଲେ।

ଛୋଟ ପିଲାଙ୍କ ସହ ପଢନ୍ତି:

ଏହି ବୟସରେ ବି ଯେତେବେଳେ ସେ ପୁନର୍ବାର ବିଦ୍ୟାଳୟକୁ ଯାଆନ୍ତି, ସେଠାରେ ତ ଯତ୍ନର ସହ ପାଠ ପଢନ୍ତି କିନ୍ତୁ ଘରକୁ ଆସିବା ପରେ ବି ସେ ଲାଗି ଯାଆନ୍ତି ପାଠ ପଢାରେ। ତାଙ୍କର ଏହି କାହାଣୀକୁ ତାଙ୍କ ନାତି ଟ୍ୱିଟରରେ ଶେୟାର କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଜେଜେବାପାଙ୍କୁ ପୁଣି ଥରେ ବିଦ୍ୟାଳୟରେ ଭର୍ତ୍ତି କରାଯାଇଛି, କାରଣ ସେ ପଢିବାକୁ ଚାହୁଁଥିଲେ। ବର୍ତ୍ତମାନ ତାଙ୍କୁ ୮୧ ବର୍ଷ ବୟସ ହୋଇଛି ଏବଂ ସେ ନିଜ ସ୍ୱପ୍ନକୁ ସାକାର କରିଛନ୍ତି। ସେ ଦିନକୁ ଅନେକ ସମୟ ପାଠ ପଢାରେ ଦିଅନ୍ତି। ବିଦ୍ୟାଳୟରେ ତାଙ୍କର ସହପାଠୀମାନେ ହେଲେ ତାଙ୍କ ନାତି ସମାନ। ଏନେଇ ସେ ସେମାନଙ୍କୁ ଖୁବ୍ ପାଆନ୍ତି।

ଲୋକେ କରୁଛନ୍ତି ପ୍ରଶଂସା:

ନଭେମ୍ବର ୨୮ ରେ ଟ୍ୱିଟର୍‌ରେ ପୋଷ୍ଟ ହୋଇଥିବା ଏହି କାହାଣୀକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ୨୭ ହଜାର ଲୋକ ଏହାକୁ ଦେଖିଛନ୍ତି ଏବଂ ଅନେକ ଲୋକ ଏହାକୁ ଲାଇକ୍ କରିଛନ୍ତି। ଏହି କାହାଣୀ ଉପରେ ମନ୍ତବ୍ୟ ଦେଇ ଅନେକ ଲୋକ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଆପଣ ଆମକୁ ସ୍ମରଣ କରାଇଦେଲେ ଆମେ କେତେ କ’ଣ କରିପାରିବା ଏବଂ ଆମେ କେତେ କ’ଣ ଶିଖିପାରିବା। ଅନେକ ଲୋକ ଏହାକୁ ଏକ ହୃଦୟସ୍ପର୍ଶୀ କାହାଣୀ ବୋଲି କହିଛନ୍ତି। ଅଧିକାଂଶ ଉପଭୋକ୍ତା କୁହନ୍ତି ଯେ ପଢିବା ଓ ଶିଖିବାରେ କେବେ ବି ସମୟ ବିଳମ୍ବ ହୁଏ ନାହିଁ ଆଉ ବହି ପଢା ଠାରୁ ଆଉ କିଛି ଭଲ ନାହିଁ।