ବୃଦ୍ଧଙ୍କ ଯାଦୁଗରୀ ସ୍ୱର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟିକଲା

ବୃଦ୍ଧଙ୍କ ପ୍ରତିଭା ଦେଖି ଲୋକମାନେ ପାଗଳ ହେଉଥିବା ଦେଖାଯାଏ। ତାଙ୍କର ଏହି ପ୍ରତିଭା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟି କରୁଛି। ସେ ହାତରେ ଏକ ଛୋଟ ବାଦ୍ୟଯନ୍ତ୍ର ସହିତ ଯୁଗଳବନ୍ଦୀ କରୁଥିବା ବେଳେ ବୃଦ୍ଧଙ୍କର ସ୍ୱର ଏତେ ମଧୁର ଲାଗୁଛି ଯେ ସିଏ ଶୁଣିବ ସେ ସେଇଠି ହିଁ ହଜିଯିବ।

ବୃଦ୍ଧଙ୍କ ଯାଦୁଗରୀ ସ୍ୱର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟିକଲା

ଇଣ୍ଟରନେଟ୍ ଦ୍ୱାରା ଆମେ ଘରେ ବସି ଦୁନିଆର ପ୍ରତ୍ୟେକ କୋଣରେ ପ୍ରତିଭାବାନ ବ୍ୟକ୍ତିଙ୍କ ପ୍ରତିଭା ସହିତ ପରିଚିତ ହେବାର ଏକ ସୁଯୋଗ ପାଇଥାଉ। ଏବେ, ଏପରି ଜଣେ ପ୍ରତିଭାଶାଳୀ ବୟସ୍କଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ରାସ୍ତା କଡ଼ରେ ବସି ବହୁତ ସୁମଧୁର ଗୀତ ଗାଉଥିବାର ନଜର ଆସିଛନ୍ତି।

ବୃଦ୍ଧଙ୍କ ପ୍ରତିଭା ଦେଖି ଲୋକମାନେ ପାଗଳ ହେଉଥିବା ଦେଖାଯାଏ। ତାଙ୍କର ଏହି ପ୍ରତିଭା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟି କରୁଛି। ସେ ହାତରେ ଏକ ଛୋଟ ବାଦ୍ୟଯନ୍ତ୍ର ସହିତ ଯୁଗଳବନ୍ଦୀ କରୁଥିବା ବେଳେ ବୃଦ୍ଧଙ୍କର ସ୍ୱର ଏତେ ମଧୁର ଲାଗୁଛି ଯେ ସିଏ ଶୁଣିବ ସେ ସେଇଠି ହିଁ ହଜିଯିବ। ଲୋକମାନେ ତାଙ୍କ ପ୍ରତିଭା ଦ୍ୱାରା ଏତେ ପ୍ରଭାବିତ ହେଉଛନ୍ତି ଯେ ସେମାନେ ତାଙ୍କୁ ପ୍ରଶଂସାର ପୋତି ପକଉଛନ୍ତି।

ରାସ୍ତାରେ ଯାଉଥିବା ବେଳେ ଆପଣ ବି ପ୍ରାୟ ସମୟରେ ଦେଖିଥିବେ ଯେ ରାସ୍ତାକଡରେ ବସିଥିବା ବୃଦ୍ଧବୃଦ୍ଧାମାନେ ଗୀତ ଗାଇବାର। ଏହା ନିଶ୍ଚିର ଆଶ୍ଚର୍ଯ୍ୟ କରିଥିବ ଆଉ ଆପଣ କିଛି ସମୟ ଠିଆ ହୋଇ ଶୁଣିଥିବେ। ସେହିପରି ଏହି ଭିଡିଓରେ ଯେତେବେଳେ ରାସ୍ତରେ ବସିଥିବା ଏହି ବୁଦ୍ଧ ଜଣକ ଗୀତ ବୋଲିବା ଆରମ୍ଭ କରନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ।

ଆପଣ ତାଙ୍କର ଏହି ଗୀତ ଶୁଣିଲେ ବି ନିଜ କାନକୁ ବିଶ୍ୱାସ କରିପାରିବେ ନାହିଁ, କେବଳ ମନ୍ତ୍ରମୁଗ୍ଧ ହୋଇ ରହିଯିବେ। ଏହି ସମୟରେ ତାଙ୍କ ହାତରେ ଏକ ଛୋଟ ବାଦ୍ୟଯନ୍ତ୍ର ଅଛି, ଯାହାକୁ ସେ ନିଜ ସ୍ୱରର ତାଳେ ତାଳେ ଯୁଗଳବନ୍ଦୀ କରି ବଜାଉଥିବା ଦେଖାଯାଏ। ବୃଦ୍ଧମାନଙ୍କର ସ୍ୱର ଶୁଣିବା ପରେ ତୁମର ଧ୍ୟାନ ନା ଗୀତର ଲିରିକ୍ସ ଆଡକୁ ଯିବ ନା ଅନ୍ୟ କୌଣସି ଆଡକୁ, ଆପଣ କେବଳ ତାଙ୍କ ସ୍ୱରର ପ୍ରଶଂସାରେ ୱା... ୱା… କହିଚାଲିବେ।

ଭାଇରାଲ ହେଉଥିବା ଏହି ଭିଡିଓଟି comedynation.teb ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି ଏବଂ ଶହ ଶହ ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ଲେଖିଛନ୍ତି - ଏହିପରି ପ୍ରତିଭାଙ୍କୁ ଆଗକୁ ନେବରେ ଅଛି। ସେହିପରେ ଆଉ ଜଣେ ଲେଖିଛନ୍ତି ଯେ ତାଙ୍କ ସ୍ୱର ଭଗବାନ ପ୍ରଦତ୍ତ। ତା’ପରେ ଜଣେ ତାଙ୍କୁ ରାନୁ ମଣ୍ଡଳଙ୍କ ସହିତ ଜୋଡି କହିଛନ୍ତି। ଅଧିକାଂଶ ଲୋକ ତାଳି ବଜଉଥିବା ଇମୋଜୀ ଦେଇ ବୃଦ୍ଧଙ୍କ ପ୍ରଶଂସା କରିଛନ୍ତି।