Advertisment

ନା ସରୁଛି ପ୍ରକଳ୍ପ କାମ, ନା ମିଳୁଛି ପାଣି...ବର୍ଷ ବର୍ଷ ଧରି ଜଳ ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା

ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା।

undefined

Water Problem

Advertisment

ପାନୀୟ ଜଳ ନାଁରେ ମିଛ ପ୍ରତିଶ୍ରୁତିର ପୋଲ୍ ଖୋଲିଦେଲେ ମହିଳା। ନିର୍ବାଚନ ଆସିଲେ ଦିଆଯାଉଛି ମାଳ ମାଳ ପ୍ରତିଶ୍ରୁତି, କିନ୍ତୁ ଭୋଟ୍ ମିଳିଗଲେ ଯିଏ ଯାହା ବାଟରେ। ଏଭଳି ଅସନ୍ତୋଷ ଝାଡ଼ିଥିବା ମହିଳା ହେଲେ ମାଲକାନଗିରି ଜିଲ୍ଲା MV-54ର। ସମୟ ଦିନ ୨ଟା। ଗରାଏ ପାଣି ପାଇଁ ନଳକୂପରେ ଲାଗିଛି ଭିଡ଼। ଦିନ ୨ଟାରେ ଯଦି ଏଭଳି ଅବସ୍ଥା, ତେବେ ସକାଳୁ କେତେ ଭିଡ଼ ହେଉନଥିବ। ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା।

Advertisment

କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୫୪ ଗାଁ କାହିଁକି, ଜିଲ୍ଲାବ୍ୟାପି ଉପୁଜିଛି ପାନୀୟ ଜଳ ସମସ୍ୟା। ଜିଲ୍ଲାର ୮୬ଟି ପଞ୍ଚାୟତରେ ୧୧୬୬.୩୮ ଲକ୍ଷ ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା ପାନୀୟ ଜଳ ପ୍ରକଳ୍ପ। ଅଥଚ ଗୋଟିଏ ବି ପ୍ରକଳ୍ପ ଏଯାଏଁ କାର୍ଯ୍ୟକ୍ଷମ ହୋଇନି। ଏବେ ଜଳ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କହୁଛନ୍ତି, ପ୍ରକଳ୍ପ ଗୁଡିକର ଡିଜାଇନ ଆସିବାରେ ବିଳମ୍ବ ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି।

ସମାନ ଚିତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ। ମାର୍ଶାଘାଇ ବ୍ଲକ ହିନ୍ଧୁଳିଆ ପଞ୍ଚାୟତରେ ପାଇପ୍ ବିଛା ଯାଇଛି, ଟ୍ୟାପ୍ ଲାଗିଛି। ହେଲେ ପାଣି ହିଁ ଆସୁନି। ଏଠି ଏକମାତ୍ର ବୋରିଂ ତଥା ନଳକୂଅ ଅଛି। କିନ୍ତୁ ୮ ହଜାର ଲୋକଙ୍କୁ ନିଅଣ୍ଟ ପଡୁଛି। ଆଉ ଯେଉଁ ଓଭର ହେଡ୍ ଟ୍ୟାଙ୍କ ରହିଛି, ତାହା ନିର୍ମାଣ ହେବା ଦିନଠାରୁ କୌଣସି କାମରେ ହିଁ ଆସୁନି। ୨୦୧୭ରେ ପଞ୍ଚାୟତ ଗଠନ ହେବା ପରଠୁ ହିନ୍ଧୁଳିଆରେ ଲାଗିରହିଛି ପାନୀୟ ଜଳ ସଙ୍କଟ।

Advertisment

ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକରେ ୨୩୦.୫୫ କୋଟି ଟଙ୍କାରେ ପାନୀୟ ଜଳ ଯୋଗାଣ ପାଇଁ ୨୦୧୮ରୁ ବସୁଧା ଯୋଜନାରେ ଆରମ୍ଭ ହୋଇଛି ମେଗା ପାନୀୟ ଜଳ ପ୍ରକଳ୍ପ। କିନ୍ତୁ ଏଯାଏଁ ସମ୍ପୂର୍ଣ୍ଣ କାମ ସରିନି। ୨୦୧୪-୧୫ରେ ଅବିଭକ୍ତ ମଣିକୁଣ୍ଡା ପଞ୍ଚାୟତର ହାତିଆଠାରେ ବୋରିଂ ଏବଂ ଓଭରହେଡ୍ ଟାଙ୍କି ନିର୍ମାଣ ସହ ପାଇପ୍ ବିଛା କାମ ଲାଗି ପ୍ରାୟ ୭୦ ଲକ୍ଷ ଖର୍ଚ୍ଚ ହୋଇଥିଲା। ତାହା ବି ସରୁନି। ତେବେ ଆସନ୍ତା ସପ୍ତାହକ ଭିତରେ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ କର୍ତ୍ତୃପକ୍ଷ।

Water Scarcity Drinking Water Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ