Advertisment

ଏମିତି ଜାଗା, ଯେଉଁଠି ପଡିନାହିଁ କରୋନା ଭାଇରସ୍ ଛାଇ

ସାରା ବିଶ୍ୱକୁ କବଳିତ କରି ସାରିଛି କରୋନା ଭାଇରସ୍। ଅନେକ ଲୋକଙ୍କ ପ୍ରାଣ ନେଇଛି ଅନେକକୁ କଲବଲ କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏ ଦୁନିଆରେ ବି ଏମିତି ଯାଗା ଅଛି ଯେଉଁଠି ପଡି ନାହିଁ କରୋନାର ଛାଇ। ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
North sentinel Island, one of covid free places on earth

North sentinel Island, one of covid free places on earth

Advertisment

ବିଶ୍ୱରେ କରୋନା ଭାଇରସ୍ ଲହର ପ୍ରବେଶ ପରେ ୨୦୨୦ ମସିହାରେ ଦେଖାଯାଇଥିବା ବିନାଶକୁ ବିଶ୍ୱ କେବେ ଦେଖି ନଥିଲା। ବିଶ୍ୱ ମାନଚିତ୍ରରେ ଏପରି କୌଣସି ସ୍ଥାନ ବାକି ନାହିଁ, ଯେଉଁଠାରେ କୋଭିଡ୍-୧୯ର ପ୍ରଭାବ ପଡିନାହିଁ। କିନ୍ତୁ ଏମିତି ମଧ୍ୟ କିଛି ସ୍ଥାନ ଅଛି ଯେଉଁଠି କରୋନାର ଛାଇ ବି ପଡି ନାହିଁ। ଏହିପରି କିଛି ବିରଳ ସ୍ଥାନ ମଧ୍ୟରୁ ସେଣ୍ଟିନେଲ୍‌ ଦ୍ୱୀପ ହେଉଛି ଭାରତ ମହାସାଗରର ଏକ ନିଛାଟିଆ ଜାଗା। କୁହାଯାଉଛି ଯେ କରୋନା ଭାଇରସ୍ ଏଠାରେ ମଧ୍ୟ ପହଞ୍ଚି ପାରି ନାହିଁ।

Advertisment

ଏହି ଦ୍ୱୀପ ପୃଥିବୀର ସବୁଠାରୁ ନିଛାଟିଆ ସ୍ଥାନ, ଯାହା ସମାଜରୁ ବହୁ ଦୂରରେ। କରୋନା ସମୟରେ ଯେଉଁ ସାମାଜିକ ଦୂରତା କଥା ଉଠିଥିଲା ଏହି ଦ୍ୱୀପର ଲୋକମାନେ ବହୁ ପୂର୍ବରୁ ଏହାକୁ ବଜାୟ ରଖିଛନ୍ତି। ଯଦିଓ କେହି ଭୁଲ୍‌ବଶତଃ ଏଠାକୁ ଚାଲି ଆସନ୍ତି ସେମାନେ ତାଙ୍କୁ ଶତ୍ରୁ ମନେକରି ଏଠାକୁ ଜୀବନ୍ତ ଫେରିବାକୁ ଦିଅନ୍ତି ନାହିଁ। ଆପଣମାନେ ବି କୁହନ୍ତୁ ଯେତେବେଳେ କେହି ଏଠାରେ ପହଞ୍ଚି ପାରନ୍ତି ନାହିଁ, ତେବେ କରୋନା ଭାଇରସ ବା ଏଠାରେ କିପରି ପ୍ରବେଶ କରିବ?

ଏହି ଦ୍ୱୀପରେ ସ୍ଥାନୀୟ ଜନଜାତିର ଲୋକଙ୍କ ବ୍ୟତୀତ ଅନ୍ୟ କେହି ବାସ କରନ୍ତି ନାହିଁ। ଦେଖିବାକୁ ଗଲେ ଏଠାରେ ସମୁଦାୟ କେବଳ ୩୫୦-୪୦୦ ଲୋକ ବାସ କରନ୍ତି। ଏହା ପଛର କାରଣ ହେଉଛି, ସେମାନେ ଯଦି କୌଣସି ବାହାର ଲୋକଙ୍କୁ ଏଠାରେ ଦେଖନ୍ତି ତେବେ ତୀର ମାରି ଦିଅନ୍ତି। ଆଜି ବି ଏହି ଜନଜାତିର ଲୋକମାନେ ଲଢେଇ କରିବା ପାଇଁ ଧନୁ-ତୀର ହିଁ ବ୍ୟବହାର କରନ୍ତି ଆଉ ଯୁଆଡେ ଯାଆନ୍ତି ସାଙ୍ଗରେ ନେଇକି ହିଁ ଯାଆନ୍ତି।

Advertisment

କୁହାଯାଏ ଯେ ଏହି ଜନଜାତି ଏହି ଦ୍ୱୀପରେ ୬୦ ହଜାର ବର୍ଷରୁ ଅଧିକ ସମୟ ଧରି ବାସ କରିଆସୁଛନ୍ତି। ଯିଏ ବି ଏହି ସମୟ ମଧ୍ୟରେ ଜନଜାତିର ନିକଟତର ହୋଇଛନ୍ତି ସେମାନେ ଫେରି ନାହାନ୍ତି କି ତାଙ୍କ ମୃତ୍ୟୁ ଖବର ଆସି ନାହିଁ। କୁହାଯାଏ ଯେ ୨୦୦୬ ମସିହାରେ ଦୁଇ ଜଣ ଲୋକ ସେମାନଙ୍କ ଆଖପାଖରେ ମାଛ ଧରୁଥିଲେ, ଯାହାକୁ ଆଦିବାସୀମାନେ ତୀର ମାରି ହତ୍ୟା କରିଥିଲେ।

North sentinel Island, one of covid free places on earthସେଣ୍ଟିନେଲ୍‌ ଜନଜାତି

ସେଣ୍ଟିନେଲ୍‌ ଜନଜାତି ବାସ କରୁଥିବା ଏହି ଦ୍ୱୀପ ଆଣ୍ଡାମାନ ଦ୍ୱୀପପୁଞ୍ଜର ଏକ ଅଂଶ ଏବଂ ମିଆଁମାରର ସୀମାଠାରୁ ପ୍ରାୟ ୫୦୦ ମାଇଲ ଦୂରରେ ଅବସ୍ଥିତ। ଯଦି କେହି ବି ସେମାନଙ୍କ ଅଞ୍ଚଳର ୩ ମାଇଲ୍ ଅଞ୍ଚଳରେ ଦେଖାଯାଏ, ତେବେ ସେମାନେ ତାଙ୍କୁ ଶତ୍ରୁ ଭାବରେ ବିବେଚନା କରନ୍ତି, ଏହା ମଣିଷ ହୁଅନ୍ତୁ କି ହେଲିକପ୍ଟର ବା ବିମାନ।

Advertisment

କୁହାଯାଏ ଯେ ଜନଜାତିର ଲୋକମାନେ ଅନେକ ଥର ବିମାନ ଏବଂ ହେଲିକପ୍ଟର ଉପରକୁ ପଥର ଫିଙ୍ଗିବା ସହିତ ତୀର ମଧ୍ୟ ମାରିଛନ୍ତି। ସେମାନେ ନିଜକୁ ଦୁନିଆର ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ରଖନ୍ତି। ଏହି କାରଣରୁ କରୋନା ପରି ମହାମାରୀ ସେମାନଙ୍କ ନିକଟକୁ ଯାଇ ନାହିଁ କି କାହାରିକୁ ଅସୁସ୍ଥ କରି ନାହିଁ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ