Advertisment

‘ଶେଷ ୭୨ ଘଣ୍ଟା ଆମେ ଖାଇବା ଛାଡ଼ି ଦେଇଥିଲୁ, ଶୋଉ ନଥିଲୁ’

ରାହୁଲ ସହ ଆମର ଭାବଗତ ସମ୍ପର୍କ ଏତେ ବଢ଼ିଥିଲା ଯେ, ଆମେ ଖାଉନଥିଲୁ। ଶେଷ ୭୨ ଘଣ୍ଟା ପ୍ରାୟ ଆମେ ଖାଦ୍ୟ ଛାଡ଼ି ଦେଇଥିଲୁ। ଆଦୌ ଶୋଉ ନଥିଲୁ। ଏଭଳି କିଛି କହିଛନ୍ତି NDRF କମାଣ୍ଡାଣ୍ଟ।

ଅଦ୍ୟତନ ହୋଇଛି
NDRF Commandant On Rahul Rescue Operation

NDRF Commandant On Rahul Rescue Operation

Advertisment

୮୦ ଫୁଟ ଗଭୀର ବୋରୱେଲ୍‌ ଭିତରୁ କେମିତି ଉଦ୍ଧାର ହେଲା ରାହୁଲ ? କେମିତି ଥିଲା ରେସ୍କ୍ୟୁ ଅପରେସନ୍‌ ? ଛତିଶଗଡ଼ ଜାଞ୍ଜଗିରି-ଚାମ୍ପା ଜିଲ୍ଲାରେ ୧୦୪ ଘଣ୍ଟା ପରେ ୮୦ ଫୁଟ ଗଭୀର ବୋରୱେଲ୍‌ ଭିତରୁ ୧୦ ବର୍ଷର ବାଳକ ରାହୁଲକୁ କେମିତି ଉଦ୍ଧାର କରାଯାଇଥିଲା ସେସମ୍ପର୍କରେ NDRF କମାଣ୍ଡାଣ୍ଟ  ବିସ୍ତୃତ ବିବରଣୀ ଦେଇଛନ୍ତି। 

Advertisment

NDRF କମାଣ୍ଡାଣ୍ଟ କହିଛନ୍ତି, ‘ସେଠାରେ ପହଞ୍ଚିବା ପରେ ଆମେ ୨ଟି ଟିମ୍‌ରେ ବିଭକ୍ତ ହୋଇଥିଲୁ। ଗୋଟିଏ ଟିମ୍ ଗାତ ମୁହଁରେ ବସି ରାହୁଲର ଖାଇବା ଓ ସ୍ୱାସ୍ଥ୍ୟାବସ୍ଥା ବୁଝୁଥିଲା। ଦ୍ୱିତୀୟ ଟିମ୍‌ଟି ମାଟି ଖୋଳିବା, ଟନେଲ କରିବା କାମରେ ଲାଗିଥିଲା। ସମାନ୍ତରାଳ ଭାବେ ମାଟି ଖୋଳିବା ପରେ ଗାତ ଯାଏ ଟନେଲ କରିଥିଲୁ। ଡୋଲୋମାଇଟ ଭଳି ଟାଣ ପଥରରେ ଆମେ ୨୫ ଫୁଟ ଟନେଲ କରିଥିଲୁ। ଅପରେସନର ଶେଷ ୭୨ ଘଣ୍ଟା ଆମ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା।’

ସେ ଆହୁରି କହିଛନ୍ତି, ‘ରାହୁଲ ସହ ଆମର ଭାବଗତ ସମ୍ପର୍କ ଏତେ ବଢ଼ିଥିଲା ଯେ, ଆମେ ଖାଉନଥିଲୁ। ଶେଷ ୭୨ ଘଣ୍ଟା ପ୍ରାୟ ଆମେ ଖାଦ୍ୟ ଛାଡ଼ି ଦେଇଥିଲୁ। ଆଦୌ ଶୋଉ ନଥିଲୁ। ଶେଷ ପର୍ଯ୍ୟାୟ ଟନେଲ ଖୋଳା ବହୁତ କଷ୍ଟଦାୟକ ଓ ବିପଦପୂର୍ଣ୍ଣ ଥିଲା। କାନ୍ଧରେ ୫୦ କେଜି ଓଜନର ଡ୍ରିଲିଂ ମେସିନ ଧରି ଆମକୁ ଖୋଳିବାକୁ ପଡ଼ିଥିଲା।’

Advertisment

‘ଗାତ ଭିତରେ ସାପ ଥିବା ଆମେ ପ୍ରଥମରୁ ଜାଣିଥିଲୁ। କ୍ୟାମେରାରେ ଆମେ ଏହା ଦେଖୁଥିଲୁ। କିନ୍ତୁ ପରିବାର ଓ ଲୋକମାନେ ଆତଙ୍କିତ ହେବେ ବୋଲି କହୁ ନଥିଲୁ। ରାହୁଲ ବହୁତ ଭାଗ୍ୟବାନ, ଜଗନ୍ନାଥଙ୍କ କୃପାରୁ ଉଦ୍ଧାର ହୋଇଗଲା।’

ରାହୁଲ ବୋର୍‌ୱେଲ୍‌ ଗାତରେ ଫସିବା ପରେ ଘଟିଥିବା ଘଟଣାବଳୀ ଓ ଏହାର ସଂଘର୍ଷକୁ ଲୋକଙ୍କୁ ଅବଗତ କରାଯିବ। କିପରି ରେସ୍କ୍ୟୁ ଟିମ୍ ରାହୁଲଙ୍କୁ ଉଦ୍ଧାର କରିବାକୁ ଦିନ ରାତି ଏକ କରିଥିଲେ। ଏହାସହ ସରକାରୀ କଳ ଏହା ପଛରେ ଲାଗିଥିଲା ସେ ସବୁକୁ ଫିଲ୍ମ ମାଧ୍ୟମରେ ଦର୍ଶାଯିବ। ଏନେଇ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହା ଘୋଷଣା କରିଛନ୍ତି।

Advertisment
Chhattisgarh NDRF Operation Rahul Operation Zindagi Rahul Rescue Operation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ