Advertisment

ଡେଥ୍‌ଭ୍ୟାଲିର ରହସ୍ୟ : ଚାଲୁଛି ପଥର

ପୃଥିବୀରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହାକୁ ଅନେକ କାହାଣୀରେ ଶୁଣାଯାଏ। ଅନେକ ଚେଷ୍ଟା ପରେ ମଧ୍ୟ ବୈଜ୍ଞାନିକମାନେ ସେଗୁଡିକର ରହସ୍ୟ ଉପରୁ ପରଦା ଉଠେଇ ପାରି ନାହାନ୍ତି। ଏହି ସ୍ଥାନଗୁଡ଼ିକ ପ୍ରାୟତଃ ସେଗୁଡିକର ଅନନ୍ୟ ଏବଂ କୌତୁକିଆ ଦିଗ ପାଇଁ ଆଲୋଚନାରେ ରହିଥାଏ। ସେଥିରୁ ଆମେରିକାର ଡେଥ୍ ଭ୍ୟାଲି ଅନ୍ୟତମ। କୁହାଯାଏ ଯେ ଏହି ରହସ୍ୟମୟ ସ୍ଥାନରେ ବିରାଟକାୟ ପଥର ବି ନିଜେ ନିଜେ ଶହ ଶହ ଫୁଟ ପର୍ଯ୍ୟନ୍ତ ଗତିକରେ।

Moving Stone

Moving Stone

Advertisment

ପୃଥିବୀରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହାକୁ ଅନେକ କାହାଣୀରେ ଶୁଣାଯାଏ। ଅନେକ ଚେଷ୍ଟା ପରେ ମଧ୍ୟ ବୈଜ୍ଞାନିକମାନେ ସେଗୁଡିକର ରହସ୍ୟ ଉପରୁ ପରଦା ଉଠେଇ ପାରି ନାହାନ୍ତି। ଏହି ସ୍ଥାନଗୁଡ଼ିକ ପ୍ରାୟତଃ ସେଗୁଡିକର ଅନନ୍ୟ ଏବଂ କୌତୁକିଆ ଦିଗ ପାଇଁ ଆଲୋଚନାରେ ରହିଥାଏ। ସେଥିରୁ ଆମେରିକାର ଡେଥ୍ ଭ୍ୟାଲି ଅନ୍ୟତମ। କୁହାଯାଏ ଯେ ଏହି ରହସ୍ୟମୟ ସ୍ଥାନରେ ବିରାଟକାୟ ପଥର ବି ନିଜେ ନିଜେ ଶହ ଶହ ଫୁଟ ପର୍ଯ୍ୟନ୍ତ ଗତିକରେ। ତେବେ ପଥରଗୁଡ଼ିକ କିପରି ଗତି କରନ୍ତି ସେନେଇ ଅନେକ ଗବେଷଣା କରାଯାଇଛି। କିନ୍ତୁ ଏହାର ରହସ୍ୟ ମିଳିପାରିନି। ଏହିସବୁ କାରଣରୁ ବିଦେଶରୁ ଅନେକ ପର୍ଯ୍ୟଟକ ଏହି ରହସ୍ୟମୟ ସ୍ଥାନ ଦେଖିବାକୁ ଆସନ୍ତି। ଏହି ସ୍ଥାନ କାଲିଫର୍ଣ୍ଣିଆର ଦକ୍ଷିଣ-ପୂର୍ବରେ, ନେଭାଡା ରାଜ୍ୟ ନିକଟରେ ଅବସ୍ଥିତ। ଏହି ରହସ୍ୟମୟ ସ୍ଥାନ ୨୨୫ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ବ୍ୟାପିଛି।

Advertisment
Moving Stoneଚାଲୁଛି ପଥର

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ପର୍ଯ୍ୟନ୍ତ ଏହି ପଥରଗୁଡିକ ଚାଲୁଥିବା ଅବସ୍ଥାରେ କେହି ଦେଖି ନାହାଁନ୍ତି। ଏହି ପଥରଗୁଡିକ ଘୋଷାଡି ହୋଇ ଯିବା ସମୟରେ ସେଗୁଡିକର ପଛରେ ଏକ ଲମ୍ବା ଲାଇନ ପଡିଥିବାରୁ ପଥରଗୁଡିକର ଗତି ବିଷୟରେ ଅନୁମାନ କରାଯାଏ।

Advertisment

ଏହି ପଥରଗୁଡିକ ଗତି କରିବାର କାରଣ ବିଷୟରେ ବୈଜ୍ଞାନିକମାନଙ୍କର ଭିନ୍ନ ଭିନ୍ନ୍ ତତ୍ତ୍ୱ ରହିଛି। ୧୯୭୨ ମସିହାରେ, ଏହି ରହସ୍ୟ ଉନ୍ମୋଚନ କରିବାକୁ ବୈଜ୍ଞାନିକମାନଙ୍କର ଏକ ଟିମ୍ ଏହି ସ୍ଥାନକୁ ଆସିଥିଲେ। ସେ ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ଏହି ପଥରଗୁଡିକ ବିଷୟରେ ଅଧ୍ୟୟନ କରିଥିଲେ। ବୈଜ୍ଞାନିକମାନେ ସେହି ସମୟରେ ୩୧୭ କିଲୋଗ୍ରାମ ଓଜନର ଏକ ପଥର ଉପରେ ଅଧ୍ୟୟନ କରିଥିଲେ। ତାଙ୍କର ଏହି ଅନୁସନ୍ଧାନ ବେଳେ ସେହି ପଥର ଆଦୌ ଗତି କରି ନ ଥିଲା। ସେମାନେ ସେ ସ୍ଥାନ ଛାଡି ପଳେଇଥିଲେ।

Moving Stoneଚାଲୁଛି ପଥର

କିଛି ବର୍ଷ ପରେ ସେମାନେ ସେହି ପଥରର ଖୋଜ କରିବା ନେଇ ଯେତେବେଳେ ପୁନର୍ବାର ସେଠାରେ ପହଞ୍ଚିଲେ, ଦେଖିଲେ ଯେ ପଥରଟି ପୂର୍ବ ସ୍ଥାନରେ ନ ମିଳି ପ୍ରାୟ ୧ କିଲୋମିଟର ଦୂରରେ ମିଳିଲା। ଏହା ଦେଖିବା ପରେ ଅନେକ ସେମାନେ ଜ୍ଞାନିକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିଛି ବୈଜ୍ଞାନିକଙ୍କ ଅନୁଯାୟୀ, ପ୍ରବଳ ପବନ ହେତୁ ଏହି ପଥରଗୁଡ଼ିକ ଗତି କରେ। ତେବେ ଏହି ପଥରର ଗତିକୁ ନେଇ ଅନୁସନ୍ଧାନକାରୀମାନେ ଏକମତ ନୁହଁନ୍ତି।

Advertisment

କିଛି ଲୋକ କୁହନ୍ତି ଯେ ଏହି ପଥରଗୁଡିକର ଅଲୌକିକ ଶକ୍ତି ରହିଛି। ଏହି କାରଣରୁ ସେମାନେ ଗତି କରନ୍ତି। ସ୍ପେନ୍‌ର କମ୍ପ୍ଲୁଟେନ୍ସ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏଠାରେ ଥିବା ମାଟିରେ ମାଇକ୍ରୋବସ୍ କାରଣରୁ ଏମିତି ହୋଇଥାଏ। ଏହି ମାଇକ୍ରୋବସ୍ ମାଟିକୁ ତେଲିଆ କରିଥାଏ। ଏହି କାରଣରୁ ପଥରଗୁଡ଼ିକ ମାଟି ଉପରେ ଗତି କରେ। ତେବେ ଏହି ପଥରଗୁଡିକର ରହସ୍ୟମୟ ଗତି ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ସିଦ୍ଧାନ୍ତ ପ୍ରମାଣ ବାହାରି ନାହିଁ।

Special Story Moving Stone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ