Advertisment

ସାବିନାଙ୍କ ଦୁଃଖ କାହାଣୀ: ବାପା,ମା’ ଚାଲିଗଲା ପରେ ଅନାଥ ହୋଇଗଲେ, ପାଠ ଛାଡ଼ି କୁଲି କାମ କରୁଛନ୍ତି...

ସାବିନାଙ୍କ ଭଳି ଅନେକ ନାବାଳିକା ଝିଅ ପରିସ୍ଥିତିର ଚାପରେ ବନ୍ଦ କୋଠରୀ ଭିତରେ ବନ୍ଦୀ ଜୀବନ କାଟିବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

ଅଦ୍ୟତନ ହୋଇଛି
Minor girl in Mohana seeks govt help to complete higher education

Minor girl in Mohana seeks govt help to complete higher education

Advertisment

‘ମୁଁ ଛୋଟ ଥିଲି ବାପା, ମା’ ଚାଲିଗଲେ....ଷଷ୍ଠ ଶ୍ରେଣୀରୁ ପାଠପଢ଼ା ଛାଡ଼ି ଦେଲି। ଏବେ ଘରେ ରହି କାମ କରିବା ସହ କୁଲି କାମ କରୁଛି। ଅଭାବ ଅନଟନରେ ଆମେ ଚଳୁଛୁ’  ଏ ହେଉଛି ସାବିନାଙ୍କ ସଂଘର୍ଷ କାହାଣୀ। ଛୋଟବେଳୁ ବାପା, ମା’ ଚାଲିଗଲା ପରେ ସେ ଅନାଥ ହୋଇଯାଇଥିଲେ। ଦି ମୁଠା ଖାଇବା ପାଇଁ ଏବେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି।

Advertisment

ସରକାର ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନ ଦେବା ସହ ଝିଅମାନେ ଦେଶକୁ ଆହୁରି ଆଗକୁ ନେବେ ଭଳି ଅନେକ ନାରା ଦେଉଛନ୍ତି। ସଚେତନ କାର୍ଯ୍ୟକ୍ରମ ମଧ୍ୟ ହେଉଛି। ଏପରିକି ବାଲ୍ୟ ବିବାହ ରୋକିବା ପାଇଁ ସରକାରୀ ତଥା ବେସରକାରୀ ସଂସ୍ଥା ପକ୍ଷରୁ ମଧ୍ୟ ଅନେକ ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ହେଲେ ଏବେ ବି ସାବିନାଙ୍କ ଭଳି ଅନେକ ନାବାଳିକା ଝିଅ ପରିସ୍ଥିତିର ଚାପରେ ବନ୍ଦ କୋଠରୀ ଭିତରେ ବନ୍ଦୀ ଜୀବନ କାଟିବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଡେଗୁଡ଼ା ପଞ୍ଚାୟତ ଦୁର୍ଗମ ଉପରପାଲଡା ଗାଁର ନାବାଳିକା ଝିଅ ସାବିନା ମଲ୍ଲିକ । ୨୦୧୩ରେ ବାପା ମତ ମଲ୍ଲିକ ଓ ୨୦୧୫ରେ ମା’.. ଏମିତି ଆଗ ପଛ ହୋଇ ଆରପାରିକି ଚାଲିଗଲେ। ଏହାପରେ ଦାଦା ପ୍ରମୋଦ ମଲ୍ଲିକ ସବିନାଙ୍କ ଲାଳନ ପାଳନ ସହ ସମସ୍ତ ଦାୟିତ୍ୱ ନେଇଥିଲେ। । ତାକୁ ବଞ୍ଚାଇ ଖଣି ସ୍ଥିତ ଆଶ୍ରମ ବିଦ୍ୟାଳୟରେ ପାଠ ପଢ଼ାଇଥିଲି। ହେଲେ ୬ଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ପାଠ ଛାଡ଼ି ଘରକୁ ଚାଲି ଆସିଲା। ବହୁତ କଷ୍ଟରେ ତା’ର ଲାଳନ ପାଳନ କଲି। ସରକାର ସାହାଯ୍ୟ କଲେ ସାବିନା ପାଠପଢ଼ି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରନ୍ତା।

Advertisment

ଦାଦା ଏବେ ଶାରୀରିକ ଭାବେ ଅକ୍ଷମ ଥିବାରୁ ସାବିନା ଲୋକଙ୍କ ବିଲରେ କୁଲି କାମ କରୁଛନ୍ତି। ଏଥିରେ ଯାହା ରୋଜଗାର ହୁଏ ସେତିକିରେ ସେ ଓ ଦାଦା ଦୁହେଁ ଚଳି ଯାଉଛନ୍ତି । ସରକାରୀ ସହାୟତା କହିଲେ ମାତ୍ର ୧୦ କେଜି ଚାଉଳ ।  ସେତିକିରେ ଚଳିବା କଷ୍ଟକର ହେଉଥିବା ବେଳେ ବଞ୍ଚିବା ପାଇଁ ସାବିନା ସଙ୍ଘର୍ଷ କରୁଛନ୍ତି। ସେପଟେ ସିଡିପିଓ ଓ ଚାଇଲ୍ଡ ଲାଇନ୍ ସଦସ୍ୟା କହିଛନ୍ତି, ସାବିନା କିଭଳି ପାଠ ପଢ଼ିବାର ସୁଯୋଗ ପାଇବେ, ସେନେଇ ପଦକ୍ଷେପ ଗ୍ରହଣ କରାଯିବ।

ଏବେ ବି ଦୁର୍ଗମ ଅଞ୍ଚଳରେ ଅନେକ ନାବାଳିକା ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛନ୍ତି। ଯେଉଁମାନେ ଶିକ୍ଷା, ସ୍ୱାସ୍ଥ୍ୟ ତଥା ସାମାଜିକ ସୁରକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚିତ ହୋଇ ରହିଛନ୍ତି । ଦେଖିବାକୁ ବାକି ରହିଲା କେବେ ସାବିନାଙ୍କ ଦୁଃଖ ଦୂର ହେବ ଓ ତାଙ୍କୁ ସରକାରୀ ସହାୟତା ମିଳିବ। ଆଉ ପୁଣିଥରେ ସେ ପାଠପଢ଼ିବେ। 

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ