Advertisment

ରାଜ୍ୟର ଶ୍ରେଷ୍ଠ ପୋଷ୍ଟମ୍ୟାନ : କରୋନା କାଳରେ କରିଥିବା ନିରନ୍ତର ସେବା ପାଇଁ ମିଳିଲା ସମ୍ମାନ

କରୋନା କାଳରେ ଗାଁକୁ ଗାଁ ବୁଲି ୪ ହଜାର ୫ ଶହ ଘରେ ୧୫୦ କୋଟିରୁ ଅଧିକ ସରକାରୀ ସହାୟତା ଟଙ୍କା ବାଣ୍ଟିଛନ୍ତି ସୋହନ।

ଅଦ୍ୟତନ ହୋଇଛି
Special Story

Special Story

Advertisment

ମାନବ ସେବା ହିଁ ମାଧବ ସେବା। ଏ କଥାକୁ ଭଲଭାବେ ବୁଝିଛନ୍ତି ସୋହନ ମାହୁନ୍ତ। କାରଣ ସେ ଯେଉଁ କାମ କରିଛନ୍ତି, ତାହା ହୁଏତ କିଏ କରିପାରିବ କି ନାହିଁ ତାହା ସନ୍ଦେହ। କରୋନା ଲହରରେ ଯେତବେଳେ ଆକ୍ତାମାକ୍ତା ହେଉଥିଲା ଦେଶ, ସେତିକି ବେଳେ ଜୀବନକୁ ବାଜିରେ ଗାଁକୁ ଗାଁ...ଘରକୁ ଘର ବୁଲି ବୁଲି ଡାକ ପହଞ୍ଚାଉଥିଲେ । କି ଖରା କି ବର୍ଷା...ପ୍ରତିଦିନ ସାଇକେଲରେ ସେ ତାଙ୍କ କାମ କରନ୍ତି । ଆଉ ସେଥିପାଇଁ ଆଜି ସେ ପାଲଟି ଯାଇଛନ୍ତି ରାଜ୍ୟର ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ।

Advertisment

ଢେଙ୍କାନାଳ ମୁଖ୍ୟ ଡାକଘରର ଜଣେ ସାଧାରଣ ପୋଷ୍ଟମ୍ୟାନ ଭାବେ ସେ କାର୍ଯ୍ୟ କରନ୍ତି ସୋହନ ମାହୁନ୍ତ । ମହାମାରୀ ସମୟରେ ଢେଙ୍କାନାଳ ସହରର ପ୍ରତ୍ୟେକ ଛକ ବଜାର ଗଳିକନ୍ଦିରେ ବୁଲି ବୁଲି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଟଙ୍କା ଓ ଭୂମିହୀନ ମାନଙ୍କ ପାଇଁ ଆସିଥିବା ସହାୟତା ଲୋକଙ୍କୁ ବାଣ୍ଟିବା ସହିତ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବାବଦ ଅର୍ଥରାଶି ମଧ୍ୟ ଲୋକଙ୍କ ଘରେ ଘରେ ପହଞ୍ଚାଇଥିଲେ ସୋହନ । କେବଳ ଏତିକି ନୁହେଁ ବରଂ ସହରର ବିଭିନ୍ନ ବ୍ୟାଙ୍କରେ ଲୋକଙ୍କ ଟଙ୍କା ସେମାନଙ୍କ ହାତ ପାଆନ୍ତାରେ ପହଞ୍ଚାଇ ସେମାନଙ୍କ ପାଇଁ ପାଲଟି ଯାଇଥିଲେ କରୋନା କାଳର ରିୟଲ ହିରୋ । ମହାମାରୀ ସମୟରେ ମୋଟ ୪ହଜାର ୫ଶହ ଘରେ ସୋହନ ଶହେ ପଚାଷ କୋଟି କୋଭିଡ ଟଙ୍କା ବାଣ୍ଟି ରାଜ୍ୟର ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ଆଖ୍ୟା ପାଇଛନ୍ତି।

ସୋହନ ୨୦୧୧ ମସିହାରୁ ଦୀର୍ଘ ୧୧ବର୍ଷ ଧରି ଢେଙ୍କାନାଳ ମୁଖ୍ୟ ଡାକଘର ପୋଷ୍ଟମ୍ୟାନ ଭାବରେ କାମ କରୁଛନ୍ତି । ଠିକଣା ସମୟରେ ମନି ଅର୍ଡର ,ମେଡିସିନ ପାର୍ସଲ ପହଞ୍ଚାଇବାରେ ସବୁବେଳେ ନମ୍ବର ୱାନ। ସକାଳୁ ଡାକ ଘର ଖୋଲିବା ପୁର୍ବରୁ ସୋହନ ପହଞ୍ଚି ଯାଆନ୍ତି ନିଜର କର୍ତ୍ତବ୍ୟସ୍ଥଳ ମୁଖ୍ୟ ଡାକ ଘରେ। ଆଉ ନିଜ ଚିଠି ପତ୍ର ପାର୍ସଲ ଧରି ଦିନ ୧୦ଟା ଭିତରେ ବାହାରି ଯାଆନ୍ତି ସୋହନ ।

Advertisment

ଅପରାହ୍ନ ୫ଟା ପର୍ଯ୍ୟନ୍ତ ସାଇକେଲ ଖଣ୍ଡେ ଧରି ଏମିତି ବୁଲୁଥାନ୍ତି ଘରକୁ ଘର। କେବଳ ସେତିକି ନୁହଁ ଆଇପିପିବି ଆକାଉଣ୍ଟ ଖୋଲିବା , ସୁକନ୍ୟା ସମୃଦ୍ଧି ଟଙ୍କା ବାଣ୍ଟିବା ପାଇଁ ମଧ୍ୟ ଢେଙ୍କାନାଳ ମୁଖ୍ୟ ଡାକଘରର ଏକ ନମ୍ବର ପୋଷ୍ଟମ୍ୟାନ ପାଲଟି ଯାଇଛନ୍ତି। ଆଉ ଏଭଳି ଜଣେ ଦାୟିତ୍ୱବାନ ପୋଷ୍ଟମ୍ୟାନ ପାଇ ଆଜି ଢେଙ୍କାନାଳ ମୁଖ୍ୟ ଶାଖା ନିଜକୁ ଗର୍ବିତ ଅନୁଭବ କରିଛି।

ତେବେ ମହାମାରୀକୁ ଡରି ଆମେ ଯେତେବେଳେ ଘରେ ରହିଥିଲେ, ଠିକ୍ ସେତିକି ବେଳେ ସୋହନ ପାଲିଟିଲେ ସମସ୍ତଙ୍କ ସାହା ଭରସା । ସତରେ ସୋହନଙ୍କ କାମକୁ ସଲାମ୍‌ ।

Advertisment

ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ, ଓଟିଭି

Postman Sohan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ