Advertisment

ଅଦ୍ଭୁତ କାର୍‌; ରହିଛି ହେଲିପ୍ୟାଡ୍‌ ସହ ସୁଇମିଂପୁଲ୍

ବିଶ୍ୱର ସବୁଠୁ ଲମ୍ୱା ବିଳାସପୂର୍ଣ୍ଣ କାର । କାରରେ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ସୁଇମିଂ ପୁଲ୍ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ କାରଟି ଗିନିସ୍ ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛି ।

ଅଦ୍ୟତନ ହୋଇଛି
Meet American Dream: A car with helipad, swimming pool and mini golf course

Meet American Dream: A car with helipad, swimming pool and mini golf course

Advertisment

ୱାଶିଂଟନ: ସାଧାରଣତଃ କାର ତ ସମସ୍ତେ ଦେଖିଥିବେ ହେଲେ ଏପରି ଏକ କାର୍ ଅଛି ଯାହା ବିଷୟରେ ଜାଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହା ହେଉଛି ବିଶ୍ୱର ସବୁଠୁ ଲମ୍ୱା ବିଳାସପୂର୍ଣ୍ଣ କାର । କାରରେ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ସୁଇମିଂ ପୁଲ୍ ପର୍ଯ୍ୟନ୍ତ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ କାରଟି ଗିନିସ୍ ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛି ।

Advertisment
Meet American Dream: A car with helipad, swimming pool and mini golf course

ଉକ୍ତ କାର୍‌ରେ ହେଲିପ୍ୟାଡ୍ ଓ ସୁଇମିଂ ପୁଲ୍ ଭଳି ବ୍ୟବସ୍ଥା ରହିଥିବାବେଳେ ଏଥିରେ ଏକା ଥରକେ ୭୦ ଲୋକ ଯାତ୍ରା କରିପାରିବେ । କାରଟିର ଲମ୍ବ ୧୦୦ ଫୁଟ ହୋଇଥିବାବେଳେ ଏଥିରେ ୨୬ଟି ଚକ ଲାଗିଛି । ଏହି ବିରାଟ କାର୍‌ ନାଁ ହେଉଛି ଆମେରିକାନ ଡ୍ରିମ । ବାସ୍ତବରେ କାର୍‌ଟି ଏତେ ଲମ୍ୱା ଯେ, ଏହା ଏକ କାର୍‌ କମ୍‌ ଟ୍ରେନ ଭଳି ଦେଖାଯାଏ ।

Meet American Dream: A car with helipad, swimming pool and mini golf course

କେବଳ ଏତିକି ନୁହେଁ ଏହି କାରଟିକୁ ସମ୍ପୂର୍ଣ୍ଣ ବିଳାସମୟ ଡିଜାଇନ୍‌ରେ ସୁସଜ୍ଜିତ କରାଯାଇଛି । ଏମିତିକି ଏଥିରେ ଫ୍ରିଜ, ଟିଭି, ବାଥଟବ୍ ଓ ଟେଲିଫୋନ ସହ ବ୍ୟକ୍ତିଗତ ହେଲିପ୍ୟାଡ୍, ସୁଇମିଂପୁଲ, ସ୍ୱତନ୍ତ୍ର ମିନି ଗଲ୍ଫ କୋର୍ସ, ଭଳି ଅତ୍ୟାଧୁନିକ ସୁବିଧାମାନ ରହିଛି । ଏହା ସହ ଏଥିରେ ଶକ୍ତିଶାଳୀ ଭି-8 ଇଞ୍ଜିନ୍ ରହିଥିବା ସହ କାର ବନେଟରେ ହେଲିପ୍ୟାଡ଼ ତିଆରି କରାଯାଇଥିଲା।

Advertisment
Meet American Dream: A car with helipad, swimming pool and mini golf course

କାର୍‌ଟି ୧୦୦ ଫୁଟ୍‌ ଲମ୍ୱା ହୋଇଥିବାରୁ ଏଥିରେ ସର୍ବାଧିକ ୭୦ ଜଣ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି । ଏତେ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବ୍ୟବସ୍ଥା ରହିଥିବାରୁ କୋର୍‌ଟି ଖୁବ୍‌ ଲୋକପ୍ରିୟ ହୋଇପାରିଛି ।

Meet American Dream: A car with helipad, swimming pool and mini golf course

ସୂଚନା ଅନୁସାରେ, ୧୯୮୦ ମସିହାରେ ତିଆରି ହୋଇଥିବା ଆମେରିକାନ୍ ଡ୍ରିମ କାରକୁ କୌଣସି କମ୍ପାନୀ ନୁହେଁ ବରଂ ଏହାକୁ କେବଳ ଏକ ହଲିଉଡ ଫିଲ୍ମ ପାଇଁ ଜେ ଓହରବର୍ଗ ତିଆରି କରିଥିଲେ। ଓହରବର୍ଗ ଜଣେ ଦକ୍ଷ କାର୍ ଡିଜାଇନର ଥିଲେ । କାର୍ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ଯେଉଁଥିପାଇଁ ସେ ନିଜ ପାଇଁ ଅନେକ ଡିଜାଇନରର କାର୍‌ ମଧ୍ୟ ତିଆରି କରିଛନ୍ତି । ଓହରବର୍ଗ ଏହି କାର୍ ତିଆରି କରିବା ପୂର୍ବରୁ ୧୯୭୬ ମସିହାରେ କାର୍ଡିଲାକ୍‌ ଏଲ୍ଡରୋଡୋ ଲିମୋଜିନ ମଧ୍ୟ ଠିକ୍‌ ଏହିପରି କାର୍‌ଟି ତିଆରି କରିଥିଲେ । ଯାହାକୁ ତିଆରି କରିବା ପାଇଁ ପ୍ରାୟ ୧୨ ବର୍ଷ ସମୟ ଲାଗିଥିଲା ।

Advertisment
Meet American Dream: A car with helipad, swimming pool and mini golf course

ଚଳଚ୍ଚିତ୍ର ସୁଟିଂ ସମୟରେ ବ୍ୟବହାର ପାଇଁ ଆମେରିକାନ ଡ୍ରିମ କାରକୁ ତିଆରି କରାଯାଇଥିଲା। କେବଳ ଏତିକି ନୁହେଁ ବହୁ ଧନୀ ଲୋକ ମଧ୍ୟ ଏହାକୁ ଭଡ଼ାରେ ନେଇ ବ୍ୟବହାର କରୁଥିଲେ। ସେହି ସମୟରେ ଏହାର ଭଡ଼ା ଘଣ୍ଟାକୁ ପ୍ରାୟ ୧୪,୦୦୦ ଟଙ୍କା ରହିଥିଲା।

Meet American Dream: A car with helipad, swimming pool and mini golf course

ସମୟ ପରିବର୍ତ୍ତନ ସହ ଲୋକମାନଙ୍କର ଆଗ୍ରହ ଓ ଇଚ୍ଛା ମଧ୍ୟ ବଦଳିଥିଲା । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ କାର୍‌ର ମେଣ୍ଟେନାନ୍ସରେ ଅଧିକ ଖର୍ଚ୍ଚ ହେଲା । ପାର୍କିଂ ପାଇଁ ମଧ୍ୟ ଅଧିକ ସ୍ଥାନ ଆବଶ୍ୟକ ପଡିଲା । ଫଳରେ କ୍ରମାଗତ ଭାବରେ କାର୍‌ର ଚାହିଦା ହ୍ରାସ ପାଇବାକୁ ଲାଗିଲା । ଧିରେ ଧିରେ ଲୋକମାନେ ଆଉ ଏହି କାର୍‌କୁ ବ୍ୟବହାର କଲେ ନାହିଁ । ଅନେକ ଦିନ ଧରି ଅବ୍ୟବହୃତ ହୋଇ ପଡ଼ିବା ଫଳରେ ଶେଷରେ ଏହାକୁ ନେଇ ମ୍ୟୁଜିୟମରେ ରଖାଯାଇଥିଲା। ପରେ ଜଣେ ଧିନୀ ବ୍ୟକ୍ତି ଏହି କାର୍‌କୁ କିଣି ପୁଣିଥରେ ଏହାର ମରାମତି କରିଛନ୍ତି ।

Meet American Dream: A car with helipad, swimming pool and mini golf course
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ